Odisha News Portal

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପସନ୍ଦ ଓଡିଆ ଖାଦ୍ୟ ‘ପଖାଳ’ : ଓଟିଡିସିର ରୋଷେଇ କାର୍ଯ୍ୟକ୍ରମରେ ଦେଲେ ବାର୍ତ୍ତା; କହିଲେ, ଓଡିଶା ଜଗନ୍ନାଥଙ୍କ ଦେଶ, ଓଡିଆ ଖାଦ୍ୟର ଅଛି ସ୍ୱତନ୍ତ୍ର ପରିଚୟ….

0 10

ସଂସ୍କୃତି ତଥା ଆଧ୍ୟାତ୍ମିକତା ର ଦେଶ ହେଉଛି ଭାରତ ଆଉ ତା ଭିତରେ ରହିଛି ସଂସ୍କୃତିର ଜ୍ବଳନ୍ତ ଉଦାହରଣ ଓଡିଶା । ଆମ ଦେଶର ପ୍ରତ୍ୟେକ ନାଗରୀକ ମାନେ ଧାର୍ମିକ କାର୍ଯ୍ୟ କ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି । ପ୍ରତେକ ଲୋକ ଭଗବାନ ଙ୍କୁ ପୂଜା କରନ୍ତି , ଭକ୍ତି କରନ୍ତି । ଆଉ ଏହି ପୂର୍ଣ୍ଣ୍ୟଭୂମି ,ଦେବଭୂମି ଭାରତବର୍ଷରେ ଅନେକ ସ୍ୱତନ୍ତ୍ରତା ଓ ଭିନ୍ନତା ମଧ୍ୟରେ ବିଭିନ୍ନତା ପରିଲଖିତ୍ ହୁଏ ।ତେବେ ଏହି ଓଡିଶାକୁ ପୂର୍ଣ୍ଣ୍ୟକ୍ଷେତ୍ର ବୋଲି କୁହାଯାଏ । ଏଠାରେ ରହିଛି ବିଭିନ୍ନତା ମଧ୍ୟରେ ଏକତା ଆଉ ରହିଛି ତାହାର କିଛି ନିଜସ୍ବ ସ୍ବତନ୍ତ୍ରତା ।

ତେବେ ଆପଣ ମାନେ ଜାଣି ଥିବେ ଯେ ଓଡିଶା ପ୍ରାୟତଃ ତାହାର ଖାଦ୍ୟପେୟ କୁ ନେଇ ସବୁଠି ଚର୍ଚ୍ଚିତ । ଓଡିଶା ର ଖାଦ୍ୟ ସବୁଠୁ ନିଆରା , ଏହାକୁ ଥରେ ଯିଏ ଖାଇ ଥାଏ ସେ କେବେ ବି ଏହାର ସ୍ବାଦ ଭୁଲି ପାରି ନଥାଏ କି ତାହାର ମନରୁ ଲିଭି ନଥାଏ । ଓଡିଶା ମାଟି କୁ ଯିଏ ଥରେ ଆସିଥାଏ ସେ କେବେ ଫେରି ଯିବା ପାଇଁ ଇଚ୍ଛା କରିନଥାଏ ଏଠାରେ ରହିଛି ହିଁ ଏମିତି କିଛି ଚମତ୍କାରିତା ।

ତେବେ ଓଡିଆ ଖାଦ୍ୟର ପ୍ରଚାର ଓ ପ୍ରସାର ପାଇଁ ଓଟିଡିସି ଆରମ୍ଭ କରୁଛି ସ୍ୱତନ୍ତ୍ର ଅଭିଯାନ । ଆମ ଘର ଆମ ହାଣ୍ଡିଶାଳ ନାଁ ରେ ଏକ ରୋଷେଇ ପ୍ରତିଯୋଗିତାର ଆୟୋଜନ କରା ଯାଇଛି । ଆଉ ଏହି କାର୍ଯ୍ୟ କ୍ରମ ରେ ଓଡିଆ ଖାଦ୍ୟ କୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନର କଥା କୁ ଉଫସ୍ଥାପନ କରିଛନ୍ତି ।

ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପଖାଳ ହେଉଛି ତାଙ୍କ ଖାଦ୍ୟର ପ୍ରଥମ ପସନ୍ଦ । ଓଡିଶା ହେଉଛି ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଦେଶ । ମହାପ୍ରଭୁ ଶ୍ରୀଜଗନ୍ନାଥ ଛପନ ଭୋଗୀ । ଓଡିଶା ଖାଦ୍ୟ ରୁଚିର ସ୍ୱତନ୍ତ୍ର ପରିଚୟ ରହିଛି । ଓଡିଶାର ପର୍ବପର୍ବାଣୀ ଓ ପିଠାପଣା ପ୍ରତି ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି ।

ତେବେ ପଖାଳ ହେଉଛି ତାଙ୍କର ପ୍ରଥମ ପସନ୍ଦ । ଓଡିଶା ବାହାରୁ ଆସିଥିବା ଅତିଥି ଙ୍କୁ ସେ ଓଡିଆ ଖାଦ୍ୟ ପରଷିଥାନ୍ତି ବୋଲି ବାର୍ତାରେ କହିଛନ୍ତି ମାନ୍ୟବର ନବୀନ ପଟ୍ଟନାୟକ । ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଏହି ବାର୍ତ୍ତା ଓଡିଶା ପର୍ଯ୍ୟଟନର ପ୍ରଚାର ଦିଗରେ ଅଧିକ ସହାୟକ ହେବ ବୋଲି ମନେ କରା ଯାଉଛି ।

ଲକାଡାଉନ ସମୟରେ ଅନଲାଇନ ମାଧ୍ୟମରେ ଓଟିଡିସି ପକ୍ଷରୁ ଆମ ଘର ଆମ ହାଣ୍ଡିଶାଳ କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା । ଆଉ ଏଥିରେ ବିଭିନ୍ନ ବର୍ଗର ଲୋକ ଭାଗ ନେଇ ନିଜର ରୋଷେଇ ଦକ୍ଷତା ଦେଖାଇଛନ୍ତି । ତେଣୁ ଏହା ନିଶ୍ଚିତ ଭାବରେ ଓଡିଶା ସରକାର ଙ୍କ ର ଏକ ଅଭିନବ କାର୍ଯ୍ୟକ୍ରମ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।