Odisha News Portal

ମଙ୍ଗଳବାର ଦିନ ଗାଧୋଇ ସାରିବା ପରେ ଏହି 8ଟି କାମ କଲେ ହେବ ଧନର ବର୍ଷା….ନଚେତ୍ ଆସିପାରେ ବିପଦ….

ଯଦି ଆପଣ ଚିନ୍ତିତ ଏବଂ ସମସ୍ୟାରେ ଘେରି ହୋଇ ରହୁଛନ୍ତି , କୌଣସି କାମ ଆପଣଙ୍କର ହେଉ ନାହିଁ । ପରିଶ୍ରମ ତ କରୁଛନ୍ତି କିନ୍ତୁ ଫଳ ମିଳୁନାହିଁ । ଜୀବନରେ କେବେ ବି କେହି ସାହାଯ୍ୟ ସହଯୋଗ ପାଇଁ ଆଗକୁ ଆସୁନାହାଁନ୍ତି , ତେବେ ନିରାଶ ହୁଅନ୍ତୁ ନାହିଁ । ମଙ୍ଗଳବାର ଦିନ ଏହି କେତୋଟି ଉପାୟ ମଧ୍ୟରୁ କୌଣସି ଗୋଟିଏ ଉପାୟ କରନ୍ତୁ ଏବଂ ଦେଖନ୍ତୁ କିପରି ଆପଣଙ୍କର ଭାଗ୍ୟର ପରିବର୍ତ୍ତନ ହେଉଅଛି । ମଙ୍ଗଲବାର ଦିନ ପ୍ରଭୁ ହନୁମାନଙ୍କର ଦିନ ବୋଲି ବିଚାର କରାଯାଏ । କୁହାଯାଏ କି ପ୍ରଭୁ ହନୁମାନ ସମସ୍ତ ମନସ୍କାମନା ପୂରଣ କରିଥାନ୍ତି । କେବଳ ଅଳ୍ପ ଶ୍ରଦ୍ଧାର ଆବଶ୍ୟକତା ରହିଛି ଏବଂ ଦେଖନ୍ତୁ ଆପଣଙ୍କର ସମସ୍ତ ମନସ୍କାମନା କିପରି ପୂରଣ ହେଉଅଛି । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ।

1. ମଙ୍ଗଲବାର ଦିନ ସଂନ୍ଧ୍ୟା ସମୟରେ ହନୁମାନଜୀଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ ହନୁମାନଜୀଙ୍କୁ ଗୋଲାପ ଫୁଲର ମାଳ ଅର୍ପଣ କରନ୍ତୁ । ଏପରି କରିବା ଦ୍ବାରା ଆପଣଙ୍କର ମନସ୍କାମନା ଶିଘ୍ର ହିଁ ପୂରଣ ହେବାକୁ ଲାଗିଥାଏ ।

 

2. ମଙ୍ଗଳବାର ଦିନ ସକାଳ ସମୟରେ ସ୍ନାନ କରିବା ପରେ ବରଗଛରୁ ଗୋଟିଏ ପତ୍ର ଆଣି ତାକୁ ସ୍ବଚ୍ଛ ପାଣିରେ ଧୋଇ ଦିଅନ୍ତୁ ଏବଂ ସେହିୁ ପତ୍ରକୁ ନେଇ ହନୁମାନଜୀଙ୍କ ସାମ୍ନାରେ ରଖିଦିଅନ୍ତୁ । ଏହାପରେ ସେହି ପତ୍ର ଉପରେ କେଶର ଦ୍ବାରା ଶ୍ରୀରାମ ଲେଖନ୍ତୁ ଏବଂ କିଛି ସମୟ ପର୍ଯ୍ୟନ୍ତ ହନୁମାନଜୀଙ୍କ ପାଦତଳେ ରଖନ୍ତୁ । ଏହାପରେ ସେହି ପତ୍ରଟିକୁ ଆଣି ନିଜ ପର୍ସ କିମ୍ବା ଧନ ରଖିବା ସ୍ଥାନରେ ରଖି ଦିଅନ୍ତୁ । ଦେଖିବେ ଧନଜନିତ ସମସ୍ୟା ଦୂର ହୋଇଯିବ ।
3.ମଙ୍ଗଳବାର ଦିନ ହନୁମାନ ଯନ୍ତ୍ରର ସ୍ଥାପନା ନିଜର ପୂଜା ଘରେ କରନ୍ତୁ ଏବଂ ଯନ୍ତ୍ରଟିର ପ୍ରତିଦିନ ବିଦ୍ଧି ଭାବରେ ପୂଜା କରନ୍ତୁ । ଏହାଦ୍ବାରା ଘର ମଧ୍ୟରୁ ସମସ୍ତ ନକରାତ୍ମକ ଉର୍ଜା ଦୂର ହେବା ସହିତ ତୁରନ୍ତ ଶୁଭ ଫଳ ମିଳିଥାଏ ।

4.ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ହନୁମାନଜୀଙ୍କୁ ସିନ୍ଦୁର ଏବଂ ଚମେଲିର ତେଲ ଅର୍ପଣ କରନ୍ତୁ । ଏହାଦ୍ବାର ହନୁମାନଜୀ ଶିଘ୍ର ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କର ସମସ୍ତ ମନସ୍କାମନା ପୂରଣ କରିଥାନ୍ତି ।

5. ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ସେଠାରେ ଶ୍ରୀରାମ ରଖେ ସ୍ରୋତର ପାଠ କରନ୍ତୁ । ଏହାପରେ ନିଜର ସମସ୍ତ ସମସ୍ୟାକୁ ହନୁମାନଜୀଙ୍କୁ ଜଣାଇ ଗୁଡର ପ୍ରସାଦ ଚଢାନ୍ତୁ ।

6. ମଙ୍ଗଳବାର ଦିନ ସକାଳ ସମୟରେ ସ୍ନାନ କରିସାରିବା ପରେ କୌଣସି ଅଶ୍ବସ୍ତଗଛ ମୂଳେ ସୋରିଷ ତେଲର ଦୀପଟିଏ ଜଳାନ୍ତୁ । ଏହାପରେ ପୂର୍ବ ଦିଗକୁ ମୁଖ କରି ତୁଳସୀର ଗୋଟିଏ ମାଳ ନିଅନ୍ତୁ ଏବଂ 11ଥର ରାମନାମ ଜପ କରନ୍ତୁ । ଅର୍ଥାତ ଗୋଟିଏ ମାଳ 108ଥର ହିସାବରେ 11ଥର ଜପ କରିବାକୁ ପଡିବ ।

7. ଯଦି ଆପଣଙ୍କର କୌଣସି ଗ୍ରହଦୋଷ କାରଣରୁ କିଛି ବି ସମସ୍ୟା ଜୀବନରେ ଲାଗିରହୁଛି ତେବ ମଙ୍ଗଳବାର ଦିନ କୌଣସି ହନୁମାନ ମନ୍ଦିର ଯାଇ ରାମନାମ ଜପ 108ଥର କରନ୍ତୁ ଏବଂ ସଂନ୍ଧ୍ୟା ସମୟରେ ବୁନ୍ଦିଆର ଲଡୁ ଚଢାନ୍ତୁ । ଏପରି 5ଟି ମଙ୍ଗଲବାର କରନ୍ତୁ ।