ମିଡ଼ିଆ ଆଗରେ ନିଜ କଥା କହୁ କହୁ ତାଙ୍କ ଲାଇଫର ସବୁ ସିକ୍ରେଟ ଖୋଲି କହିଦେଲେ.. OLYWOD ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ( budhaditya mohanty )ଏନେଇ କଣ କହୁଛନ୍ତି ,ଦେଖନ୍ତୁ VIDEO….

ଓଡ଼ିଆ ସିନେମା ଜଗତ ଅଭିନୟ କରୁଥିବା କଳାକାର ମାନଙ୍କ ପ୍ରତି ଓଡିଆ ଦର୍ଶକ ମାନଙ୍କ ଅହେତୁକ ଭଲ ପାଇବା ରହିଛି। ନିଜ ନିଜ ପ୍ରିୟ କଳାକାର ମାନଙ୍କ ଅଭିନୟ ଜୀବନ ବ୍ୟକ୍ତିଗତ ଜୀବନ ବାବଦ ରେ ଜାଣିବା ପାଇଁ ମଧ୍ୟ ଦର୍ଶକ ମାନେ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି। କେହି କେହି ନିଜ ପ୍ରିୟ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନଶୈଳୀକୁ ଅନୁସରଣ କରିଥାନ୍ତି। କାରଣ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନଶୈଳୀ ସାଧାରଣ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ।

ତେବେ ଆଜି ଆମେ ଆପଣ ମାନ ଙ୍କୁ ଯେଉଁ ଅଭିନେତା ଙ୍କ ବାବଦରେ କହିବାକୁ ଯାଉଛୁ ଯିଏକି ନିଜର ଦମଦାର ଅଭିନୟ ପାଇଁ କେବଳ ଓଲିଉଡ଼ରେ ନୁହେଁ ବରଂ ବଲିଉଡ୍ ରେ ମଧ୍ୟ ରାଜ କରୁଛନ୍ତି। ସେମିତି ଜଣେ ଅଭିନେତା ହେଉଛନ୍ତି ବୁଦ୍ଧାଦିତ୍ୟ ମହାନ୍ତି। ସେ ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତା ଓ ଦୂରଦର୍ଶନ ଉପସ୍ଥାପକ। ଆପଣ ମାନେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।ବୁଦ୍ଧାଦିତ୍ୟ ୨୦୦୭ ମସିହା ରେ ଆଇ ଲଭ ମାଇଁ ଇଣ୍ଡିଆ କଥଚିତ୍ର ରୁ ଓଡ଼ିଆ କଥାଚିତ୍ର ଜଗତରେ ଅଭିନେତା ଜୀବନ ଆରମ୍ଭ କରି ଥିଲେ।

ଏହାପରେ ନନ୍ଦିନୀ ଆଇ ଲଭ ୟୁ, ତୁ ଥିଲେ ମୋ ଡର କାହାକୁ, ପାଗଳ କରିଛି ପାଉଁଜି ତୋର, ପ୍ରେମ ରୋଗୀ, କେଉଁ ଦୁନିଆରୁ ଆସିଲ ବନ୍ଧୁ, ଲୋଫର , ଓମ୍ ସାଇ ରାମ୍, ବାଇ ବାଇ ଦୁବାଇ, ଜଗା ହାତରେ ପଘା, ଡେଲିଭରି ବୟ, ଶ୍ରୀମାନ ସୁରଦାସ ଆଦି ସିନେମାରେ ନଜର ଆସିଛନ୍ତି ବୁଦ୍ଧାଦିତ୍ୟ ମହାନ୍ତି। ନିକଟରେ ତରଙ୍ଗ ଟିଭି ରେ ପ୍ରସାରିତ ଧାରାବାହିକ ଶ୍ରୀ ମନ୍ଦିର ରେ ମଧ୍ୟ ଖୁବ୍ ସୁନ୍ଦର୍ ଅଭିନୟ କରିଥିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। ହିନ୍ଦୀ ଧାରାବାହିକ ରେ ମଧ୍ୟ ନଜର ଆସିଛନ୍ତି ବୁଦ୍ଧାଦିତ୍ୟ।

ତେବେ ଅଭିନେତା ବୁଦ୍ଧାଦିତ୍ୟ ତାଙ୍କ ପରିବାର କୁ ବହୁତ୍ ଭଲ ପାଆନ୍ତି ତାଙ୍କ ପରିବାର ହିଁ ତାଙ୍କ ପାଇଁ ସବୁକିଛି। ସେ ଅଭିନୟ ତାଙ୍କ ପରିବାର ଠୁ ହିଁ ଶିଖିଛନ୍ତି ବୋଲି କହିଛନ୍ତି। ତେବେ ୪୫ ବର୍ଷରେ ପାଦ ଥାପିଛନ୍ତି ଓଲିଉଡ୍‌ର ହ୍ୟାଣ୍ଡସମ୍‌ ଆକ୍ଟର୍‌ ବୁଦ୍ଧାଦିତ୍ୟ ମହାନ୍ତି। ୧୯୭୮ ମସିହା ୧୭ ଜାନୁଆରୀ ରେ କଟକର ଏକ ପ୍ରସିଦ୍ଧ ଫିଲ୍ମ ପରିବାରରେ ଜନ୍ମ ହୋଇଥିଲେ ବୁଦ୍ଧାଦିତ୍ୟ। ବୁଦ୍ଧାଦିତ୍ୟ ଙ୍କ ମା ଜଣେ ସୁ ପ୍ରସିଦ୍ଧ ଅଭିନେତ୍ରୀ।ଓଡ଼ିଆ କଥାଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ମାଳବିକା ରାୟଙ୍କ ସେ ପୁଅ ଓ ମହାଶ୍ୱେତା ରାୟଙ୍କ ପୁତୁରା। ପରଦା ଉପରେ ତାଙ୍କ ମାଆ ଆଉ ମାଉସୀଙ୍କୁ ଦେଖି ମଧ୍ୟ ଅଭିନୟ ଶିଖିଥିବା କହିଛନ୍ତି ବୁଦ୍ଧାଦିତ୍ୟ।

ସୁପରଷ୍ଟାର ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତି ଙ୍କ ଠାରୁ ମଧ୍ୟ ସେ ବହୁତ୍ କିଛି ଶିଖିବାକୁ ପାଇଛନ୍ତି ବୋଲି କହିଛନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment