Odisha News Portal

ଦେଖନ୍ତୁ ଭିଡ଼ିଓ : ମୃତ୍ୟୁର Live ଭିଡ଼ିଓ ! ପୁଣି ସାମ୍ନାକୁ ଆସିଲା ଏଭଳି କରୁଣ ଦୃଶ୍ୟ, ଦୟାକରି ଅଧିକରୁ ଅଧିକ ସେୟାର କରନ୍ତୁ…

କନ୍ଦାଉଛି କରନା ଭାଇରସ ର ସଂକ୍ରମଣ।ଏଥିରେ କେତେବେଳେ କାହାର ଜୀବନ ଚାଲିଯାଉଛି ତାହା କହିବା ମୁସ୍କିଲ।କେତେବେଳେ ଚିକିତ୍ସା ଅଭାବରୁ ରୋଗୀର ମୃତ୍ୟୁ ବରଣ ହେଉଛି ତ ପୁଣି କେତେବେଳେ ଚିକିତ୍ସା କେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ରୋଗୀ ର ଜୀବନ ଚାଲି ଯାଉଅଛି। ବିଭିନ୍ନ ସ୍ଥାନରୁ ଏପରି ଅନେକ ଖବର ପ୍ରତିଦିନ ସାମ୍ନାକୁ ଆସୁଛି।ଭାରତ ବର୍ଷରେ କରନା ମହାମାରୀ ସଂକ୍ରମଣ ଉଗ୍ର ରୂପ ଧାରଣ କରିଥିବା ବେଳେ ଦିନକୁ ଦିନ ଏହା ଗମ୍ଭୀର ହେବାରେ ଲାଗିଛି।ତେବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ସରକାରଙ୍କୁ ଚିନ୍ତାରେ ପକାଇଛି ଏହି ସଂକ୍ରମଣ ହାରର ବୃଦ୍ଧି।

ବିଭିନ୍ନ ରାଜ୍ୟରେ ଅନେକ ରୋଗୀ ଉପଯୁକ୍ତ ଚିକିତ୍ସା ଅଭାବରୁ ହସ୍ପିଟାଲ୍ ରେ ମୃତ୍ୟୁ ବରଣ କରୁଛନ୍ତି। ଯେଉଁ ମାନଙ୍କ ପାଖରେ ଠିକ୍ ସମୟରେ ସ୍ବାସ୍ଥ୍ୟ ସେବା ପହଞ୍ଚି ପାରୁ ନାହିଁ।ଫଳରେ ଅମ୍ଳଜାନ ଅଭାବରୁ ଚାଲି ଯାଉଛି ଅକାରଣରେ ଅନେକ ଜୀବନ। ଏହିଭଳି ଭାବରେ କରନା ର କରାଳ କାୟା ରେ କଲବଲ ହେଉଛି ସାରା ଦେଶ। ଆଉ ଏତିକି ବେଳେ ନିଜ ଜୀବନକୁ ବଞ୍ଚାଇବା ପାଇଁ, ନିଜକୁ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଚାଲିଛି ସବୁଆଡେ ସଂଗ୍ରାମ।ଅନ୍ୟପକ୍ଷରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କ ନିକଟରେ ଅକ୍ସିଜେନ ର ସୁବିଧା ଠିକ୍ ଭାବରେ ଉପଲବ୍ଧ ହୋଇ ପାରୁ ନଥିବା କାରଣରୁ ଅମ୍ଳଜାନ ଅଭାବରୁ ଏଥିରେ ଚାଲି ଯାଉଚି ଅନେକ ଜୀବନ।

ତେବେ ସେହିପରି ଏକ ଦୁଃଖଦାୟକ ଘଟଣା ଏବେ ସାମ୍ନାକୁ ଆସିଛି। ଯେଉଁ ଘଟଣାଟି ହେଉଛି ବିହାର ର।ଏଠାରେ ଏକ ହସ୍ପିଟାଲ୍ ରେ ସର୍ବ ସମ୍ମୁଖରେ ଜଣେ କରନା ଆକ୍ରାନ୍ତ ଅମ୍ଳଜାନ ଅଭାବରୁ ଜୀବନ ଚାଲି ଯାଇଛି। ଠିକ ସମୟରେ ଡାକ୍ତର ଙ୍କ ଉପସ୍ଥିତି ନ ରହିବା ଏଠାରେ ଜଣେ ରୋଗୀର ଜୀବନ ନେଇଛି ଏବଂ ଆଉ ଜଣେ ରୋଗୀର ଜୀବନ ଯିବାକୁ ବସିଛି। ତେବେ ଯେଉଁ ଭଳି ଭାବରେ କରନା ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣଙ୍କ ଚିକିତ୍ସା ଅଭାବରୁ ଏଠାରେ ମୃତ୍ୟୁ ବରଣ କରୁଛନ୍ତି ତାହା ଏଠାରେ କ୍ୟାମେରା ରେ ରେକର୍ଡ ହୋଇଛି ଏବଂ ଏହାକୁ ଦେଖିଲେ ଆଖିରେ ଲୁହ ଆସି ଯାଉଛି।

ଏହା ଏତେ ଦୁଃଖଦାୟକ ସ୍ଥିତି କୁ ବୟାନ କରୁଛି ଯେ ଯାହାକୁ କହିବା କଷ୍ଟକର।ଏହି ଘଟଣାକୁ ଏଠାରେ ଜଣେ ସାମ୍ବାଦିକ ଲାଇଭ କରିବା ସହ ଡାକ୍ତରଙ୍କ ସହ ଫୋନରେ କଥା ହେଉଛନ୍ତି ଏବଂ ସେଠାରେ ଚିକିତ୍ସା ପାଇଁ ନିଯୁକ୍ତ ହୋଇଥିବା ଡାକ୍ତରଙ୍କ ବିଷୟରେ ପଚାରୁଛନ୍ତି। ଯେଉଁ ଡାକ୍ତରଙ୍କ ପାଇଁ ଏହି ରୋଗୀଙ୍କ ଜୀବନ ଚାଲିଗଲା ଏବଂ ଅନ୍ୟ ଜଣେ ଏବେବି ମୃତ୍ୟୁ ସହ ସଂଗ୍ରାମ କରୁଥିବାର ଦେଖିବାକୁ ମିଳୁଛି।ତେବେ ଅନୁସନ୍ଧାନ ପରେ ଜଣାପଡିଛି ଯେ ସେହି ୱାର୍ଡ ରେ ଜଣେ ମହିଳା ଡାକ୍ତରଙ୍କ ଡିଉଟି ପଡ଼ିଥିବା ବେଳେ ତାଙ୍କର ଅଯତ୍ନଶିଲତା ପାଇଁ ଏହି ରୋଗୀଙ୍କ ଜୀବନ ଚାଲିଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।