Odisha News Portal

‘ମୋ ସ୍ବାମୀ ଜଣେ ବିଧବାଙ୍କୁ ବିବାହ କରିଛି’… କଣ କାହୁଛନ୍ତି ଏହି ମହିଳା ଦେଖିଲେ ମୁଣ୍ଡରେ ହାତ ଦେବେ… ଦେଖନ୍ତୁ Video

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ସ୍ୱାମୀ ଏବଂ ସ୍ତ୍ରୀ ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ। କିନ୍ତୁ ବର୍ତ୍ତମାନର ଆଧୁନିକ ସମାଜରେ ସ୍ୱାମୀ ସ୍ତ୍ରୀ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି। ନିଜର କଳୁଷିତ ମନଭାଵ ନେଇ, ଅନ୍ୟ ମହିଳା କିମ୍ବା ପୁରୁଷ ସହିତ ଅବୈଧ ସମ୍ପର୍କ ରଖିଥାନ୍ତି। ତେବେ ଏପରି କରିବା ଫଳରେ ସମ୍ପର୍କରେ ଆରମ୍ଭ ହୋଇଯାଏ, ଫାଟ। ପ୍ରତିଦିନ ପରିବାର ମଧ୍ୟରେ ଝଗଡ଼ା ଆଶାନ୍ତି ଲାଗିରହେ। ଶେଷରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ ଝଗଡ଼ା ଉଗ୍ରରୂପ ନେଇ ବିଭିନ୍ନ ପ୍ରକାର ଅଘଟଣ ଘଟିଯାଏ, ଏପରି କି ଛାଡ଼ ପତ୍ର ମଧ୍ୟ ହୋଇଯାଇଥାଏ। ବିଶେଷ କରି ଆମ ଓଡିଶାରେ ଏଭଳି ଅନେକ ଘଟଣା ଦେଖିବା ପାଇଁ ମିଳିଛି। ତେବେ ବର୍ତ୍ତମାନ ସମୟରେ ଏକ ଖବର ଆପଣ ମାନେ ଦେଖିଥିବେ ଜଣେ ମହିଳା ନିଜ ସ୍ୱାମୀକୁ ଛାଡି ଜଣେ ଡ୍ରାଇଭରଙ୍କୁ ସ୍ୱାମୀ ବୋଲି ମାନିଥଲେ।

ଏଭଳି କିଛି ଅଭିଯୋଗ ଆଣିଥିଲେ ଜଣେ ବ୍ୟକ୍ତି , ଏହାପରେ ତାଙ୍କ ସ୍ତ୍ରୀ ମଧ୍ୟ ଗଣମାଧ୍ୟମ ସମ୍ନାରେ ନିଜର ପ୍ରତିକ୍ରିୟା ରଖିଥିଲେ। ତେବେ ଆସନ୍ତୁ ଜାଣିବା ସମ୍ପର୍ଣ୍ଣ ଘଟଣା ବିଷୟରେ। ସୂଚନା ଅନୁସାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ବିଷୟରେ ଅଭିଯୋଗ ଆଣିଥିଲେ। ଯେଉଁ ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ ସେ ଜଣେ ରେଲୱେ କର୍ମଚାରୀ ମୁଟା ଅଙ୍କର ତାଙ୍କର ଦରମା ପାଆନ୍ତି। ତାଙ୍କର କହିବା କଥା ଯେ ତାଙ୍କର ସ୍ତ୍ରୀ ଙ୍କର ଡ୍ରାଇଭର ସମ୍ପର୍କ ରହିଥିଲା। ଏବାବଦରେ ସେ ଯେତେବେଳେ ଜାଣିବା ପାଇଁ ପାଇଥିଲେ। ଡ୍ରାଇଭର ଙ୍କୁ ତାଙ୍କ ସ୍ତ୍ରୀ ଙ୍କ ଠାରୁ ଅଲଗା କରିଦେଇଥିଲେ।

ମିଶିବା ପାଇଁ ଦେଇନଥିଲେ, ଏହାପରେ ତାଙ୍କ ସ୍ତ୍ରୀ ଏବଂ ଡ୍ରାଇଭର କ୍ରଧିତ ହୋଇଥିଲା। ଆଉ ନିଜ ସ୍ୱାମୀକୁ ଜୀବନରୁ ମାରିଦେବା ପାଇଁ ଯୋଜନା କରିଥିଲେ। କିଛି ଗୁଣ୍ଡା ଙ୍କୁ ମାରିଦେବା ପାଇଁ ସୁପାରୀ ଦେଇଥିଲେ। ଜୀବନରୁ ମାରିଦେବା ପାଇଁ ବାଟରେ ଫେରୁଥିବା ସମୟରେ ଆକ୍ରମଣ କରିଥିଲେ। ଏହାପରେ ସେଠାରେ ସ୍ଥାନୀୟ ଲୋକ ଏକତ୍ରିତ ହୋଇଯିବା ଫଳରେ ସେଠାରୁ ତାଙ୍କୁ ଛାଡି ପଳେଇଥିଲେ। ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା କରାଯାଉଥିଲା। ବର୍ତ୍ତମାନ ଡ୍ରାଇଭର ସହିତ ତାଙ୍କର ବିବାହ ସରିଯାଇଥିବା କଥା ମଧ୍ୟ କହିଥିଲେ।

ତେବେ ଏହାପରେ ସ୍ତ୍ରୀ ଲୋକଟି ଓଲଟା ଅଭିଯୋଗ ଆଣିଥିଲେ। ତାଙ୍କର କହିବା କଥା ଯେ ତାଙ୍କର ସ୍ୱାମୀ ଏଭଳି ଖରାପ ସମ୍ପର୍କ ରଖିଛନ୍ତି ଅନ୍ୟ ଜଣେ ବିବାହିତ ମହିଳା ସହିତ। ସେ ମଧ୍ୟ ଯୁବତୀ ମାନଙ୍କ ସହିତ ଅଶୀଳ ଚାଟିଂ ମଧ୍ୟ କରନ୍ତି। ତାଙ୍କ ନାଁରେ ଯେଉଁ ସବୁ ଅଭିଯୋଗ ଆଣିଛନ୍ତି। ତାହା ସମ୍ପୂର୍ଣ୍ଣ ଭାବରେ ମିଛ ବୋଲି କହିଛନ୍ତି। ତାଙ୍କର ଜଣେ ୧୭ ବର୍ଷର ପିଲା ଅଛନ୍ତି। ବିବାହ ପରଠୁ ତାଙ୍କ ସ୍ବାମୀ ସହିତ ତାଙ୍କର ସବବେଳେ କଳି ଝଗଡ଼ା ଲାଗିରହିଥାଏ। ଏଭଳି ଅନେକ ଭାବରେ ଗଣ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।