Odisha News Portal

ମୁହଁରେ କଳା ଦାଗ ଏବଂ ବ୍ରଣ ହୋଇଥିଲେ କରନ୍ତୁ ଏହି ଛୋଟିଆ ଘରୋଇ ଉପାୟ ! ଚମତ୍କାର ଆପଣ ଗୋଟିଏ ରାତିରେ ହିଁ ପାଇଯିବେ ?

0 4

ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କିଛି ଏମିତି ସହଜ ଘରୋଇ ଉପଚାର ପ୍ରସ୍ତୁତ କରିବାର ବିଦ୍ଧି ବିଷଯରେ ଜଣାଇବୁ ଯାହା ଆପଣଙ୍କର ସ୍କିନର କଳା ଦାଗକୁ ଲିଭାଇବାରେ ବହୁତ ଅଧିକ ସାହାଯ୍ୟ କରିବ । ସାଧାରଣତଃ ଝିଅ ମାନଙ୍କର ସବୁବେଳେ ନିଜ ଫେସ୍ କୁ ନେଇ ଚିନ୍ତାରେ ରହିଥାନ୍ତି । କାହିଁକି ନାଁ ଅଧିକାଁଶ ସମୟରେ ଆମ ମୁହଁରେ ଅନେକ କିଛି ଜିନିଷ ବାହାରିଥାଏ । ଆଉ ତାହା ଆମ ଫସ୍ ରେ ସ୍ପଟ୍ ହୋଇ ରହିଯାଇଥାଏ ।

ଯାହା ଆମର ସ୍କିନ୍ କୁ କଳା କରିଦେଇଥାଏ ଏବଂ କଳା ଦାଗ ସବୁ ମଧ୍ୟ କରି ଦେଇଥାଏ । ତେବେ ଆଜି ଆମେ ସେଥିପାଇଂ ଗୋଟିଏ ଏମିତି ଫେସ୍ ପ୍ୟାକ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କର ସ୍କିନର ଏହି ସମସ୍ତ ସମସ୍ୟା ଗୁଡିକ ସବି ଦିନ ପାଇଂ ଦୂର କରି ଦେବ । ତେବେ ଚାଲନ୍ତୁ ଜାଣିବା ଏହା କେମିତି ପ୍ରସ୍ତୁତ କରିବା ଏବଂ ଏହାର ପ୍ରୟୋଗ କରିବାର ପ୍ରଣାଳୀ ବିଷୟରେ ।


ଆବଶ୍ୟକ ସାମଗ୍ରୀ- 2 ଚାମଚ ନିମ୍ବପତ୍ର ପେଷ୍ଟ , ଅଧା ଚାମଚ ହଳଦୀ ଗୁଣ୍ଡ , 1 ଚାମଚ ଦହି

ପ୍ରସ୍ତୁତି ପ୍ରଣାଳୀ –

ପ୍ରଥମେ କିଛି ନିମ୍ବ ପତ୍ର ଆଣନ୍ତୁ ଏବଂ ତାପରେ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହାପରେ ଗ୍ରାଇଣ୍ଡର ସାହାଯ୍ୟରେ ତାକୁ ଭଲ ଭାବରେ ପେଷ୍ଟ କରି ଦିଅନ୍ତୁ । ତାପରେ ସେହି ନିମ୍ବପତ୍ର ପେଷ୍ଟକୁ ଗୋଟିଏ ପାତ୍ରକୁ କାଢି ନିଅନ୍ତୁ । ଏହାପରେ ସେହି 1 ଚାମଚ ଦହିକୁ ନେଇ ନିମ୍ବପେଷ୍ଟରେ ଭଲ ଭାବରେ ମିଶାଇ ଦିଅନ୍ତୁ ଏବଂ ତାପରେ ଅଧା ଚାମଚ ହଳଦୀ ଗୁଣ୍ଡ ନେଇ ସେହି ସମସ୍ତ ଜିନିଷକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କର ପେଷ୍ଟ ପ୍ରସ୍ତୁତ ହୋଇ ଯାଇଛି । ଏହାପରେ କାକୁଡି ଦୁଇ ପିସ୍ କାଟି ନେବେ ଯାହାକୁ କି ଆଖିରେ ଲଗେଇବେ । ଯାହାଦ୍ବାରା ଆଖି ଥଣ୍ଡା ରହିବ ଏବଂ ଆଖିରୁ କଳା ଦାଗ ହଟିଯିବ । ଚାଲନ୍ତୁ ଜାଣିନେବା ଏହାର ବ୍ୟବହାର ସଂପର୍କରେ ।

ପ୍ରୟୋଗ –

ଆପଣ ବ୍ରସ କିମ୍ବା ହାତ ନଚେତ ଚାମଚ ସାହାଯ୍ୟରେ ମୁହଁରେ ଲଗେଇ ପାରିବେ । ତେବେ ଆପଣ ଏହାକୁ ହାତ ସାହାଯ୍ୟରେ ଲଗାନ୍ତୁ କାହିଁକି ନାଁ ହାତ ସାହାଯ୍ୟରେ ହିଁ ଏହାକୁ ଭଲ ଭବାରେ ସଂମ୍ପୂର୍ଣ ମୁହଁରେ ଲଗେଇ ପାରିବେ । ତେବେ ଏହାକୁ ଭଲ ଭାବରେ ମୁହଁରେ ସବୁଠି ଲଗେଇ ଦେବେ । ଏହା ଆପଣଙ୍କର ବ୍ରଣ, କଳାଦାଗ ଏବଂ ଆଖି ତଳ କଳା ଦାଗ ହଟେଇବାରେ ବହୁତ ଅଧିକ ସାହାଯ୍ୟ କରିଥାଏ ।

ଆପଣଙ୍କର ଯେକୌଣସି ସ୍କିନ ଇନ୍ଫେକ୍ସନ ହୋିଥିଲେ ମଧ୍ୟ ଏହା ବହୁତ ଭଲରେ ସେ କାମ କରିବ । କାହିଁକି ନାଁ ହଳଦୀ ଏବଂ ନିମ୍ବ ଦୁଇଟି ଯାକ ଜିନିଷ ଔଷଧିୟ ଗୁଣରେ ଭରପୁର ରହିଛି । ଆପଣ ଏସବୁକୁ ଭଲସେ ପୂରା ବେକରେ ଏବଂ ମୁହଁରେ ଲଗେଇବେ । ଏହାପରେ କାକୁଡିକୁ ଆଖି ଉପରେ ଲଗାନ୍ତୁ ଏବଂ 20 ମିନଟ୍ ପର୍ଯ୍ୟନ୍ତ ରଖିବେ । 20 ମିନିଟ ପରେ ସାଧାରଣ ପାଣିରେ ମୁହଁକୁ ଟିକେ ମସାଜ କରିବେ ଏବଂ ତାପରେ ଧୋଇ ନିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।