viral video – ମିଡ଼ିଆ ଆଗରେ ଭୋ ଭୋ ହୋଇ କାନ୍ଦି ସାହାଯ୍ୟ ମାଗିଲେ olywod star ପିଣ୍ଟୁ ନନ୍ଦ , ମୋ ଜୀବନ ଆପଣଙ୍କ ହାତରେ, ମତେ ବଞ୍ଚେଇ ଦିଅନ୍ତୁ ମୁଁ ପୁଣି ଫେରିବି ଅଭିନୟ ଦୁନିଆକୁ…ଦେଖନ୍ତୁ video

ଦିନକୁ ଦିନ ଅଧିକ ଗୁରୁତର ହେଉଛନ୍ତି ଓଲିଉଡ଼ ର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ।ଯକୃତ ରୋଗରେ ପୀଡ଼ିତ ଥିବାରୁ ଖୁବଶୀଘ୍ର ତାଙ୍କୁ ଦିଲ୍ଲୀ ନେଇ ଯକୃତ ପ୍ରତିରୋପଣ କରିବାକୁ ପରାମର୍ଶ ଦେଇଛନ୍ତି ତାଙ୍କ ଚିକିତ୍ସା କରୁଥିବା ଡାକ୍ତର। ତେବେ ଡ଼ାକ୍ତର ଙ୍କ କହିବା ଅନୁଯାୟୀ ଆସନ୍ତା ୬ ମାସ ମଧ୍ୟରେ ଯକୃତ ପ୍ରତିରୋପଣ ନହେଲେ ଅବସ୍ଥା ସଙ୍କଟାପନ୍ନ ହୋଇ ପାରେ।ତେବେ ଅର୍ଥ ଏଥି ପାଇଁ ବଧାକ ସାଜିଛି। ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ପାଇଁ ଏକ ବଡ ଏମାଉଣ୍ଟ ର ଅର୍ଥ ରାଶି ର ଆବଶ୍ୟକତା ରହିଛି।ଏହି ଅପରେସନ ଲାଗି ପାଖା ପାଖି ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ଆବଶ୍ୟକତା ରହିଛି। ଯାହାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି ପରିବାର ଲୋକେ। ତେବେ ପିଣ୍ଟୁଙ୍କ ପରିବାର ଓ ସମ୍ପର୍କୀୟଙ୍କ ପକ୍ଷରୁ ସହାୟତା ଲାଗି ରାଜ୍ୟବାସୀଙ୍କୁ ଅନୁରୋଧ କରାଯାଇଛି। ସୋସିଆଲ ମିଡିଆରୁ ମଧ୍ୟ ସାହାଯ୍ୟ ଲୋଡ଼ିଛନ୍ତି ପରିବାର ଲୋକେ।

ଓଲିଉଡ କଳାକାର ମାନେ ମଧ୍ୟ ସାହାଯ୍ୟର ହାତ ବଢ଼ାଇ ଛନ୍ତି। ଏହା ସହିତ କଳାକାର ମାନେ ଆର୍ଥିକ ସହାୟତା ପାଇଁ ଫ୍ୟାନସ୍ ମାନଙ୍କୁ ଅନୁରୋଧ କରିଥିବାର ମଧ୍ୟ ଦେଖିବାକୁ ମିଳୁଛି। ପିଣ୍ଟୁ ନନ୍ଦ ନିଜେ ନିଜ ପାଇଁ ଫ୍ୟାନ ମାନଙ୍କୁ ସହାୟତା ମାଗିଛନ୍ତି। ହସ୍ପିଟାଲ୍ ରୁ ଚିକିତ୍ସିତ ଅବସ୍ଥା ରେ ଏକ ଭିଡିଓ ଜାରି କରି ଅଭିନେତା ପିଣ୍ଟୁ ନନ୍ଦ ନିଜ ପାଇଁ ନିଜେ ସହାୟତା ମାଗିଛନ୍ତି।

ଅଭିନେତା ପିଣ୍ଟୁ ନନ୍ଦ କହିଛନ୍ତି ଯେ ମତେ ବଞ୍ଚାଇ ଦିଅନ୍ତୁ । ମୁଁ ପୁଣି ଅଭିନୟ ଦୁନିଆକୁ ଫେରିବି । ଯଦି ମୁଁ ଅଭିନୟ ଦୁନିଆକୁ ଆସିବାର ୨୭ ବର୍ଷ ମଧ୍ୟରେ ଦର୍ଶକ ମାନଙ୍କ ମନୋରଞ୍ଜନ କରିଥିବି ତାହାଲେ ଆପଣ ମାନେ ମତେ ବଞ୍ଚେଇ ଦିଅନ୍ତୁ ବୋଲି ପିଣ୍ଟୁ ନନ୍ଦ ଫ୍ୟାନସ୍ ମାନଙ୍କୁ ସହାୟତା ମାଗିଛନ୍ତି

ଚିକିତ୍ସା ପାଇଁ ଏଭଳି ଆକୁଳ ନିବେଦନ କରିଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ଆପଣ ମାନଙ୍କର ଆଶୀର୍ବାଦ ଓ କିଛି ଟଙ୍କାର ସାହାଯ୍ୟ ସହଯୋଗ ଦରକାର ବୋଲି ସେ କହିଛନ୍ତି । ମୋ ସଫଳ ଚିକିତ୍ସା ହେଇଯାଉ । ଓଲିଉଡ ସିନେ ଆର୍ଟିଷ୍ଟ ଆସୋସିଏସନ ମୋ ପରିବାର ।ମୋ ସାଙ୍ଗରେ ମୋ ଦୁଃଖରେ ଠିଆ ହୋଇଅଛନ୍ତି । ମୁଁ କେବେ ଋଣ ସୁଝିପାରିବିନି ମୋ ପରିବାରର । ଶେଷରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୋ ଚିକିତ୍ସାରେ ଡକ୍ଟର ସାମନ୍ତଙ୍କ ସହଯୋଗ ମୋ ପାଇଁ ବହୁତ ବଡ ଆଶୀର୍ବାଦ ବୋଲି ସେ କହିଛନ୍ତି ।

ଓଡ଼ିଆ କଥାଚିତ୍ର ଅଭିନେତା ଜଗତରେ ପିଣ୍ଟୁ ନନ୍ଦ ଖୁବ୍ ଜଣାଶୁଣା ଚେହେରା।୧୯୯୬ ରେ କୋଇଲି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ। ଏହାପରେ ଏକାଧିକ କଥାଚିତ୍ରରେ ଭିନ୍ନ ଭିନ୍ନ ଚରିତ୍ର ରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିତି ପାରିଛନ୍ତି।ତେବେ ପିଣ୍ଟୁ ନନ୍ଦ ଙ୍କ ପ୍ରଶଂସକ ମାନେ ବହୁ ଦୁଃଖ ପ୍ରକାଶ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment