Odisha News Portal

ଦେଖନ୍ତୁ ଭିଡ଼ିଓ – ମୋତେ କାହିଁକି ଫିଂଗିଲୁ ମାଆ ! ନବଜାତ ଶିଶୁର ଏହି ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ….

ଏହି ସମାଜ ପୁରୁଷ ପ୍ରାଧାନ୍ୟ ସମାଜ ଅଟେ। ଏହି ସମାଜ ରେ ଏଭଳି ଏକ ଅଲିଖିତ ନିୟମ ରହିଛି, ଯେଉଁ ନିୟମ ରେ ପୁରୁଷ ରୋଜଗାର କ୍ଷମ ଅଟେ ଏବଂ ବାହାରକୁ ଯାଇ ରୋଜଗାର କରିଥାଏ। ସ୍ତ୍ରୀ ଙ୍କୁ ହିଁ ଘରର ସମସ୍ତ କାର୍ଯ୍ୟ ତୁଲାଇବାକୁ ପଡ଼ିଥାଏ । ପ୍ରାଚୀନ କାଳରୁ ଏହି ପ୍ରଥା ଚାଲି ଆସିଛି। ତେଣୁ ଅନେକ ସମୟ ରେ ଶିଶୁ କନ୍ୟା ଅଲୋଡ଼ା ହୋଇଥାଏ । ଏମିତି ଏକ କେଶ୍ ବର୍ତ୍ତମାନ ଆମ ନଜର କୁ ଆସିଛି । ଆସନ୍ତୁ ଜାଣିବା ସେହି ବିଷୟ ରେ ସମ୍ପୂର୍ଣ ଖବର ;

ଶିଶୁ କନ୍ୟା ଟି କଣ ସତରେ ଏତେ ଅଲୋଡ଼ା ଜନ୍ମ ହେଲା ପରେ କାହିଁକି ତାକୁ ବୁଦା ମୂଳେ ଫୋପାଡି ଦିଆ ଯାଇଛି । ଝିଅ ହେଲା ବୋଲି ମା ବି କଣ ବଦଳି ଜାଏ। ହେ ଭଗବାନ କଣ ହୋଇ ଯାଉଛି ଆମ ସମାଜ କୁ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଆଲାଇଲୋ ପଞ୍ଚାୟତ ଓରତପୋଲ ନିକଟ ରେ ମଧ୍ୟାହ୍ନ ପ୍ରାୟ 12 ଟା ସମୟ ରେ କେହି ଜଣେ ଏକ ନବଜାତ ଶିଶୁ କନ୍ୟା କୁ ବୁଦା ନିକଟ ରେ ଛାଡି ଦେଇ ଯାଇଛି। ଉକ୍ତ ସ୍ଥାନ କୁ ଅଲାଇଲୋ ଗ୍ରାମର ରମାକାନ୍ତ ସେଠୀ ଶୌଚ ପାଇଁ ଯାଇ ଥିବାରୁ ବୁଦା ମୂଳରୁ ଶିଶୁ କନ୍ୟା ର କାନ୍ଦ ଶୁଭିଲା ।

ଉକ୍ତ ନବଜାତ ଶିଶୁ କୁ ଉଧାର କରି ବ୍ୟକ୍ତି ଜଣଙ୍କ ଘରକୁ ନେଇ ଆସିଲେ । ପରିବାର ସମେତ ଉକ୍ତ ଶିଶୁ କନ୍ୟା କୁ ଘରେ ରଖିବେ ବୋଲି ପରିବାର ଙ୍କ ସହମତି ଜଣାଇ ଗ୍ରାମବାସୀ ଙ୍କ ସହମତି ମଧ୍ୟ ଜଣାଇ ଦେଲେ । ହେଲେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଓ ଶିଶୁ ସୁରକ୍ଷା ଅଧିକାରୀ ଅଳାଇଲୋ ଗ୍ରାମ ରେ ପହଞ୍ଚି ଯାଇଥିଲେ । ସବୁଠାରୁ ବଡ଼ କଥା ହେଲା ଶିଶୁ କୁ ଉଧାର କରିଥିବା ରମାକାନ୍ତ ନିଜେ ଜଣେ ଭିନ୍ନକ୍ଷମ । ସେ ବିବାହିତ ଓ ତାଙ୍କର ଦୁଇଟି ପୁଅ ଅଛନ୍ତି ।

ରମାକାନ୍ତ ଙ୍କ ର ଗ୍ରାମ ପାଖରେ ଏକ ପାନ ଦୋକାନ ରହିଛି ସେଥିରେ ସେ ପରିବାର ଚଳାନ୍ତୀ । ହେଲେ ପ୍ରଶାସନିକ ଅଧିକାରୀ ଶିଶୁ କନ୍ୟା କୁ ନେବା ପାଇଁ ଜିଦ୍ କରିବା ପରେ ରମାକାନ୍ତ ଙ୍କ ପରିବାର ଗ୍ରାମବାସୀ ପ୍ରଥମେ ପ୍ରଶାସନ କୁ ବୁଝାଇ ଥିଲେ ଓ ପଛରେ ଉଭୟ ଙ୍କ ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଥିଲା । ମହାକାଳପଡ଼ା ପୋଲିସ୍ ଉକ୍ତ ସ୍ଥଳ ରେ ପହଞ୍ଚି ଲୋକ ମାନଙ୍କୁ ବୁଝା ସୁଝା କରି ସରପଞ୍ଚ ଙ୍କ ଉପସ୍ଥିତି ରେ ଉକ୍ତ ଶିଶୁ କନ୍ୟା କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ପଠାଇ ଚିକିତ୍ସା କରାଇଲେ ।

ଅଲୋଡ଼ା ଶିଶୁ କନ୍ୟା ଏବେ ସରକାର ଙ୍କ ହେପାଜତ ରେ ରହୁଥିବା ବେଳେ କିଏ ଏବିଂ କାହିଁକି ନବଜାତ ଶିଶୁ କନ୍ୟା କୁ କେତେବେଳେ ଓ କାହିଁକି ପୋଲ ନିକଟ ରେ ଛାଡି ଚାଲିଗଲା ତାହା ଏବେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।