Odisha News Portal

ନୂଆ ବର୍ଷ ରେ ନୂଆ ଉପହାର । ମିସ୍ କଲ୍ ଦେଇ ବୁକ୍ କରି ପାରିବେ ଗ୍ୟାସ୍ ସିଲିଣ୍ଡର….କେମିତି କରିବେ ଜାଣିରଖନ୍ତୁ…

ନୂଆ ବର୍ଷ ରେ ନୂଆ ଉପହାର । ମିସଡ୍ କଲ୍ ଦେଇ ବୁକ୍ କରି ପାରିବେ ଗ୍ୟାସ୍ ସିଲିଣ୍ଡର । ଆଉ ନୂଆ କନେକ୍ସନ୍ ବି ନେଇ ପାରିବେ । ତେବେ ଏବେ ଗ୍ୟାସ୍ ସିଲିଣ୍ଡର ବୁକିଂ କରିବା ହୋଇଛି ଆହୁରି ଅଧିକ ସହଜ । କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏହି ସୁବିଧାର ଶୁଭାରମ୍ଭ କରିଛନ୍ତି । ଗ୍ୟାସ୍ ବୁକିଂ କରିବା ପାଇଁ ଗ୍ରାହକ ମାନେ 8454955555 ନମ୍ବର ରେ ମିସଡ୍ କଲ୍ କରିଲେ ଏହି ସୁବିଧା ଉପଲବ୍ଧ ହୋଇ ପାରିବେ ।

ତେବେ ଗ୍ରାହକ ମାନେ ମିସଡ୍ କଲ୍ ଦେବା ପରେ ଗ୍ୟାସ୍ ବୁକଂ ହୋଇଛି କି ନାଁ ନାହିଁ ଆପଣଙ୍କ ମୋବାଇଲ୍ କୁ ଏକ କନଫର୍ମେସନ୍ ମ୍ୟାସେଜ୍ ଆସିବ । ବାସ୍ ଏହି ଥିରୁ ହିଁ ଆପଣ ଜାଣି ପାରିବେ ଯେ ଆପଣଙ୍କ ଗ୍ୟାସ୍ ରିଫିଲିଂ ପାଇଁ ବୁକିଂ ହୋଇ ଗଲା ।

ତେବେ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ମିସଡ୍ କଲ୍ ମାଧ୍ୟମ ରେ ଏଲପିଜି ସିଲିଣ୍ଡର ବୁକଂ କରାଯାଇ ପାରିବ । ଗୋଟିଏ ମିସଡ୍ କଲ୍ କରିଦେଲେ ଗୋଟିଏ ଦିନ ଭିତରେ ଯେଉଁ ବିତରକ ସେହି ଗ୍ରାହକର ଥିବେ ସେ ଆସି ଘରେ ସିଲିଣ୍ଡର ପହଞ୍ଚାଇ ଦେବେ ।

ତେବେ ଏପରି ଏକ ସେବା ଆରମ୍ଭ ହେବା ଦ୍ବାରା ଗ୍ରାହକ ମାନେ ଅତି ସହଜ ଏବଂ ସୁବିଧା ରେ ଗ୍ୟାସ୍ ବୁକିଂ କରି ପାରିବେ । ତେବେ କେବଳ ସେତିକି ନୁହଁ ବରଂ ମିସଡ୍ କଲ୍ ଜରିଆରେ ମଧ୍ୟ ନୂଆ ଗ୍ୟାସ୍ ସଂଯୋଗ ନେଇ ହେବ । ତେବେ ଚାଲନ୍ତୁ ଜାଣିବା ତାହା କେମିତି ଏବଂ କିପରି କରିବେ ।

ତେବେ ଆପଣ ମାନେ ବା ଯେଉଁ ଗ୍ରାହକ ନୂଆ ସଂଯୋଗ ନେବା ପାଇଁ ଇଚ୍ଛୁକ ଅଛନ୍ତି ସେମାନେ 8454955555 ନମ୍ବର ରେ ମିସଡ୍ କଲ୍ ଦେବା ମାତ୍ରେ ହିଁ ଆପଣଙ୍କ ମୋବାଇଲ୍ କୁ ଏକ ଲିଙ୍କ୍ ଆସିବ । ଆଉ ଆସି ଥିବା ସେହି ଲିଙ୍କ୍ ଉପରେ କ୍ଲିକ କରି ଆପଣ ଙ୍କୁ ପ୍ରଥମେ ଦେଇ ଥିବା ଫର୍ମ କୁ ଫିଲପ୍ ବା ପୂରଣ କରିବାକୁ ପଡିବ ।

ଆଉ ତାହା ପରେ ଏହାର ଏକ ହାର୍ଡ କପି ଡିଲେନ୍ ଙ୍କ ପାଖରେ ଦାଖଲ କରି ଦେଲେ ଆପଣ ଙ୍କୁ ଗ୍ୟାସ୍ କନେକ୍ସନ୍ ମିଳି ଯିବ । ଭୂବନେଶ୍ବର ସମେତ ଦେଶର ସାତଟି ସହର ରେ ଏହି ସେବା ମିଳିବ ବୋଲି କୁହା ଯାଇଛି ।

ପ୍ରାକୃତିକ ଗ୍ୟାସମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଗୋଟିଏ ମିସଡ୍ କଲ୍ ମାଧ୍ୟମରେ ନୂଆ କନେକ୍ସନ ଲାଗି ପାରିବ । ତେବେ ଏହି ପ୍ରକାର ସୁବିଧା ଆଜି ଠାରୁ ଭୂବନେଶ୍ବର ଆରମ୍ଭ ହୋଇଛି ଏବଂ ଜାନୁଆରୀ ମାସ ଶେଷ ଶୁଦ୍ଧା ସାରା ଓଡିଶାରେ ଇଣ୍ଡିଆନ୍ ଗ୍ରାହକ ମାନଙ୍କୁ ଏହାର ସୁବିଧା ମିଳିବ ଏବଂ ଫେବୃଆରୀ ମାସ ସୁଦ୍ଧା ସାରା ଦେଶରେ ଏହି ଟେକ୍ନଲୋଜି ଡ୍ରିଭେନ୍ ଫେସିଲିଟି ସବୁ ଇଣ୍ଡିଆନ୍ ଗ୍ରାହକ ମାନଙ୍କୁ ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।