ପାରିବାରିକ ବିବାଦକୁ ନେଇ ଆଜି ମହିଳା ଥାନା ରେ ହାଜିର୍ ହୋଇଛନ୍ତି ଓଲିଉଡ଼ ର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ପତ୍ନୀ ଶ୍ରୀୟା ମିଶ୍ର ଙ୍କ ଅଭିଯୋଗ ପରେ ମହିଳା ଥାନା ପୋଲିସ୍ ହ୍ୟୁମାନ ସାଗର ଙ୍କୁ ଥାନା କୁ ଆସିବାକୁ ନିର୍ଦ୍ଦେଶ ଦେଇଥିଲା। ଶ୍ରୀୟା ମିଶ୍ର ମଧ୍ୟ ଥାନା ରେ ହାଜିର୍ ହେବେ। ମହିଳା ଥାନାରେ ଉଭୟ ହେବେ ମୁହାଁ ମୁହିଁ।
ତେବେ ହ୍ୟୁମାନ ସାଗର ଙ୍କ ନାମରେ ରହିଛି ସାଙ୍ଘାତିକ ଅଭିଯୋଗ। ସେ ତାଙ୍କ ସ୍ତ୍ରୀ ଶ୍ରୀୟା ମିଶ୍ର ଙ୍କୁ ଦେଉଥିଲେ ମାନସିକ ନିର୍ଯାତନା ଏବଂ ଶାରିରୀକ ନିର୍ଯାତନା। ଘରକୁ ଆସିବା ପରେ ହ୍ୟୁମାନ ନୃଶଂସ ଭାବେ ସ୍ତ୍ରୀ ଶ୍ରୀୟା ଙ୍କୁ ମାଡ଼ ମାରୁ ଥିଲେ। ଶ୍ରୀୟା ଯେତେ ଅନୁରୋଧ କରୁଥିଲେ ମଧ୍ୟ ହ୍ୟୁମାନ କିଛି ଶୁଣୁ ନଥିଲେ ଆଉ ନୃଶଂସ ଭାବେ ସ୍ତ୍ରୀ ଶ୍ରୀୟାଙ୍କୁ ମାଡ଼ ମାରି ଚାଲିଥିଲେ। ହ୍ୟୁମାନ ଶ୍ରୀୟାଙ୍କ ଉପରେ କରୁଥିଲେ ଅକଥନୀୟ ଅତ୍ୟାଚାର। ପ୍ରତିଦିନ ମଦ ପିଇ ହ୍ୟୁମାନ ଆସୁଥିଲେ ଘରକୁ ଆଉ ମାଡ ମାରି ଚାଲିଥିଲେ ଭଲ ପାଇ ବିବାହ କରିଥିବା ପତ୍ନୀ ଶ୍ରୀୟାଙ୍କୁ।
ଯାହାପରେ ଏ ସବୁ କୁ ସହି ନପାରି କଟକ ଡିସିପି ଙ୍କ ପାଖରେ ଅଭିଯୋଗ କରିଥିଲେ ସ୍ତ୍ରୀ ଶ୍ରୀୟା। ଆଉ ଏହାପରେ ଏ ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ସ୍ତ୍ରୀ ଙ୍କ ଅଭିଯୋଗ ପରେ ହ୍ୟୁମାନ ଏହା ଉପରେ କିଛି ପ୍ରତିକ୍ରିୟା ରଖି ନଥିଲେ ଆଉ ଆଜି ମହିଳା ଥାନାର ନିର୍ଦ୍ଦେଶ ପରେ ହ୍ୟୁମାନ ଆସି ପହଁଚି ଛନ୍ତି ମହିଳା ଥାନାରେ। ଆଉ ସେହି ସମୟରେ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଦେଖି ନିଅନ୍ତୁ ଏହି ଭିଡିଓ କୁ ଭଲ କରି କିପରି ହ୍ୟୁମାନ ସାଗର ଦମ୍ଭ ର ସହିତ ଚାଲି ଚାଲି ମହିଳା ଥାନାକୁ ଆସୁଛନ୍ତି। ଯେପରି ତାଙ୍କୁ ଘଟଣା ବାବଦରେ କିଛି ବି ଜଣା ନାହିଁ। ହ୍ୟୁମାନ ମଧ୍ୟ କହିଛନ୍ତି କି ସେ କିଛି ଜାଣି ନାହାଁନ୍ତି।
ତେବେ ଗତ କିଛି ମାସ ହେବ ହ୍ୟୁମାନ ସାଗର ପତ୍ନୀଙ୍କୁ ଅବହେଳା କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିବା ପରେ ଆଉ ଆଜି ଅପରାହ୍ନ ରେ ଉଭୟ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ଆସି ମହିଳା ଥାନାରେ ହାଜିର୍ ହୋଇଛନ୍ତି। ମହିଳା ଥାନାରେ ଏବେ ପୋଲିସ୍ ର ସମସ୍ତ ପ୍ରଶ୍ନ ରେ ଛନ୍ଦି ହୋଇ ପଡିଛନ୍ତି ହ୍ୟୁମାନ ସ୍ତ୍ରୀ ମଧ୍ୟ ସାମ୍ନାରେ ବସିଛନ୍ତି।ତେବେ ସ୍ତ୍ରୀ ଅଭିଯୋଗ ସବୁ ସତ କି ମିଛ ତାକୁ ନେଇ ପଚରା ଉଚରା ଚାଲିଛି। ଆଉ ଯଦି ସ୍ତ୍ରୀ ଙ୍କ ଅଭିଯୋଗ ସତ୍ ହୋଇଥାଏ ତେବେ ଆଗକୁ ପ୍ରସଙ୍ଗ କେଉଁ ମୋଡ଼ ନେଉଛି ତାକୁ ଦେଖିବାକୁ ବାକି ରହିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।