Odisha News Portal

ଦେଖନ୍ତୁ ଭିଡ଼ିଓ – ମୃତ୍ୟୁ ର Live ଦୃଶ୍ୟ ! ଭିଡ଼ିଓଟି ଦେଖିଲେ ଗୋଡ ତଳୁ ମାଟି ଖସି ଯିବ ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ ଟିକୁ

ଏମିତି ବି ଆସେ ମୃତ୍ୟୁ। ଆଖି ପିଚୁଲାକେ ଚାଲିଗଲା ଯୁବକଙ୍କ ଜୀବନ। ଦୁର୍ଘଟଣା ର ଲାଇଭ ଭିଜୁଆଲ କଏଦ ହେଲା ସି ସି ଟିଭି ରେ। ବେଳେବେଳେ ମଣିଷ ଉପରକୁ ଏମିତି ବିପଦ ମାଡ଼ି ଆସିଥାଏ, ଯାହା ପାଇଁ ସେ ଟିକିଏ ବି ସୁରାକ୍ ଆଗରୁ ପାଇ ନଥାଏ କିମ୍ବା ପୂର୍ବ ପ୍ରସ୍ତୁତି ମଧ୍ୟ କରି ନଥାଏ।ବିପଦ କେତେବେଳେ କାହା ପାଖକୁ ମାଡି ଆସିବ କିଏ ଜାଣିଛି। ନିଜର ସାମାନ୍ୟ ଅସାବଧାନତା ପାଇଁ ବି ଯେ ଅକାରଣରେ ଜୀବନ ଚାଲି ଯାଇଥାଏ ସେଥିପ୍ରତି ଆମକୁ ସଚେତନ ଏବଂ ଯତ୍ନଶୀଳ ରହିବାକୁ ପଡ଼ିବ। ସେହିଭଳି ଅସାବଧାନତା କାରଣରୁ କେତେ ବଡ଼ ବିପଦ ଘଟିପାରେ ତାହା ଏହି ନିମ୍ନଲିଖିତ ଘଟଣାରୁ ସ୍ପଷ୍ଟ ହୋଇ ଯାଉଛି।

ଯେଉଁ ଦୁର୍ଘଟଣା ର ଭିଡିଓ ଏବେ ମୋବାଇଲ୍ ରୁ ମୋବାଇଲ୍ କୁ ଘୂରି ବୁଲୁଛି। ବାସ୍ତବିକ୍ ଭାବରେ ଦୁର୍ଘଟଣା ଶବ୍ଦ ଟି ସମସ୍ତଙ୍କୁ ଆତଙ୍କିତ କରିଥାଏ। କାରଣ ଏହା କେତେବେଳେ ଆଉ କାହା ସହ ଘଟିବ ତାହା କେହି କହିବା ସମ୍ଭବ ନୁହଁ। ଏହା ଅଚାନକ ଭାବରେ ଆସି ମଣିଷ ମନରେ ଆତଙ୍କ ଖେଳାଇ ଦେଇଥାଏ।
ସେହିଭଳି କିଛି ଘଟଣା ଯେତେବେଳେ କ୍ୟାମେରା ରେ ରେକର୍ଡ ହୋଇଥାଏ ତାହା ପରେ ଦେଖିବା ପରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ ଲାଗିଥାଏ। ଯେଉଁ ଦୁର୍ଘଟଣା କୁ ଦେଖିଲେ ଲୋମ ଟାଙ୍କୁରୀ ଉଠିବା ସହିତ ଡରରେ ଛାତି ମଧ୍ୟ ଥରି ଉଠୁଛି। ଆପଣ ବି ଥରେ ନଜର ପକାନ୍ତୁ ଏହିଭଳି ଭୟଙ୍କର ଦୁର୍ଘଟଣା ଉପରେ।

ଆପଣ ଭଲ ଭାବରେ ଥରେ ନଜର ପକାନ୍ତୁ ଏହି ସି ସି ଟିଭି ରେ ରେକର୍ଡ ହୋଇଥିବା ଭିଡିଓ ଉପରେ। କେଉଁ ଭଳି ଭାବରେ ଏକ ଟ୍ରକ୍ ପେଟ୍ରୋଲ ପମ୍ପ ସାମ୍ନାରେ ଗାଡ଼ି ଟିକୁ ଅଟକାଇ ରଖିଛି।ଆଉ କିଛି ସମୟ ପରେ ଟ୍ରକ୍ ଟି ଆଗକୁ ବଢୁଛି। ଆଉ ଠିକ୍ ଏହି ସମୟରେ ଏକ ବାଇକ୍ ପଛ ପଟରୁ ଦ୍ରୁତ ଗତିରେ ଆସି ଟ୍ରକ୍ ଟିକୁ ପଛରୁ ଧକ୍କା ଦେଇଛି।

ଫଳରେ ଧକା ଦେବା ପରେ ସେହି ଘଟଣା ସ୍ଥଳରେ ହିଁ ବାଇକ୍ ର ଡ୍ରାଇଭର ଏବଂ ତାଙ୍କ ପଛରେ ବସିଥିବା ସାଙ୍ଗ ଜଣଙ୍କ ଛିଟିକି ହୋଇ ପଡିଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ ଏହି ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ର ଡାବୁଙ୍ଗା ଥାନା ଅନ୍ତର୍ଗତ ଜତାପାଲା ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଏହାର ଠିକ୍ ସାମ୍ନାରେ।

ତେବେ ଘଟଣାଟି ଘଟିଛି ଗତ ୨୯ ତାରିଖ ରାତି ସମୟରେ। ଏକ ଚାଉଳ ବୁଝେଇ ଟ୍ରକ୍ ପେଟ୍ରୋଲ ପମ୍ପ ସାମ୍ନାରେ ଯାଉଥିବା ବେଳେ ଟ୍ରକ୍ ର ପଛ ଆଡୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ମାଡ଼ ହୋଇଛି। ଯାହାଫଳରେ ସିଧା ସଳଖ ଭାବରେ ଘଟଣା ସ୍ଥଳରେ ହିଁ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ଘଟିଛି। ତେବେ ବାଇକ୍ ପଛରେ ବସିଥିବା ତାଙ୍କର ଅନ୍ୟ ଜଣେ ସାଙ୍ଗ ଗୁରୁତର ଆହାତ ହୋଇଥିବା ବେଳେ ତାଙ୍କୁ ପାପଡାହାଣ୍ଡି ମେଡିକାଲ୍ କୁ ନିଆ ଯାଇଛି ଏବଂ ସେଠାରେ ତାଙ୍କର ଚିକିତ୍ସା କରା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।