ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା ଏତିକିରୁ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ୍-ସରକାରଙ୍କର ପକ୍ଷରୁ ଜାରି ହେଲା ଗାଇଡ ଲାଇନ୍…

ବର୍ତ୍ତମାନର ସବୁଠୁ ବଡ ଖବର । ସ୍କୁଲ କଲେଜ ଖୋଲିବା ନେଇ ରାଜ୍ୟ ସରକାରଙ୍କର ପକ୍ଷରୁ ଜାରି ହେଲା ଗାଇଡ ଲାଇନ୍ । ତେବେ ଆସନ୍ତୁ ନଜର ପକାଇବା କେବେ ଠାରୁ ଖେଲିବ ସ୍କୁଲ ଏବଂ କଲେଜ । ସେଥିପାଇଁ ଆପଣ ମାନେ ଆମର ଏହି ଗୁରୁତ୍ବପୂର୍ଣ୍ଣ ଲେଖାଟିକୁ ନିଶ୍ଚିତ ଭାବରେ ଥରେ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ତେବେ ଚାଲନ୍ତୁ ଜାଣିବା ସଂମ୍ପୂର୍ଣ୍ଣ ଖବର ବିଷୟରେ ।ନଭେମ୍ବର ରୁ କିମ୍ବା ଡିସେମ୍ବର ରୁ ସ୍କୁଲ ଖୋଲିବାର ସମ୍ଭାବନା ଅଛି । ପ୍ରଥମେ ନବମ ରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଯୋଜନା ହେଉଛି । କିନ୍ତୁ ଏ ନେଇ କିଛି ଚୁଡାନ୍ତ ନିଷ୍ପତି ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ହୋଇ ନାହିଁ ।

ତେବେ ଏବେ କିଛି ସ୍କୁଲ କଲେଜକୁ ଶିକ୍ଷା ଅଧ୍ୟାପକ କର୍ମଚାରି ଆସୁଛନ୍ତି । ତେଣୁ ଛାତ୍ର ଛାତ୍ରୀ ଯେପରି ସୁରକ୍ଷିତ ରହିବେ ସେଥିପାଇଂ ରାଜ୍ୟ ସରକାର ଗାଇଡ ଲାଇନ୍ ଜାରକି କରିବେ । ହେଲେ ଏହା ପୂର୍ବରୁ ସ୍କୁଲ କଲେଜ କତୃପକ୍ଷ ଚାହିଁଲେ ସେମାନଙ୍କର କୋଭିଡ ପରିକ୍ଷା କରା ଯାଇ ପାରିବ ।

ତେବେ ଓଡିଶାର ରାଜଧାନୀ ଭୂବନେଶ୍ବରର କେତୋଟି ସ୍କୁଲରେ କ୍ୟାମ୍ପ କରି ଏହାର ନିକଟ ବର୍ତ୍ତି ସ୍କୁଲକୁ ଟ୍ୟାଗ୍ କରା ଯିବ । ଏହା ପରେ ସେଠାରେ ସମସ୍ତଙ୍କର କୋଭିଡ ଟେଷ୍ଟ କରା ଯାଇ ପାରିବ ବୋଲି ବିଏମସି କମିଶନର୍ ପ୍ରେମଚନ୍ଦ ଚୌଧୁରୀ କହିଛନ୍ତି ।ତେବେ ବିଏମସି କମିଶନର୍ କହିଛନ୍ତି ଯେ, ଏବେ ବିଏମସି କୋଭିଡ ପରୀକ୍ଷା କମାଇନି, ତେଣୁ ଯେତେ ଲୋକ ଚାହିଁବେ ସେମାନଙ୍କର କରୋନା ପରୀକ୍ଷା କରି ପାରିବେ ।ତେବେ ସମସ୍ତ 23 ଟି ସିଏଚସି ଏବଂ ପିଏଚଏସି ରେ କରୋନା ପରୀକ୍ଷା ହେଉଛି । ତେବେ ପ୍ରତିଦିନ 8 ରୁ 9 ଟି କ୍ୟାମ୍ପ ମଧ୍ୟ କରା ଯାଉଛି । ତେବେ ବିଏମସି ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଟାନକୁ ସୁରକ୍ଷିତ ରହିବା ପାଇଁ ଏହି ନିଷ୍ପତି ନିଆ ଯାଇଛି ।

ତେବେ ରାଜ୍ୟ ସରକାର ଯଦି ସବୁ ସ୍କୁଲ କଲେଜ କୋଭିଡ ପରୀକ୍ଷା କରିବାକୁ ନିର୍ଦ୍ଦେଶନାମା ଜାରି କରିବେ, ତେବେ ସେ ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହେବ । କେବଳ ଶିକ୍ଷାନୁଷ୍ଠାନ ନୁହେଁ ବରଂ ଆବାସିକ ସଂଘ , ଶିଳ୍ପାନୁଷ୍ଠାନ, ସରକାରୀ ଓ ବେସରକାରୀ ସଂସ୍ଥା ଯଦି ସେମାନଙ୍କର କର୍ମଚାରୀଙ୍କର କୋଭିଡ ପରୀକ୍ଷା କରିବାକୁ ଚାହିଁବେ ତେବେ ଆମେ ସବୁ ପ୍ରକାର ସହଯୋଗ କରିପାରିବୁ ବୋଲି କହିଛି ବିଏମସି ।

ତେବେ ବର୍ତ୍ତମାନ ସମୟରେ ସବୁଠାରୁ ବଡ ପ୍ରଶ୍ନ ହେଉଛି କେବେ ଠାରୁ ଖୋଲିବ ପିଲାଙ୍କର ସ୍କୁଲ ଏବଂ କଲେଜ । ରାଜ୍ୟ ସରକାରଙ୍କର ଘୋଷଣା ଅନୁସାରେ ପାର୍ବଣ ଋତୁ ଅର୍ଥାତ ଯେଉଁ ଦୀପାବଳୀ ଦଶହରା ସରିବା ପରେ ଖୋଲିବା ନେଇ ସରକାର ଘୋଷଣା କରିଥିଲେ ।ତେବେ ତାହାକୁ ନେଇ ପୂର୍ବାନୁମାନ କରାଯାଉଛି ଯେ ଆଗାମୀ ନଭେମ୍ବର କିମ୍ବା ଡିସେମ୍ବରରେ ସ୍କୁଲ କଲେଜ ଖୋଲି ଦିଆଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment