Odisha News Portal

ବୈଜୟନ୍ତ ଓ ଜଗି ପଣ୍ଡାଙ୍କ ନାମରେ ବଡ ଅଭିଯୋଗ ! ମିଛ କମ୍ପାନୀ କରି କୋଟି କୋଟି ଟଙ୍କାର ବେଆଇନ କାରବାର, ବାହାମାସ୍ ପେପର୍ ସ୍କାମରେ କମ୍ପାନୀର ସଂପୃକ୍ତି ଅଭିଯୋଗ ?

0 5

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ବଡ ନେତା ଯାହାଙ୍କୁ ପ୍ରାୟ ସମସ୍ତେ ଜାଣିଥିବେ ତାଙ୍କର କିଛି କୀର୍ତ୍ତୀ ବିଷୟରେ କହିବୁ ଯାହାକି ଏବେ ସାମ୍ନାକୁ ଆସିଛି । ତେବେ ଆପଣ ମାନେ ତ ବୈଜନ୍ତ ପଣ୍ଡା ଏବଂ ଜାଗି ମଙ୍ଗତ ପଣ୍ଡା ଜାଣିଛନ୍ତି । ବୈଜନ୍ତ ହେଉଛନ୍ତି ବିଜେପିର ପ୍ରମୁଖ ନେତା ଏବଂ ଜାଗି ହେଉଛନ୍ତି ତାଙ୍କର ସ୍ତ୍ରୀ । ତେବେ ଏହି ଦୁଇ ଜଣଙ୍କ ବିରୁଦ୍ଧରେ ଏବେ ଦିଲ୍ଲୀର ବାହାମାସ ପେପର ସ୍କାମରେ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜଗି ମଙ୍ଗତ ପଣ୍ଡାଙ୍କ କଂପାନୀ ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର କଳା ଟଙ୍କାକୁ କିଭଳି ଧଳା କରିଛନ୍ତି ପଣ୍ଡା ଫ୍ୟାମିଲି ତାର ପର୍ଦାଫାସ ହୋଇଛି ।

ପାଥ୍ ନାମକ ଏକ ସାମାଜିକ ସଂଗଠନ ପଣ୍ଡା ଫ୍ୟାମିଲିର ବାହାମାସ ଲିଙ୍କ୍ ଉପରୁ ପରଦା ଉଠାଇଛି । ଏହି ସବୁର ତଥ୍ୟ ପଦାକୁ ଆସିଥିଲେ ମଧ୍ୟ ଏହାକୁ ଚାପି ଦିଆଯାଇଛି । ତେବେ ତାଙ୍କର ଏହି ପରଦା ଫାସରେ ତିନୋଟି କମ୍ପାନୀ ଯଥା ଫିନଲେ କର୍ପୋରେସନ, ମେସିନା କର୍ପୋରେସନ ଓ ପିକିକା ଲିମିଟେଡ୍ ନାମରେ ବାହାମାସରେ ରେଜିଷ୍ଟ୍ରେସନ ହୋଇଛି ।

ତେବେ ଯେଉଁ ସମୟରେ ଏହି କମ୍ପାନୀର ଅରଟେଲର ମୂଲ୍ୟ 79 ଟଙ୍କା ଥିଲା ସେତେବେଳେ ମାତ୍ର 1 ଟଙ୍କା 95 ପଇସାରେ ଏହାର ସେୟାର ବିକାଯାଇଛି । 3 ଟି ଯାକ ସେଲ୍ କଂମ୍ପାନୀର ଆସେଟ୍ ମାତ୍ର 6 ଲକ୍ଷ ଥିବାବେଳେ ସେମାନେ 18 କୋଟି ଟଙ୍କାର କଳା ବିନିଯୋଗ କରିଛନ୍ତି ବୈଜୟନ୍ତ ପଣ୍ଡା । ମାତ୍ର ବାହାମାସର କହିବା ଅନୁମାରେ ଏହି 3 ଟି କମ୍ପାନୀ ମଧ୍ୟରୁ ଫିନଲେ କର୍ପୋରେସନ, ମେସିନା କର୍ପୋରେସନ କେବେଠୁ ବନ୍ଦ ହୋଇଗଲାଣି କାରଣ ଏହା ପଛରେ ସେହି ସମୟରେ ବହୁତ ହିଁ ଷଡଯନ୍ତ୍ର ଭରି ରହିଥିଲା ।

ଏହି ବାହାମାସର ସ୍କାମ ପରେ କିଛି ବ୍ୟକ୍ତି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି । ହାଇକୋର୍ଟ ଏହି ସମସ୍ତ ପ୍ରକାର ତଥ୍ୟ ଯାଞ୍ଚ କରିବା ପାଇଁ ଗତ ଫେବୃଆରୀ ମାସରେ କେନ୍ଦ୍ରିୟ ଯାଞ୍ଚ ଏଜେନ୍ସିକୁ ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ । ମାତ୍ର ଏହାକୁ ଯାଞ୍ଚ କରିବାକୁ ନିଦ୍ଦେଶ ଦିଆଯାଇଥିଲେ ମଧ୍ୟ ଏହି ଘଟଣାକୁ ଚାପି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି ।

କହିବା ଅନୁସାରେ ବୈଜନ୍ତ ଯେଉଁ ସମସ୍ତ କମ୍ପାନୀ କିଣାବିକା କରିଛନ୍ତି ତାହା ଟଙ୍କା ଦେଣନେଣ ଦ୍ୱାରା କରାଯାଇଛି ଯାହାକୁ ସଂପୂର୍ଣ୍ଣ ରୂପରେ ବେଆଇନ ଅଟେ । ଏହା ସହିତ ଏବେ ସେହି ସମସ୍ତ କମ୍ପାନୀ ଆଉ ନାହିଁ ମାତ୍ର ତାହାର ସମସ୍ତ କଳା ଟଙ୍କା ଏବେ ବୈଜନ୍ତଙ୍କ ପାଖରେ ରହିଛି । ତେବେ ଏହାର ସମସ୍ତ ଯାଞ୍ଚ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଥିଲା ମାତ୍ର ବୈଜନ୍ତ ଏବଂ ରାଜନୀତିରେ ସକ୍ରିୟ ରହିଛନ୍ତି ବୋଲି ସମସ୍ତ ଏଜେନ୍ସି ତାଙ୍କର ଏହି କଥା ବିଷୟରେ ତଦନ୍ତ କରିବାର ବିଳମ୍ବ କରୁଛନ୍ତି ବୋଲି ଅଭିୟୋଗ ଦାୟର ହୋଇଛି । post inspire from prameynews7
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।