ମୃତ ବା ପିତୃ ପୁରୁଷଙ୍କ ଫଟୋ – ଘରେ କେଉଁ ଜାଗାରେ ଲଗାଇଲେ ( ଧନ ବୃଦ୍ଧି ) ହୋଇଥାଏ – Odia Bayagita

ପ୍ରୟତଃ ପ୍ରତ୍ୟେକଙ୍କ ଗୃହରେ ପିତୃପୁରୁଷଙ୍କ ର ଫୋଟ ରହିଥାଏ , ଏପରି ମାନ୍ୟତା ରହିଛି କି ପିତୃପୁରୁଷଙ୍କ ଫୋଟ ଘରେ ଲଗାଇବା ଦ୍ୱାରା ବା ପିତୃପୁରୁଷଙ୍କ ପ୍ରଟତି ସମ୍ମାନ ଭାବ ରଖିବା ଦ୍ୱାରା ଘରେ ଉନ୍ନତି ଆସିଥାଏ । ଧନ ସମ୍ପଦରେ କେବେହେଲେ ଅଭାବ ହୋଇ ନଥାଏ , ପିତୃପୁରୁଷଙ୍କ କୃପା ସର୍ବଦା ଆମ ମାନଙ୍କ ଉପରେ ରହିଥାଏ । ଏହା ଦ୍ୱାରା ଗୃହର ବ୍ୟକ୍କି ମାନଙ୍କୁ ଏକ ପ୍ରକାର ଲାଭ ହୋଇଥାଏ , ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିିଳିଥାଏ । କିନ୍ତୁ ଯଦି ପିତୃପୁରୁଷଙ୍କ ଫୋଟ ଭୁଲ ଯାଗାରେ ଲଗାଯାଏ , ତେବେ ଏହାର ମଧ୍ୟ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ ।

1. ମନ୍ଦିରରେ ଲଗାନ୍ତୁ ନାହିଁ :-

ଘରର ଯେଉଁ ସ୍ଥାନରେ ଆପଣ ମାନେ ପୂଜା ପାଠ କରୁଛନ୍ତି ସେଠାରେ ପିତୃପୁରୁଷଙ୍କ ଫୋଟ ଆଦୌ ରଖନ୍ତୁ ନାହିଁ । ଠାକୁର ଘରେ ପିତୃପୁରୁଷଙ୍କ ଫୋଟ ରଖିବା ଅଶୁଭ କୁହାଯାଏ , ଏହର ନକରାତ୍ମକ ପ୍ରଭାବ ଆପଣଙ୍କ ଉପରେ ପଡିଥାଏ । ଯଦି ଉତ୍ତର- ପୂର୍ବ କୋଣରେ ଆପଣଙ୍କର ପୂଜା ସ୍ଥାନ ରହୁଛି , ତ ଆପଣ ଆପଣଙ୍କର ପିତୃପୁରୁଷଙ୍କ ଫୋଟ କୁ ଘରର ପୂର୍ବ ଦିଗରେ ଲଗାନ୍ତୁ ।

2. ପୂଜା କରିବାର ସ୍ଥାନ ପୂର୍ବ ଦିଗରେ ରହିଲେ :-

ଯଦି ଆପଣଙ୍କର ପୂଜା କରିବାର ସ୍ଥାନ ପୂର୍ବ ଦିଗରେ ରହିଅଛି ତେବେ ଆପଣ ପିତୃପୁରୁଷଙ୍କ ଫୋଟ ଐଶାନ୍ୟ କୋଣରେ ଲଗାଇବା ଉଚିତ୍ । ଠାକୁର ଘରର ଅଲଟା ଦିଗରେ ପିତୃପୁରୁଷଙ୍କର ଫୋଟ ଲଗାନ୍ତୁ ।

3. ଶୟନ ଗୃହରେ

ଘରର ଉତ୍ତର କୋଣରେ କିମ୍ୱା ଆପଣ ଯେଉଁ ଗୃହରେ ଶୟନ କରୁଥାନ୍ତି , .ସେହି ଘରର ଉତ୍ତର କାନ୍ଥରେ ଯଦି ଆପଣଙ୍କ ପିତୃପୁରୁଷ ଙ୍କ ଫୋଟ ଲଗାଇଥାନ୍ତି ବହୁତ ହିଁ ଶୁଭଫଳ ଦାୟକ ହୋଇଥାଏ । ସବୁଠାରୁ ଉତ୍ତମ ଏହା ଅଟେ କି ଘରର ଉତ୍ତର ଦିଗରେ କିମ୍ୱା ଆପଣ ଯେଉଁ ଘରେ ଶୋଉଛନ୍ତି ଘରର ଉତ୍ତର କାନ୍ଥରେ ପିତୃପୁରୁଷଙ୍କ ର ଫୋଟ ଲଗାନ୍ତୁ ।

4. ଦକ୍ଷିଣ – ପଶ୍ଚିମ ଦିଗରେ ଲଗାନ୍ତୁ ନାହିଁ :-

ଘରର ନେତୃତ୍ୱ କୋଣ ଅର୍ଥାତ୍ ଦକ୍ଷିଣ – ପଶ୍ଚିମ କୋଣରେ ପିତୃପୁରୁଷଙ୍କ ଫୋଟ କେବେବି ଲଗାଇବେ ନାହିଁ । ଯଦି ଆପଣ ଘରର ଦକ୍ଷିଣ – ପଶ୍ଚିମ ଦିଗରେ ପିତୃପୁରୁଷଙ୍କ ଫୋଟ ଲଗାଇବେ ତ ଆପଣଙ୍କ ଘରର ଉନ୍ନତି ଅଟକି ଯାଇଥାଏ ।

5. ଘରର ମଝାମଝିରେ ଲଗାନ୍ତୁ ନାହିଁ :-

ଘରର ବ୍ରହ୍ମସ୍ଥାନ ଅର୍ଥାତ୍ ଘରର ମଝାମଝିରେ ପିତୃପୁରୁଷଙ୍କର ଫୋଟ ଭୁଲରେ ବି ଲଗେଇବେ ନାହିଁ । ଏହି ଜାଗାରେ ପିତୃପୁରୁଷଙ୍କ ଫୋଟ ଲଗାଇବା ଦ୍ୱାରା ସେଠାରେ ଯେଉଁ ବି ବ୍ୟକ୍ତି ରହିଥାନ୍ତି ସେମାନଙ୍କର ମାନ ସମ୍ମାନରେ ହାନୀ ଘଟିଥାଏ । ସେମାନଙ୍କ ଜୀବନରେ ଏପରି ପରିବର୍ତ୍ତନ ଘଟିଥାଏ , ସେମାନଙ୍କର ନିନ୍ଦା ଓ ମାନହାନୀ ହୋଇଥାଏ । ଘରର ଉତ୍ତର ଦିଗରେ ପିତୃପୁରୁଷଙ୍କ ଫୋଟ ଲଗାଇବା ସବୁଠାରୁ ଉତ୍ତମ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment