Odisha News Portal

କରୋନା ପରେ ସାଧାରଣ ଲୋକଙ୍କ ପାଇଁ ମୋଦୀ ଆଣିଲେ ଧନତେରସ ଉପହାର ସମସ୍ତ ଙ୍କୁ ମିଳିବ ପକ୍କାଘର !

0 2

ଆଜିର ସବୁଠୁ ବହୁତ ବଡ ଖବର । କରୋନା ମାଡରେ ମାନ୍ଦା ପଡି ଥିବା ଦେଶର ଅର୍ଥନୀତିକୁ ପୁଣି ଥରେ ଟ୍ରାକ୍ କୁ ଫେରେଇ ଆଣିବାକୁ 2 ଲକ୍ଷ 65 ହଜାର କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ । ବିଶେଷ କରି ନୂଆ ନିଯୁକ୍ତି , ଗୃହ ନିର୍ମାଣକୁ ପ୍ରୋତ୍ସାହିତ କରିଛନ୍ତି ମୋଦି ସରକାର । ତେବେ ଆତ୍ମ ନିର୍ଭର ଭାରତ 3. 0 ରେ 12 ଟି କ୍ଷେତ୍ରରେ ସରକାର ପ୍ରୋତ୍ସାହନ ଦେବେ । ତେବେ ଆସନ୍ତୁ ଦେଖି ନେବା ଅର୍ଥମନ୍ତ୍ରୀଙ୍କର କଣ ସେହି ବଡ ଘୋଷଣା । ସେଥିପାଇଂ ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ । ତେବେ ଚାଲନ୍ତୁ ଜାଣିନେବା କଣ ରହିଛି ସଂମ୍ପୂର୍ଣ୍ଣ ଅପଡେଟ ।

ତେବେ ନୂଆ ନିଯୁକ୍ତି ପାଇଁ ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା । ସର୍ତ ଅନୁଯାୟୀ ନୂଆ ନିଯୁକ୍ତି ଦେଲେ 2 ବର୍ଷ ପାଇଁ ଇପିଏଫ୍ ରାଜି ଦେବେ ସରକାର । ତେବେ ଚଳିତ ବର୍ଷ ଅକ୍ଟୋବରରୁ ଆସନ୍ତା ଜୁନ୍ ମାସ ଭିତରେ ନିଯୁ୍କ୍ତି ପାଇ ଥିବା ନୂଆ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହେବ 1.47 ଲକ୍ଷ କୋଟି 10 ଟି ଉତ୍ପାଦନ କ୍ଷେତ୍ରକୁ ଦିଆ ଯିବ । ମୋବାଇଲ୍ ଫୋନ୍ , ଇଲେକଟ୍ରେନିକ ସାମଗ୍ରୀ, ଫାର୍ମା କଂପାନୀ ଆଦି ଉପକୃତ ହେବେ ।


ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ 18 ହଜାର କୋଟି 12 ଲକ୍ଷ ଘର , ନୂଆ ଘର ଏବଂ ଅଧା ଥିବା 18 ଲକ୍ଷ ଘର ସଂମ୍ପୂର୍ଣ୍ଣ ହେବ । 2 କୋଟି ଟଙ୍କା ଭିତରେ ପ୍ରଥମ ଥର ଘର କରୁଥିବା ବ୍ୟକ୍ତିଙ୍କୁ ଆୟକର ରିହାତି, ଭିତ୍ତିଭୂମି କ୍ଷେତ୍ରରେ 1.10 ଲକ୍ଷ କୋଟି ଋଣକୁ କୃଷି କ୍ଷେତ୍ରକୁ ପ୍ରୋତ୍ସାହନ ପାଇଂ ସାର ରେ ରିହାତି, ପୁଞ୍ଜି ଶିଳ୍ପ ବିଭାଗ ପାଇଁ 10 ହଜାର 200 କୋଟି ଟଙ୍କାର ଅତିରିକ୍ତ ବଜେଟ ।


କୋଭିଡ୍ ସୁରକ୍ଷା ମିଶନ୍ ପାଇଁ ଖର୍ଚ୍ଚ ହେବ 900 କୋଟି । ପେଟ୍ରୋଲ ଡିଜେଲ୍ ବିକ୍ରି ବୃଦ୍ଧି, ବ୍ୟାଙ୍କ କ୍ରେଡିଟ୍ ଉନନ୍ତି ଏବଂ ଶେୟାର ବଜାରରେ ଉତ୍ସାହକଙ୍କୁ ଦେଖି ଭାରତୀୟ ଅର୍ଥନୀତି ଖୁବ ଶିଘ୍ର ଟ୍ରାକକୁ ଫେରିବ ବୋଲି ଆକଳନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ । ଏଥି ସହିତ ସହରୀ ଗରିବଙ୍କ ପାଇଂ ପକ୍କା ଘର ସୁବିଧା ଯୋଗାଇ ଦେବେ ବୋଲି ମଧ୍ୟ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ । ଏ ବିଷୟରେ ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ସହରରେ ରହୁଥିବା ଗରିବଙ୍କ ପାଇଂ 12 ଲକ୍ଷ ପକ୍କା ଘର ନିର୍ମାଣ ହେବ ।

ତେବେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଏହି ପକ୍କା ଘର ଯୋଗାଇ ଦିଆ ଯିବ । ସହରୀ ଗରିବଙ୍କୁ ପକ୍କା ଘର ଦେବାକୁ ଅତିରିକ୍ତି 18 ହଜାର କୋଟି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହି ଯୋଜନାରେ 12 ଲକ୍ଷ ନୂଆ ଘର ନିର୍ମାଣ ଏବଂ ନିର୍ମାଣଧୀନ 18 ଲକ୍ଷ ଘର ସଂମ୍ପୂର୍ଣ୍ଣ କରା ଯିବାର ଲକ୍ଷ୍ୟ ରଖିଛନ୍ତି ସରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।