Odisha News Portal

ମିଥୁନ ଚକ୍ରବର୍ତ୍ତୀ 24 ବର୍ଷ ପୂର୍ବରୁ ଏହି ଝିଅକୁ ଅଳିଆ ଗଦାରୁ ଉଠାଇ ଆଣିଥିଲେ , ଆଜି ସେହି ଝିଅ ଦେଖିବାକୁ ଏତେ ସୁନ୍ଦର ଏବଂ ହଟ୍ ଦେଖିଲେ ଫିଦା ହୋଇଯିବେ…….

ତେବେ ଆପଣ ମାନେ ତ ନିଶ୍ଚିତ ଭାବରେ ଜାଣିଥିବେ ବଲିଉଡରେ ପ୍ରତ୍ୟେକ ଦିନ କିଛି ନାଁ କିଛି ରୋଚକପୂର୍ଣ୍ଣ ଖବର ସାମ୍ନାକୁ ଆସିଥାଏ । ଆଉ ଏକଥା ମଧ୍ୟ ବେଶ୍ ଭଲ ଭାବରେ ଜାଣିଥିବେ ଯେ ଆଜିକାଲି ବଲିଉଡ ଇଣ୍ଡଷ୍ଟ୍ରିରେ ନୂଆ ନୂଆ ଷ୍ଟାର କିଡ୍ସ୍ ଡେବ୍ୟୁ କରିବା ପାଇଁ ଲମ୍ବା ଲାଇନ ଲଗେଇ ଦେଇଛନ୍ତି । କିନ୍ତୁ ସବୁଠାରୁ ବଡ କଥା ହେଉଛି କି ସେମାନଙ୍କ ଡେବ୍ୟୁ ଆଗରୁ ହିଁ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ବହୁତ ଫ୍ୟାନ୍ସ ଫୋଲଅର୍ ଅଛନ୍ତି । ତେବେ ଆପଣ ମାନେ ଜାଣିଥିବେ ଏହି କିଛି ଦିନ ପୂର୍ବରୁ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ଏବଂ ସେଫ ଅଲି ଖାନଙ୍କ ଝିଅ ସାରା ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ବର୍ତ୍ତମାନ ସମୟରେ ସେମାନେ ବଲିଉଡ ଜଗତରେ ନିଜର ଗୋଟିଏ ଗୋଟିଏ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ସାରିଛନ୍ତି ।

କିନ୍ତୁ, ବର୍ତ୍ତମାନ ମିଥୁନ ଚକ୍ରବର୍ତ୍ତୀଙ୍କ ଝିଅ ଦିଶାନି ବଲିଉଡକୁ ଏଣ୍ଟ୍ରି କରିବାର ପ୍ରସ୍ତୁତିରେ ଅଛନ୍ତି ।ଆଉ ବର୍ତ୍ତମାନ, ଦିଶାନି ଆମେରିକାର ନ୍ୟୁୟର୍କ ଫିଲ୍ମ ଏକାଡେମୀରେ ଆକଟିଂ କୋର୍ସ କରୁଛନ୍ତି । ହେଲେ ବହୁତ ଶୀଘ୍ର ସେ ବଲିଉଡରେ ଡେବ୍ୟୁ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ତଥା ସରପ୍ରାଇଜ୍ ଦେବେ ।

ଅଳିଆ ଗଦାରୁ ମିଳିଥିଲେ ଦିଶାନି –

ତେବେ ବହୁତ ଶୀଘ୍ର ବଲିଉଡ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବା ପାଇଁ ଯାଉଥିବା ମିଥୁନ ଚକ୍ରବତୀଙ୍କ ଝିଅ । କିନ୍ତୁ, ସେ ମିଥୁନଙ୍କ ନିଜ ଝିଅ ନୁହଁନ୍ତି ବରଂ ପୋଷ୍ୟ କନ୍ୟା ଅଟନ୍ତି । ଆପଣା ମାନଙ୍କ କହିରଖୁଛୁ କି ମିଥୁନ 24 ବର୍ଷ ପୂର୍ବରୁ ଅଳିଆ ଗଦାରୁ ଦିଶାନୀଙ୍କୁ ପାଇଥିଲେ । ତେବେ ଦିଶାନୀଙ୍କ ଜନ୍ମ ପରେ ତାଙ୍କ ପିତାମାତା ତାଙ୍କୁ ଗୋଟିଏ ଅଳିଆ ଗଦାରେ ପଳାଇ ଦେଇଥିଲେ । ଆଉ ଯେତେବେଳେ ଆଖପାଖର ଲୋକମାନେ ସେହି ନବଜାତ ଶିଶୁର କରୁଣ କ୍ରନ୍ଦନର ଶବ୍ଦ ଶୁଣିଲେ, ଝିଅଟିକୁ ଆଳିଆ ଗଦାରୁ ବାହାର କରି ତା ପରଦିନ ସେହି ଶିଶୁ ବିଷୟରେ ଖବର କାଗଜରେ ଛାପି ଥିଲେ ।

ପତ୍ନୀ ୟୋଗିତା ମଧ୍ୟ ସମର୍ଥନ କରିଥିଲେ

ତେବେ ମିଥୁନ ଅଳିଆ ଗଦାରୁ ମିଳିଥିବା ଝିଅକୁ ଆପଣେଇ ନେଇଥିଲେ । ସେଥିପାଇଁ ସେ ଖବରକାଗଜରେ ଏହି ଶିଶୁ ବିଷୟରେ ଖବର ପଢିବା ମାତ୍ରେ ହିଁ ସେ ପତ୍ନୀ ୟୋଗିତାଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ କରିବା ବିଷୟରେ କହିଥିଲେ । ଏଭଳି ଏକ ପୂର୍ଣ୍ଣ୍ୟ କାମରେ ମିଥୁନଙ୍କ ପତ୍ନୀ ମଧ୍ୟ ସମ୍ପୁର୍ଣ୍ଣ ସମର୍ଥନ କରିଥିଲେ ଏବଂ କାଗଜପତ୍ର କାମ ପୁରା କରିବା ପରେ ଉଭୟ ଝିଅକୁ ଘରକୁ ଆଣିଥିଲେ । ଆଉ ଯୋଗିତା-ମିଥୁନ ସେହି ଝିଅର ନାମ ରଖିଥିଲେ ଦିଶାନୀ । ଯିଏ ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରିରେ ଷ୍ଟାର କିଡ୍ସ ଭାବରେ ନିଜର ଜଲବା ଦେଖେଇବା ପାଇଁ ଚାହୁଛନ୍ତି ।
ତେବେ ସୂଚନା ଥାଉ କି ମିଥୁନ ଚକ୍ରବର୍ତ୍ତି ଏବଂ ଯୋଗିତାଙ୍କର 4ଟି ସନ୍ତାନ ଅଛନ୍ତି, ଯେଉଁଥିରେ 3 ଜଣ ପୁଅ ଏବଂ ଗୋଟିଏ ଝିଅ ଦିଶାନି । ତେବେ ସୋସିଆଲ ମିଡିଆରେ ଦିଶାନି ସବୁବେଳେ ସକ୍ରିୟ ରୁହନ୍ତି ଏବଂ ତାଙ୍କର ଫଟୋ , ଭିଡିଓ ଇନଷ୍ଟାଗ୍ରାମରେ ବହୁ ମାତ୍ରାରେ ଭାଇରାଲ ମଧ୍ୟ ହୋଇଥାଏ । ଦିଶାନିଙ୍କର ଅଫିସିଆଲ ଇନଷ୍ଟାଗ୍ରାମରେ ପ୍ରାୟ 60 ହଜାର ଫଲୋୟର୍ସ ମଧ୍ୟ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।