Odisha News Portal

Dr Monalisa Das – କ୍ଷୀର ପିଇ ସାରି ଖଆନ୍ତୁ ନାହିଁ ଏହି ୨ଟି ଜିନିଷ, ନଚେତ୍ ହୋଇପାରେ ଏହି ଭୟଙ୍କର ରୋଗ ହୋଇଯାଆନ୍ତୁ ସାବଧାନ ନଚେତ୍…

ଆପଣ ମାନେ ସମସ୍ତେ ଜାଣିଛନ୍ତି କି କ୍ଷୀର ଆମ ପାଇଁ ବହୁତ ଉପକାରୀ ହୋଇଥାଏ ଏବଂ କ୍ଷୀର ଛୋଟ ପିଲା ଠାରୁ ଆରମ୍ଭ କରି ବୁଢା ଲୋକ ପର୍ଯ୍ୟନ୍ତ ସମସ୍ତେ ଏହାକୁ ସେବନ କରି ପାରିବେ । ଏଥିରେ କୌଣସି ପ୍ରକାର ବାଛବିଚାର ନଥାଏ , କ୍ଷୀର ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । କ୍ଷୀରରେ ବହୁତ ପରିମାଣରେ କ୍ୟାଲସିୟମ , ପ୍ରଟିନ ଏବଂ ଧାତୁସାର ରହିଥାଏ , ଏହା ଆମ ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । କିନ୍ତୁ ଏମିତି କିଛି ଖାଦ୍ୟ ପଦାର୍ଥ ରହିଛି ଯାହା ଜାଣତରେ ହେଉ ବା ଅଜାଣତରେ ହେଉ ତାହାକୁ ସେବନ କରିବା ଆଦୌ ଉଚିତ ହୋଇ ନଥାଏ । ଏହା ଆମ ଶରୀରରେ ଭୟଙ୍କର ରୋଗ ସୃଷ୍ଟି କରିଥାଏ , ତେବେ ଆସନ୍ତୁ ଜାଣିବା ସେହି ଦୁଇଟି ଜିନିଷ ବିଷୟରେ , ଯାହା କ୍ଷୀର ସେବନ ପରେ ଆଦୌ ଖାଇବା ଉଚିତ ହୋଇ ନଥାଏ ।

1 ମାଛ

ଆପଣମାନେ କେବହେଲେ କ୍ଷୀର ପିଇବା ପରେ ମାଛ ସେବନ କରନ୍ତୁ ନାହିଁ କାରଣ ଏକ ରିସର୍ଚ୍ଚ ରୁ ଜାଣିବାକୁ ମିଳିଛି କି କ୍ଷୀର ର ଧର୍ମ ହେଉଛି ଗରମ ଏବଂ ମାଛର ଧର୍ମ ହେଉଛି ଥଣ୍ଡା । କିନ୍ତୁ ଆପଣ ମାନେ ଯେତେବେଳେ କ୍ଷୀର ସହିତ ମାଛକୁ ମଧ୍ୟ ସେବନ କରୁଛନ୍ତି ତେବେ ଆପଣଙ୍କ ଶରୀରରେ ଏକ ଭୟଙ୍କର ମିଶ୍ରଣରେ ଏକ ପ୍ରକାର ବିଷ ସୃଷ୍ଟି ହୋଇଥାଏ ।

ଏହାର ପ୍ରଭାବରେ ଶରୀରରେ ନୂତନ ଧରଣର ଏକ ଚର୍ମ ରୋଗ ସୃଷ୍ଟି ହୋଇଥାଏ । ଶରୀରରେ ଧଳା ରଙ୍ଗର ଫଟା ଫଟା ଦାଗ ଆସିଥାଏ । ତେଣୁ ଆପଣ କ୍ଷୀର ଏବଂ ମାଛକୁ ଏକ ସମୟରେ ସେବନ କରନ୍ତୁ ନାହିଁ । ଯଦି ଆପଣ ମାଛ ଖାଇବାକୁ ପସନ୍ଦ କରୁଛନ୍ତି ତେବେ କିଛି ସମୟ ପୂର୍ବରୁ ବା ପରେ ସେବନ କରନ୍ତୁ ।

2 ଦହି

ଆପଣମାନେ ମାଛ ପରି କ୍ଷୀର ପିଇବା ପରେ ଦହି ସେବନ କରିବା ମଧ୍ୟ ଆମ ଶରୀର ପ୍ରତି ବହୁତ ହାନିକାରକ ହୋଇଥାଏ । ଏହାକୁ ସେବନ କରିବା ଦ୍ୱାରା ଶରୀରରେ ଅନେକ ପ୍ରକାର ପେଟ ଜନିତ ସମସ୍ୟା ଦେଖାଯାଇଥାଏ । କାରଣ ଦହି ଆମ ଶରୀରକୁ ଥଣ୍ଡା କରିଥାଏ ଏବଂ କ୍ଷୀର ଶରୀରକୁ ଗରମ ରଖିଥାଏ , ଏହାକୁ ଏକ ସମୟରେ ସେବନ କରିବା ଦ୍ୱାରା ଏକ ପ୍ରକାର ବିଷ ସୃଷ୍ଟି ହୋଇଥାଏ ।

ଯାହା ଆମ ଶରୀର ପାଇଁ ବହୁତ ହାନିକାରକ ହେବା ସହ ଅନେକ ପ୍ରକାର ଚର୍ମ ରୋଗ ସୃଷ୍ଟି କରିଥାଏ । ତେଣୁ ଆପଣ କ୍ଷୀର ପିଇବା ସଙ୍ଗେ ସଙ୍ଗେ ଦହୀ ଖାଇବା ଅନୁଚିତ ଅଟେ ।ଏଥିପ୍ରତି ସତର୍କ ରହିବା ଉଚିତ ଏବଂ ଭୁଲରେ ମଧ୍ୟ ଏହି ଦୁଇଟି ଜିନିଷକୁ ଏକ ସମୟରେ ସେବନ କରିବା ଉଚିତ ହୋଇ ନଥାଏ ।ଯଦି

ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।