ମୋର କେହି ପୁଅ ନାହିଁ.. ଫେରିଯା ତୁ.. ମୁଁ ଆଉ ଯିବିନି..ମୋ ମନ ଭାଙ୍ଗି ଯାଇଛି.. ଗୋଟେ ମା ର କୋହଭରା କାନ୍ଦ… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଛୋଟ ବେଳେ ପିଲାମାନଙ୍କର ସାହାରା ହୋଇଥାଏ ତାର ବାପା, ମା, ଠିକ ସେହିପରି ବାର୍ଦ୍ଧକ୍ୟ ସମୟରେ ବାପା ମା ର ସାହାରା ହୋଇଥାଏ ତାର ପିଲା |କଥାରେ ଅଛି ଲକ୍ଷେ ଶିବ ପୂଜା କରିଥିଲେ ପୁଅଟିଏ ମିଳେ, କିନ୍ତୁ ସେହି ପୁଅ ଯଦି ବାପା ମା ଙ୍କ ପ୍ରତି ଅନାହେଲା କରେ ଘରେ ରଖିବା ପାଇଁ ମନା କରି ଘରୁ ତୋଡ଼ିଦିଏ | ଆଉ ନିର୍ଯାତନା ଦିଏ ତାହେଲେ ଜୀବନତା ବଡ ନିର୍ବିଶେଷ ହୋଇଯାଏ ଓ ବଞ୍ଚିରହିବାର ଆଶାଟି ମଧ୍ୟ ଧୀରେ ଧୀରେ କମି ଯାଏ | ଠିକ ସେହି ପରି ଗୋଟିଏ ଖବର ସୋସିଆଲ ମିଡ଼ିଆରେ ଏବେ ଦେଖିବାକୁ ମିଳିଛି , ଆସନ୍ତୁ ଜାଣିବା ପୁରା ଘଟଣାଟି କଣ ଥିଲା |

ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳରେ ରାମଚନ୍ଦ୍ର ପାତ୍ର ଙ୍କ ସ୍ତ୍ରୀ ବାସନ୍ତୀ ଙ୍କର ଘଟଣା ଯାହା ଏବେ ମିଡ଼ିଆ ରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା, ଯାହାକୁ ଦେଖିଲେ ଆପଣ ମାନଙ୍କ ଆଖିରେ ମଧ୍ୟ ପାଣି ଆସିଯିବ | ଯୋଉ ପୁଅକୁ ଜନ୍ମ ଦେଉ କୁଲେଇ କାଖେଉ ମଣିଷ କରି ନିଜେ ଖାଇ ନ ଖାଇ ପୁଅର ଭଲ ପାଇଁ ତାର ଭବିଷ୍ୟତ ପାଇଁ ଚିନ୍ତା କରିଥାଏ , ସେହି ପୁଅ ଆଜି ସାଜିଛି ରାକ୍ଷସ ନିଜ ମା ହେଇଯାଇଛି ତା ପାଇଁ ମୁଣ୍ଡରେ ବୋଝ, ମୁଠେ ଖାଇବାକୁ ଓ ଘରେ ତକ ଜାଗା ଦେବା ପାଉ ମଧ୍ୟ ତାକୁ କଷ୍ଟ ହେଉଛି | ଚୁଟି ଧରି ଟାଣି ଟାଣି ଘରୁ ବାହାର କରିଦେଉଛି ମାଙ୍କୁ ତାଙ୍କ ଘରୁ , ଏପରି ଏକ ଅଭିଯୋଗ ଥାନାରେ ଦେଖିବାକୁ ମିଳିଛି |

ସ୍ବର୍ଗତ ରାମଚନ୍ଦ୍ର ବାବୁଙ୍କର ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ବାସନ୍ତୀଙ୍କ ଉପରେ ହୋଇଛି ଅତ୍ୟାଚାର, ଦୁଇ ପୁଅ ଥାଉ ଥାଉ ସେ ଖାଇବାକୁ ମୁଠେ ପାଇନାହାନ୍ତି, ତାଙ୍କୁ ମାରିବା ସହିତ ତଣ୍ଟି ଚିପିଦେଇଛନ୍ତି , ଖାଇବାକୁ ନ ଦେଇ ଘରୁ ତୋଡ଼ିଦେବାରୁ ଘର ପାଖ ମନ୍ଦିରରେ ଯାଇ ଆଶ୍ରୟ ନେଇଛନ୍ତି ବୁଢା ମା ଆଉ ଯାହା ଦେଖିଲେ ଆପଣମାନେ ମଧ୍ୟ ଚୋକିତ ହୋଇଯିବେ, ଶେଷରେ ଖାଇବାକୁ ନ ପାଇଁ ବୃଦ୍ଧା ମା ଟି ଆଶ୍ରୟ ନେଇଛଅନ୍ତି ତାଙ୍କ ଝିଅ ଓ ଯୁଆଁଙ୍କ ଘରେ , ସେଠାରେ ସେମାନେ ଘଟଣାଟି ଶୁଣି ଓ ମା ଙ୍କୁ ନ୍ୟାୟ ଦେବାପାଇଁ ଦ୍ୱାରସ୍ଥ ହୋଇଛନ୍ତି ପୋଲିସ ଘରେ ଓ ଥାନାରେ ଏ ବିଷୟରେ ଅଭିଯୋଗ ଓ ନ୍ୟାୟ ପାଇବାର ଦାବି ମଧ୍ୟ କରିଛନ୍ତି ମା କିନ୍ତୁ ପୁଅ ଏହି ଘଟଣା ଶୁଣିବା ପରେ ମା ଙ୍କୁ ଆଣିବା ପାଇଁ ଧାଇଁ ଯାଇଛି ମାଙ୍କ ପାଖକୁ କିନ୍ତୁ ମା କହିଛନ୍ତି ତୋ ଠାରେ ମୋ ଆତ୍ମା ତୁଟିଛି , ଚାଲିଯା ତୁ ମୁଁ ଆଉ ଘରକୁ ଫେରିବିନି ଏପରି କିଛି କହିଛନ୍ତି ମା | ଆହୁରି ମଧ୍ୟ କହିଛନ୍ତି କି ପୁଅ ଜନ୍ମ କରି ମୁଁ ସବୁଠୁ ବଡ଼ ଭୁଲ କରିଛି |

କିନ୍ତୁ ମାଆର ବୟାନ ଶୁଣି ପୁଅ କହିଛଅନ୍ତି ଘରକରି କୋଲିଝଗଡା ହୁଏ ମୁଁ ମାଆଙ୍କୁ ଗାଲିଛି ସତ କିନ୍ତୁ ମାଆ ଙ୍କୁ ମାରିବା ନିର୍ଯାତନା ଦେବା ଓ ଗୋଳା ଚିପିଦେଲା ଭଳି କିଛି କାମ ମୁଁ କରିନି, ଏଫାୟାରଟି ମିଛ ଅଟେ ଏପରି କିଛି କହିଛନ୍ତି ତାଙ୍କ ପୁଅ, ବର୍ତମାନ ଘଟଣା ର ସତ୍ୟତାକୁ ଜାଣିବା ପାଇଁ ପୋଲିସ ତଦନ୍ତ ଚଳେଇଛି ଓ ଦୋଷୀକୁ ଦଣ୍ଡ ଓ ନିର୍ଦଶୀକୁ ନ୍ୟାୟ ଦେବାର ବ୍ୟବସ୍ଥା କରୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment