ମିଡ଼ିଆ ଆଗରେ ଖୋଲି କହିଲେ ସତ ! ମୋ ସ୍ବାମୀଙ୍କ ମୁଣ୍ଡଦୋଷ ଅଛି, ନବଙ୍କୁ ଗୁଳି କରିଥିବା ଗୋପାଳଙ୍କ ପତ୍ନୀ ଜୟନ୍ତୀ..ଏନେଇ କଣ କହୁଛନ୍ତି ଦେଖନ୍ତୁ VIDEO …

ଯାହା ବର୍ତ୍ତମାନ ସମୟର ବଡ ଖବର ଆସିଛି କି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ ହୋଇଛି। ମନ୍ତ୍ରୀ ନବ ଦାସଙ୍କୁ ପୁଲିସ ଏଏସଆଇ ଗୋପାଳ କ୍ରିଷ୍ଣା ଦାସ ଗୁଳିମାଡ଼ କରିଛନ୍ତି ବୋଲି ସ୍ପଷ୍ଟ ହୋଇଛି।ତାଙ୍କ ଛାତି ତଳକୁ ଗୁଳି ବାଜିଛି ବୋଲି ଜଣା ପଡ଼ିଛି। ହଁ ଆଜ୍ଞା ଆଜି ସର୍ବ ସାଧାରଣଙ୍କ ଆଗରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ ହୋଇଛି। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଅଣା ଯାଉଛି। ବ୍ରଜରାଜନଗର ଗାନ୍ଧୀଛକ ଠାରେ ନବ ଦାସଙ୍କୁ ଗୁଳିମାଡ଼ ହୋଇ ଥିଲା।

ତେବେ ପୋଲିସ ଏଏସଆଇ ଗୋପାଳ କୃଷ୍ଣ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିବା କୁହା ଯାଉଛି। ୪ ରୁ ୫ ରାଉଣ୍ଡ ଗୁଳି ଫୁଟି ଥିବା ସୂଚନା ମିଳି ଥିବା କୁହା ଯାଉଛି। ତେବେ ମନ୍ତ୍ରୀଙ୍କୁ ପାଛୋଟି ଆଣିଲା ବେଳେ ଜଣେ ପୋଲିସକର୍ମୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କାହିଁକି ଗୁଳି ମାରିଲେ ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ମନ୍ତ୍ରୀ ଗୁରୁତର ହେବା କାରଣରୁ ତାଙ୍କୁ ଭୁବନେଶ୍ୱରକୁ ଏଆରଲିଫ୍ଟ କରାଯାଇଛି।

ତେବେ ସବୁଠାରୁ ବଡ କଥା ହେଉଛି କି ଅଭିଯୁକ୍ତ ପୋଲିସ୍ ହାତରେ ଧରା ପଡ଼ି ଯାଇଛି। ତେବେ ଏବେ ବଡ ପ୍ରଶ୍ନ ଉଠୁଛି କି ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସ ତାଙ୍କ ଉପରକୁ କାହିଁକି ଗୁଳି ଚଳାଇଲେ ତାହା ଜଣା ପଡ଼ି ନାହିଁ ଏନେଇ ତାଙ୍କୁ ପଚରା ଉଚରା କରା ଯାଉଥିବା ଏସ୍‌ଡିପିଓ କହିଛନ୍ତି। ତେବେ କେଉଁ ପରିସ୍ଥତିରେ ରେ ଓ କାହିଁକି ଜଣେ ଆଇନ୍ ର ରକ୍ଷକ ହୋଇ ଏଭଳି ଏକ କାଣ୍ଡ ରଚାଇ ଛନ୍ତି ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଏ ନେଇ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସ ଙ୍କ ଧର୍ମପତ୍ନୀ କଣ କହୁଛନ୍ତି ଆସନ୍ତୁ ଜାଣିବା।

ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସ ଙ୍କ ଧର୍ମପତ୍ନୀ ଙ୍କ କହିବା ଅନୁଯାୟୀ ସେ ଏ ବାବଦରେ କିଛି ବି ଜାଣି ନାହାଁନ୍ତି। କାହିଁକି ଓ କଣ ପାଇଁ ତାଙ୍କ ସ୍ବାମୀ ଏଭଳି ପଦକ୍ଷେପ ନେଲେ ତାକୁ ନେଇ ସେ ମଧ୍ୟ ଚକିତ ହୋଇ ପଡ଼ିଛନ୍ତି। ତେବେ ସ୍ତ୍ରୀ ଗତକାଲି ସ୍ବାମୀ ଙ୍କ ସହ କଥା ହୋଇଥିଲେ । ସବୁକିଛି ଠିକ୍ ଠାକ୍ ଥିଲା ବୋଲି ସ୍ତ୍ରୀ କହିଛନ୍ତି। ସ୍ବାମୀ ମଧ୍ୟ ନର୍ମାଲ ଥିବାର ସ୍ତ୍ରୀ କହିଛନ୍ତି।ଏମିତିକି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ ସହିତ ଗୋପାଳ କୃଷ୍ଣ ଦାସ ଙ୍କ କିଛି ବ୍ୟକ୍ତି ଗତ ଶତ୍ରୁତା ନ ଥିବାର ସେ କହିଛନ୍ତି। ତେବେ କେଉଁ କାରଣ ପାଇଁ ଗୋପାଳ କୃଷ୍ଣ ଦାସ ସ୍ୱାସ୍ଥ୍ୟ ମନ୍ତ୍ରିଙ୍କୁ ଗୁଳି କରିଛନ୍ତି ତାହା ର କାରଣ କିଛି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନାହିଁ। ଯାହାକୁ ନେଇ ପୋଲିସ୍ ତଦନ୍ତ ଜାରି ରଖିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment