Odisha News Portal

ଦେଖନ୍ତୁ Live Exclusive ଭିଡ଼ିଓ : ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଅଭିଷେକ ଏୟାର ଲିଫ୍ଟି ର ଭିଡ଼ିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ…ଥରୁଟିଏ ନିଶ୍ଚୟ ଦେଖନ୍ତୁ

ଦୁଃଖ କେତେବେଳେ କାହା ପାଖକୁ ଆସିବ ତାହା କହିବା ଅସମ୍ଭବ। ଆଉ ଏହି କରନା ସମୟରେ ତ ଲୋକଙ୍କ ଦୁଃଖ ଆହୁରି ଦ୍ଵିଗୁଣିତ ହୋଇଛି। ଓଡ଼ିଶାରୁ ବି ଏମିତି ଅନେକ ଦୁଃଖଦ ଖବର ସାମ୍ନାକୁ ଆସୁଛି ଯାହା ଆପଣ ମାନେ ବି ଦେଖିବାକୁ ପାଉଥିବେ।ମାତ୍ର କେଇ ଦିନ ତଳେ ବିବାହ କରି ନୂଆ ଜୀବନ ଆରମ୍ଭ କରିଥିବା ଓଡିଶାର ଭଦ୍ରକ ଜିଲ୍ଲାର ବାସୁଦେବପୁର ର ଅଭିଷେକ ଯେଉଁଭଳି ଜୀବନ ଯୁଦ୍ଧରେ ସଂଗ୍ରାମ ରତ ଅଛନ୍ତି, ତାକୁ ଦେଖି ସହ୍ୟ କରି ପାରୁନାହାନ୍ତି ତାଙ୍କ ପରିବାର ଏବଂ ନବ ବିବାହିତା ପତ୍ନୀ ମୌସୁମୀ। ତେବେ ଅଭିଷେକଙ୍କ ମାଆ ବି ପୁଅର ଜୀବନ ରକ୍ଷା ଲାଗି ବଦାନ୍ୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପାଇଁ ପ୍ରାର୍ଥନା କରୁ ଥିବା ଦେଖିବାକୁ ମିଳୁଛି।

ସମସ୍ତେ ଅଭିଷେକଙ୍କ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି।ଏପଟେ ସହାୟତା ଯୋଗାଡ଼ କରି ତାଙ୍କୁ ତୁରନ୍ତ ଭଲ ଚିକିତ୍ସା ଯୋଗାଇ ଦେବା ପାଇଁ ଏକଜୁଟ ହୋଇଛନ୍ତି ଅଭିଷେକ ବନ୍ଧୁ ଗୋଷ୍ଠୀ ମାନେ। ଓଡ଼ିଶା ବାସୀ ବି ବେଶ୍ ସହାୟତା ର ହାତ ବଢ଼ାଇବା ରେ ଲାଗିଛନ୍ତି। ତେବେ ସୁଚନା ଅନୁସାରେ ECMO ଚିକିତ୍ସା ପାଇଁ ଅଭିଷେକଙ୍କୁ ଏୟାର ଲିଫ୍ଟି କରା ଯାଇଛି। ଏହାପରେ ଏୟାର ଆମ୍ବୁଲାନ୍ସରେ ସେ କୋଲକାତା ଯାଇଛନ୍ତି। ଆପଣ ଜାଣିଛନ୍ତି କୋଭିଡ ଆକ୍ରାନ୍ତ ପରଠାରୁ ଭଦ୍ରକ ବାସୁଦେବପୁର ଅଞ୍ଚଳର ଯୁବକ ଅଭିଷେକ ମହାପାତ୍ର ଗୁରୁତର ଅଛନ୍ତି। ତାଙ୍କର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଥିବା ବେଳେ ଏଥିପାଇଁ କିନ୍ତୁ ଅର୍ଥ ବାଧକ ସାଜିଛି।

ଆଉ ଏତିକି ବେଳେ ପ୍ରତିଦିନ ତାଙ୍କ ପତ୍ନୀ ସହାୟତା ପାଇଁ ନିବେଦନ କରୁଛନ୍ତି। ଅଭିଷେକଙ୍କ ପାଇଁ ସୋଶାଲ ମିଡିଆରେ ସେଭ୍ ଅଭିଷେକ କ୍ୟାମ୍ପେନିଂ କରାଯାଉଥିବା ବେଳେ ବିଭିନ୍ନ ଆଡ଼ୁ ମଧ୍ୟ ସହାୟତାର ସୁଅ ଛୁଟୁଛି। ଯେହେତୁ ECMO ଚିକିତ୍ସା ପାଇଁ ହଠାତ୍ ଏୟାର ଲିଫ୍ଟି ଆବଶ୍ୟକ ହେଉଛି ଏହା ବ୍ୟୟବହୁଳ ହୋଇଥିଲେ ମଧ୍ୟ ଏହାର ଯୋଗାଡ କରା ଯାଇଛି। ତେବେ ଅଭିଷେକଙ୍କ ଏୟାର ଲିଫ୍ଟି ପାଇଁ ଭଡ଼ା ହୋଇଛି କୋଡ଼ିଏ ଲକ୍ଷ ରୁ ଅଧିକ ଟଙ୍କା। ସୁଚନା ଅନୁସାରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅଭିଷେକଙ୍କ ପରିବାର ଲୋକଙ୍କୁ ଯଥା ଶୀଘ୍ର ଇକ୍‌ମୋ ଚିକିତ୍ସା ପଦ୍ଧତି ଆପଣାଇବାକୁ ଡାକ୍ତର କହିଥିଲେ।

ଆଉ ଅଭିଷେକଙ୍କୁ ଏହି ଏୟାରଲିଫ୍ଟିଂ ପାଇଁ ପାଖାପାଖି ୩୦ଲକ୍ଷ ଟଙ୍କା ଦରକାର ଥିଲା ବେଳେ ଏହାର ଯୋଗାଡ ଲୋକଙ୍କ ସହାୟତା ଯୋଗୁଁ ହୋଇ ପାରିଛି। ତେବେ ଏହି ଚିକିତ୍ସା ପାଇଁ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଏଥିପାଇଁ ସହାୟତା ମାଗିଛନ୍ତି ପରିବାର ଲୋକେ।ତେବେ ଏକ ମଧ୍ୟବିତ ପରିବାର ଏତେ ପରିମାଣର ଟଙ୍କା ଯୋଗାଡ କରିବା ପାଇଁ ଅସମର୍ଥ ହୋଇ ପଡିଛନ୍ତି। କେବଳ ଆପଣଂକ ସହାୟତା ଏବଂ ପ୍ରାର୍ଥନା ହିଁ ଅଭିଷେକ ଙ୍କ ଜୀବନ ରକ୍ଷା କରି ପାରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।