Odisha News Portal

ସେୟାର କରି ଜଣାନ୍ତୁ – ମୋଦି ସରକାର ଙ୍କର ଝିଅଙ୍କ ପାଇଁ ବଡ ଯୋଜନା 10ରୁ କମ୍‌ ବୟସର ଝିଅଙ୍କ ପାଇଁ ଖୋଲନ୍ତୁ ଏହି ଖାତା !

ଯୁଗ ବଦୁଳୁଛି ଆଉ ଯୁଗ ବଦଳିବା ସହିତ ଲୋକ ମାନଙ୍କର ଚିନ୍ତାଧାରା ମଧ୍ୟ ବଦଳିବାରେ ଲାଗିଛି । ତେବେ ଆଗ କାଳରେ ଲୋକମାନେ ଘରେ ଝିଅ ଜନ୍ମକୁ ଅଭିଶାପ ବୋଲି ଭାବୁଥିଲେ ତେଣୁ ଅନେକ ଭ୍ରୁଣ ହତ୍ୟା ମଧ୍ୟ ହେଉଥିଲା । ତେବେ ଆଜିର ଆଧୁନିକ ଯୁଗରେ ମଧ୍ୟ ଏହା ଅନେକ ଅଂଶରେ ଦେଖାଯାଏ । ଏମିତି ବି ଅନେକ ଲୋକ ଅଛନ୍ତି ଯେଉଁ ମାନେ କି ଝିଅ ମାନଙ୍କୁ ଜନ୍ମ ହେବାକୁ ଦେଉ ନାହାନ୍ତି ,ଜନ୍ମ ହେବା ଆଗରୁ ତାକୁ ମାରି ଦେଉଛନ୍ତି ।ସେଥିପାଇଁ ମଧ୍ୟ ସରକାର ବହୁତ ନିୟମ ଜାରି କରିଛନ୍ତି ।

ଯାହା ଫଳରେ ତାହା ବର୍ତ୍ତମାନ ସମୟରେ ଏତେଟା ସଫଳ ହୋଇ ପାରୁନାହିଁ । ତେଣୁ ସରକାର ଲୋକମାନଙ୍କ ଚିନ୍ତାଧାରା ବଦଳେଇବା ପାଇଂ ନିକଟରେ ଲାଡଲୀ୍ ଯୋଜନା ନାମକ ଗୋଟିଏ ଯୋଜନା ଜାରି କରିଛନ୍ତି ଯେଉଁଥିରେ ଝିଅ ଜନ୍ମ ହେଲେ ବାପାମାଁଙ୍କୁ 36000 ଟଙ୍କା ଆର୍ଥିକ ସହାୟତା ମିଳିବ ।

ସରକାର ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି , ଯେଉଁ ଲୋକଙ୍କ ଘର ନାହିଁ ତାଙ୍କୁ ଘର ଯୋଗାଇବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ରହିଛି , ପାଠ ପଢା ଆଦି ଅନେକ କିଛି ପାଇଁ ଯୋଜନା ରହିଛି । ଦେଶର ଉନ୍ନତି ପାଇଁ ବିଶେଷ କରି ଝିଅମାନଙ୍କର ସୁବିଧା ପାଇଁ ବହୁତ କିଛି ଯୋଜନା ମାନ କରିଛନ୍ତି । ଆଉ ବର୍ତ୍ତମାନ ସମୟରେ ପୁଣି ଏକ ବଡ ଯୋଜନା କରିଛନ୍ତି । ତେବେ ଚାଲନ୍ତୁ ଜାଣିବା କଣ ସେହି ଯୋଜନା ବିଷୟରେ ।

ବୟସ ସୀମା –

ସରକାର ଝିଅ ମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ମାନଙ୍କ ମଧ୍ୟରୁ ସୁକନ୍ୟା ସମୃଦ୍ଧି ଯୋଜନା ଅନ୍ୟତମ ଅଟେ,ଯାହା ସାଧାରଣ ଲୋକଙ୍କୁ କ୍ଷୁଦ୍ର ସଞ୍ଚୟରେ ବଡ ପୁଞ୍ଜି ଦେଇଥାଏ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ବ୍ୟକ୍ତିଙ୍କୁ 7.6 ପ୍ରତିଶତ ବାର୍ଷିକ ସୁଧ ମିଳିଥାଏ । ଏହି ଯୋଜନାରେ ଅନ୍ତର୍ଗତ 1-10 ବର୍ଷ ପର୍ଯ୍ୟନ୍ତ କନ୍ୟା ସନ୍ତାନଙ୍କ ପାଇଁ ଆପଣ ଆକାଉଣ୍ଟ ଖୋଲି ପାରିବେ ।

ଆବଶ୍ୟକ ଡକ୍ୟୁମେଣ୍ଟ –

ସୁକନ୍ୟା ସମୃଦ୍ଧି ଯୋଜାନରେ ଆକାଉଣ୍ଟ ଖୋଲିବା ପାଇଁ ଆପଣଙ୍କୁ ନିକଟସ୍ଥ ପୋଷ୍ଟ ଅଫିସରେ ସମ୍ପର୍କ କରିବାକୁ ପଡିବ । ଏହି ଯୋଜାନାରେ ଆକାଉଣ୍ଟ ଖୋଲିବା ପାଇଁ ଜନ୍ମ ପ୍ରମାଣ ପତ୍ର, ମାତା-ପିତାଙ୍କ ଆଧାର, 3ଟି ଫଟୋ ଆବଶ୍ୟକ ।

ଏହି ଯୋଜନାରେ ଆପଣ ଅତିକମ୍ ରେ 250 ଟଙ୍କାରୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରି ପାରିବେ । ରୋଜଗାର କମ ଥିବା ଲୋକ ଏହି ଯୋଜନାର ଫାଇଦା ଉଠାଇ ପାରିବେ । ଏହି ଯୋଜନା ଅନୁଯାୟୀ ଆପଣ ଅଧିକତମ ରାଶି ଜମା କରି 64 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ପାଇ ପାରିବେ ।

ସୁକନ୍ୟା ସମୃଦ୍ଧି ଯୋଜନାରେ ଜମା କରିବାରେ ସର୍ତ୍ତ କିଛି ରହିଛି –

ଏହି ଯୋଜନାର କେବଳ 14ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡିଥାଏ । ଏଥିପାଇଁ ଝିଅର ବୟସ 1-10 ବର୍ଷ ହୋଇଥିବା ଦରକାର , ଆଉ ଝିଅର 18 ବର୍ଷ ହେଲେ 50% ଟଙ୍କା ବାହାର କରି କାମରେ ଲଗାଇ ପାରିବେ ଏବଂ 21ବର୍ଷ ହେଲେ ଆପଣଙ୍କୁ ମାଚ୍ୟୁରିଟି ରାଶି ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।