Odisha News Portal

ନୂଆ ବର୍ଷରେ ନବୀନ ଙ୍କ ମନ୍ତ୍ରୀ ମଣ୍ଡଳରେ ନବ କଳେବର । ବିଦା ହୋଇପାରନ୍ତି ମନ୍ତ୍ରୀ ଅରୁଣ ସାହୁ, ଆପଣଙ୍କ ମତାମତ କମେଣ୍ଟ କରନ୍ତୁ….

ଆପଣ ମାନେ ଜାଣିଥିବେ ଆମ ଦେଶ ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର ଅଟେ , ଏହି ରାଷ୍ଟ୍ରରେ ଲୋକମାନେ ଚୟନ କରିଥାନ୍ତି କି ଏଠିକାର ରାଜା କିଏ ହେବ ରାଜା ଅର୍ଥ ଏଠିକାର ସରକାର ଗାଦିରେ କିଏ ବସିବ ବୋଲି । କାରଣ ସେମାନେ ବାଛିଥିବା ବ୍ୟକ୍ତି ସରକାର ହେଲେ ସେମାନଙ୍କର ସମସ୍ତ ସୁଖ , ଦୁଃଖ , କୌଣସି ଅସୁବିଧା ହେଲେ ସେମାନଙ୍କ ଙ୍କୁ ସରକାରୀ ସହାୟତା ଯୋଗେଇ ଦେବ । ଏହା ସହିତ ଗ୍ରାମର ଉନ୍ନତିରେ ମଧ୍ୟ ସେ ବହୁତ ଆଗରେ ରହିଥିବ ଏବଂ ଗ୍ରାମର ଉନ୍ନତି କରିବ , ତେବେ ସମସ୍ତ କଥାକୁ ଚିନ୍ତା କରି ସେମାନେ ଜଣେ ବ୍ୟକ୍ତିକୁ ସରକାର ରୂପେ ଚୟନ କରିଥାନ୍ତି ।

ମାତ୍ର ଏବେ ତାହାର ଓଲଟା ଦେଖାଦେଉଛି , କାରଣ ଏଠି ଜଣେ ଥରେ ବିଜେତା ହେବା ପରେ ଆଉ ତାଙ୍କ ଦେଖା ମିଳେନାହିଁ। ନିର୍ବାଚନ ପୂର୍ବରୁ ଯେଉଁ କଥା ଦେଇଥାନ୍ତି ସେ କଥା କୁ ସେ ପୁରାପୁରି ଭୁଲି ଯାଆନ୍ତି ।


ଆମ ଓଡିଶା ରେ ବର୍ତ୍ତମାନ ଗୋଟିଏ ସରକାର ଏବଂ ଗୋଟିଏ ମନ୍ତ୍ରୀ ଗୋଟିଏ ଶାସନ ବ୍ୟବସ୍ଥା ଚାଲିଛି , କିନ୍ତୁ ଏହି ସରକାର ଏବଂ ଆମ ମୁଖ୍ୟ ମନ୍ତ୍ରୀ ଙ୍କ ମନ୍ତ୍ରୀ ମଣ୍ଡଳ ରେ ଆସିପାରେ କିଛି ନୂତନ ପରିବର୍ତ୍ତନ । ସରକାର ଙ୍କ ୫ମ ଥର ନିର୍ବାଚନ ରେ ପ୍ରଥମ ଥର ପାଇଁ ମନ୍ତ୍ରୀ ମଣ୍ଡଳ ରେ ଅଦଳବଦଳ, କିଏ ପଦରୁ ବାହାରିବ ଆଉ କିଏ ପଦବୀ କୁ ଆସିବ ତାହା ଏ ପର୍ଯନ୍ତ ଠିକ୍ ହୋଇନାହିଁ ।

ଆମ ମୁଖ୍ଯ ମନ୍ତ୍ରୀ ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ଗ୍ରହଣୀୟ , ମନ୍ତ୍ରୀ ମଣ୍ଡଳରେ କେତେକ ଏପରି ମନ୍ତ୍ରୀ ମାନେ ରହିଛନ୍ତି ଯେଉଁମାନେ କିଛି ହେଲେ ମଧ୍ୟ ଜାଣନ୍ତି ନାହିଁ । ସେମାନଙ୍କ ମଧ୍ୟରୁ ମନ୍ତ୍ରୀ ଅରୁଣ ସାହୁ ଯିଏ କି ଉଚ୍ଚ ବିଭାଗ ର ଶିକ୍ଷା ମନ୍ତ୍ରୀ ସେ ଏହିରେ ମନ୍ତ୍ରୀ ପଦ ଗ୍ରହଣ କରିବା ପାଖରୁ ବା ଆସିବା ଦିନଠୁ ଶିକ୍ଷାରେ କୈଣସି ପରିବର୍ତ୍ତନ ହୋଇନାହିଁ ।

ତେଣୁ ସମସ୍ତ ଚାହୁଁଛନ୍ତି ତାଙ୍କର ପରିବର୍ତ୍ତନ ହେଉ ଦ୍ୱାରା ହୁଏତ ଶିକ୍ଷାରେ କିଛି ପରିବର୍ତ୍ତନ ଆସିପାରେ । ଅନ୍ୟ ପଟେ ଅରୁଣ ସାହୁଙ୍କ ଉପରେ ଏବେ ପରୀ ନିଖୋଜର କଳାଦାଗ ମଧ୍ୟ ଲାଗିଛି , ଏହା ସହିତ ଶୁଣିବାକୁ ମିଳୁଛି ଏହି ପରୀ ମାମଲାରେ କେବଳ ଅରୁଣ ସାହୁ ନୁହନ୍ତି ବରଂ ମନ୍ତ୍ରୀ ପଦ୍ମିନୀ ଦିେନ, ପ୍ରେମାନନ୍ଦ ନାୟକ, ତୁଷାରାକାନ୍ତି ବେହେରା, ରଘୁନନ୍ଦନ ଦାଶ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଜଗନ୍ନାଥ ସରକା ପରୀ ମାମଲାରେ ସାମିଲ ରହିଥିବା ଜଣାପଡିଛି ।

ତେବେ ସେମାନେ ଏହି ପଦବୀରୁ ବାଦ ପଜିବା ନିତାନ୍ତ ବୋଲି ଲୋକମାନେ କହୁଛନ୍ତି । ତେବେ ଆଗକୁ ଏଥିରେ କଣ ହେବ ଅରୁଣ ସାହୁ ବିଦା ହେବେ କି ନାହିଁ ନୂତନ କଳେବର ହେବ କି ନାହିଁ ତାହା ବହୁତ ଶୀଘ୍ର ଆମ ମାନଙ୍କ ସାମ୍ନାକୁ ଆସିବ ।