ମଣିଷ ଜୀବନ କ୍ଷଣିକ ମାତ୍ର କାହାର କେତେବେଳେ କଣ ଘଟିବ ତାହା କେହି କହିପାରିବେ ନାହିଁ। ଏମିତି ବହୁତ କମ ଲୋକ ଅଛନ୍ତି, ଯେଉଁମାନେ କି ଅନ୍ୟ ମାନଙ୍କ ପାଇଁ ସାହଯ୍ୟ କରିବା। କିନ୍ତୁ ଅନେକ ସମୟରେ ଦେଖାଯାଏ, ଲୋକ ମରିବା ପରେ ମଧ୍ୟ ଆମର ହୋଇ ରହୁଛନ୍ତି। ଅନ୍ୟମାନଙ୍କ ଜୀବନ ମଧ୍ୟ ବଞ୍ଚିଯାଇପାରୁଛି। ତେବେ ଏହା କେବେଳ ଅଙ୍ଗ ଦାନ ମାଧ୍ୟମରେ ସମ୍ଭବ ହୋଇଥାଏ। ଯେଉଁମାନଙ୍କର ବ୍ରେନ ଦେଡ ଘୋଷଣା କରିଥାନ୍ତି, ଡାକ୍ତର ସେମାନେ ଚାହିଁଲେ ନିଜର ଅଙ୍ଗ ଦାନ କରି ଅନ୍ୟର ଜୀବନ ବଞ୍ଚାଇ ପାରିବେ। ଏହା ଅନେକ କମ ଲୋକଙ୍କ ପାଖରେ ଦେଖାଯାଏ ଏବଂ କାହାରିକୁ ବାଧ୍ୟ କରାଯାଇପାରିବ ନାହିଁ ଯିଏ ପାରିବେ, ନିଜର ଅଙ୍ଗ ସଇଚ୍ଛାରେ ଦାନ କରିପାରିବେ। ତେବେ ଜଣେ ୧୪ ବର୍ଷ ବାଳକ ୬ ଜଣଙ୍କୁ ନୂଆ ଜୀବନ ଦେଇଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ;
ସୂଚନା ଅନୁସାରେ ଏଭଳି ଏକ ଘଟଣା ସୁରଟ ରେ ଦେଖିବା ପାଇଁ ମିଳିଛି। ଜଣେ ୧୪ ବର୍ଷୀୟ ନାବାଳକ ଛାତ୍ର ଦଶମ ଶ୍ରେଣୀରେ ପାଠ ପଡୁଥିଲେ। ତେବେ ତାଙ୍କର ନାମ ହେଉଛି, ଧାର୍ମିକ। ସେ ଦୀର୍ଘ ୧ ବର୍ଷ ଧରି ଡ଼ାଇନିସିସ ରେ ବଞ୍ଚୁଥିଲା, କିନ୍ତୁ ଏତେଟା ଅସୁସ୍ଥ ନଥିଲା। ଗତ କିଛି ଦିନ ହେଲା ସେ ଧୀରେ ଧୀରେ ସେ ଅସୁସ୍ଥ ହେଲା ଆଉ ସେ ହୋଇଗଲା, ଶଯ୍ୟାଶାୟୀ। ଏହାପରେ ଧାରର୍ମିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଲା।
ତାଙ୍କର ପରିବାର ଲୋକଙ୍କ ତରଫରୁ ଯେତେ ପ୍ରକାର ସମ୍ଭବ ସେମାନେ ତାଙ୍କର ଚିକିତ୍ସା ସୁବିଧା ଯୋଗାଇ ଦେଲେ। ଡାକ୍ତର ମାନେ ମଧ୍ୟ ଅନେକ ଚେଷ୍ଟା କଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧାରିବା ପାଇଁ ହେଲେ, ସମସ୍ତ ଚିକିତ୍ସା ପଦ୍ଧତି ଫେଲ ମାରିଲା। ଏହାପରେ ଡାକ୍ତର ତାଙ୍କୁ ବ୍ରେନଡେଡ ଘୋଷଣା କଲେ। ତେବେ ତାଙ୍କର ପରିବାର ଲୋକଙ୍କୁ ଡାକ୍ତର ମାନେ ଅଙ୍ଗ ଦାନ ବିଷୟରେ ପରାମର୍ଶ ଦେଲେ। ଏହାପରେ ପରିବାର ଲୋକ ଧାର୍ମିକର ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଲେ।
ସୁରଟର କିରଣ ହସ୍ପିଟାଲରୁ ଧର୍ମିକର ଦୁଇଟି ଯାକ ହାତ ଯାଇଥିଲା, ମୁମ୍ବାଇ ଏଥିପାଇଁ ଲାଗିଥିଲା ୧୦୫ ମିନିଟ। ହାର୍ଟ ଯାଇଥିଲା, ଅହମ୍ମଦାବାଦ ଏଥିପାଇଁ ଲାଗିଥିଲା ୯୦ ମିନିଟ। ଫୁସଫୁସ ଯାଇଥିଲା ଚେନ୍ନାଇ ଯାହା ଲାଗିଥିଲା ୧୮୦ ମିନିଟ। ସେହିପରି ସେହିଭଳି ଅହମ୍ମଦାବାଦ ରୁ ଯାଇଥିଲା, ଲିଭର ବା ଯକୃତ। ହାତ ଦୁଇଟା ଲାଗିଛି, ମହାରାଷ୍ଟ୍ର ପୁନେର ଜଣେ ୩୨ ବର୍ଷୀୟ ବ୍ୟକ୍ତି ଦେହରେ ଯାହାଙ୍କର ଦୁଇ ହାତ କରେଣ୍ଟ ଲାଗି ନଷ୍ଟ ହୋଇଯାଇଥିଲା। ତେବେ ହାତ ଟ୍ରାସନ୍ସପ୍ଲାନଟ କରିବା ଏକ ବିରାଟ ସଫଳତା ବୋଲି ଡାକ୍ତର ମାନେ କହିଛନ୍ତି। ତେବେ ଏହିଭଳି ଭାବରେ ସେ ୬ ଜଣକୁ ମୃତ୍ୟୁ ପରେ ମଧ୍ୟ ନୂଆ ଜୀବନ ଦେଇଛନ୍ତି। ତେବେ ଧାର୍ମିକଙ୍କ ପରିବାର ଲୋକଙ୍କୁ ମଧ୍ୟ ଅନେକ ପ୍ରଶଂସା କରାଯାଇଛି। ତେବେ ଏହିଭଳି ଭାବରେ ସେ ମୃତ୍ୟୁ ପରେ ମଧ୍ୟ ଅମର ହୋଇ ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।