ମିଡ଼ିଆ ଆଗରେ ନିଜ ପ୍ରେମିକା ଲୁମ୍‌ରୈନାଙ୍କ କଥା କହୁ କହୁ ଖୋଲି କହିଦେଲେ.. olywod ଅଭିନେତା ରାଜ ରାଜେଶ ( Raj Rajesh ) ଏନେଇ କଣ କହୁଛନ୍ତି ,ଦେଖନ୍ତୁ VIDEO….

ଅଭିନେତା ରାଜ୍ ରାଜେଶ୍ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଓଡିଆ କଥାଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା ରାଜ୍ ରାଜେଶ୍। ନେଗେଟିଭ ହେଉକି ନାୟକର ଭୂମିକା ସବୁ ଚରିତ୍ରକୁ ସେ ଖୁବ୍ ଭଲ ଭାବରେ ପ୍ରେଜେଣ୍ଟ କରିଥାନ୍ତି। ଦର୍ଶକ ମାନେ ମଧ୍ୟ ରାଜ୍ ରାଜେଶଙ୍କ ଅଭିନୟକୁ ଖୁବ୍ ପସନ୍ଦ କରନ୍ତି।

ତେବେ ଏକ ସାକ୍ଷାତକାରରେ ରାଜ୍ ରାଜେଶ୍ ତାଙ୍କ ବିଷୟରେ ଫ୍ୟାନସ୍ ମାନଙ୍କୁ କିଛି କହିଛନ୍ତି। ତାଙ୍କ ପାଇଁ ସବୁ ଆୱାଡ ଓ ଦର୍ଶକ ମାନଙ୍କ ଭଲ ପାଇବା ସବୁଠାରୁ ସ୍ପେଆଲ୍। ଦର୍ଶକ ମାନେଙ୍କ ଭଲ ପାଇବା ତାଙ୍କ ପାଇଁ ସବୁକିଛି। ତାଙ୍କ ପାଇଁ ସବୁଠାରୁ ବଡ ଆୱାଡ ଥିଲା ରାଜସ୍ଥାନ ଫିଲ୍ମ୍ ଫେଷ୍ଟିଭାଲ ରେ ସେ ବେଷ୍ଟ ହିରୋ ଆୱାଡ ପାଇଥିଲେ। ଯାହା ତାଙ୍କ ପାଇଁ ଏକ ବହୁତ୍ ବଡ ସଫଳତା ଥିଲା।


ଆଉ ତାଙ୍କ ସାଥିରେ ତାଙ୍କର ସାଥୀ ଲୁମରୈନା ମଧ୍ୟ ରହିଥିଲେ ଆଉ ରାଜ୍ ରାଜେଶଙ୍କ ସଫଳତା ଦେଖି ଖୁସିରେ କାନ୍ଦି ପକାଇ ଥିଲେ ଲୁମରୈନା। ତାଙ୍କ ଲୁହ ଆଦୌ ବନ୍ଦ ହେଉ ନଥିଲା। ତେବେ ରାଜ୍ ରାଜେଶ୍ ସର୍ବଦା କୁହନ୍ତି କି ଡେଭିଲ୍ ଅଫ ଦି ମାଇଁ ୱାର୍ଲ୍ଡ। ତେବେ ସେ ଏକଥା ଲୁମରୈନା ପାଇଁ କୁହନ୍ତି ବୋଲି କହିଛନ୍ତି ଆଉ ସେ ହିଁ ତାଙ୍କ ଦୁନିଆ ବୋଲି ରାଜ୍ ରାଜେଶ୍ କହିଛନ୍ତି। ତେବେ ଲୋକ ମାନେ ତାଙ୍କୁ ଖରାପ୍ ଭାବନ୍ତୁ କି ଭଲ ସେଥିରେ ତାଙ୍କର କିଛି ଫରକ୍ ପଡେନି ତାଙ୍କ ବାପା ମା ଆଉ ସେ ନିଜ ଆଖିରେ କେବେ ତଳକୁ ଖସି ନାହାଁନ୍ତି ସେଇଟା ତାଙ୍କ ପାଇଁ ବଡ କଥା ବୋଲି ସେ କହିଛନ୍ତି।

ତେବେ ଓଡିଆ କଥାଚିତ୍ର ମିଠା ମିଠାରେ ପ୍ରଥମ ଥର ପାଇଁ ନାୟକ ଭାବେ ନଜର ଆସିଥିଲେ ରାଜ ରାଜେଶ୍। ଆଉ ଦର୍ଶକ ମାନଙ୍କ ଭଲ ପାଇବା ଜିତି ପାରିଥିଲେ। ଏହାପରେ ଓଡିଆ ମେଗା ଧାରାବାହିକ “ତୋ ଅଗଣା ତୁଳସୀ ମୁଁ” ରେ ନେଗେଟିଭ୍ ଚରିତ୍ରରେ ଦେଖିବା ପାଇଁ ମିଳିଥିଲା ଆଉ ରାଜ୍ ରାଜେଶ୍ ଏଥିପାଇଁ ବେଷ୍ଟ ନେଗେଟିଭ୍ ଆକ୍ଟର ଆୱାର୍ଡ଼ ମଧ୍ୟ ପାଇଥିଲେ । ଏହାପରେ ତରଙ୍ଗ ଟିଭିର ମେଗା ଧାରାବାହିକ “ସାବିତ୍ରୀ”ରେ ମୁଖ୍ୟ ନାୟକ ଭାବେ ନଜର ଆସିଥିଲେ ଯାହା ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଥିଲା। ଆଉ ଖୁବ୍ ଅଳ୍ପ ଦିନ ପରେ ସେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଥିଲେ। ତେବେ ବର୍ତ୍ତମାନ ସମୟରେ ରାଜ ରାଜେଶ୍ ସିଦ୍ଧାର୍ଥ ଟିଭିର ମେଗା ଧାରାବାହିକ “ଅପରାଜିତା” ରେ ମୁଖ୍ୟ ନାୟକ ଦିଗବିଜୟ ଭୂମିକାରେ ଅଭିନୟ କରୁଛନ୍ତି। ଏହା ସହିତ ରାଜ ରାଜେଶ୍ ଙ୍କୁ ଅନେକ ସିନେମା ୱେବ୍ ସିରିଜ୍ ଏବଂ ମ୍ୟୁଜିକ୍ ଭିଡିଓରେ ମଧ୍ୟ ଦେଖିବାକୁ ମିଳୁଛି। ଆଉ ଆଗକୁ ମଧ୍ୟ ତାଙ୍କର କିଛି ସିନେମା ମୁକ୍ତିଲାଭ ଅପେକ୍ଷାରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment