ସର୍ଜରୀ କରି ଲିଙ୍ଗ ପରିବର୍ତ୍ତନ ସିନା କରିପାରିବ ହେଲା ,ସେଇଟା ହେଇପାରିବନି…ଦେଖନ୍ତୁ video

ସେମାନେ ଜଣେ ଜଣେ ଭିନ୍ନ ମଣିଷ। ସାହିତ୍ୟର ପୃଷ୍ଟାରେ, ସଙ୍ଗୀତର ସ୍ଵରରେ, ଚଳଚ୍ଚିତ୍ରର ଛବିରେ ଏବଂ ନୃତ୍ୟର ତାଳେ ତାଳେ ସେମାନଙ୍କ ଅସ୍ତିତ୍ବ ସ୍ଵତନ୍ତ୍ର। କିନ୍ତୁ ସମାଜ ସେମାନଙ୍କୁ ଦେଖି ଥାଏ ଏକ ଭିନ୍ନ ଦୃଷ୍ଟି ରେ। ନିଜ ପରିବାର ମଧ୍ୟ ସେମାନଙ୍କ ପରିଚୟ ଦେବା ପାଇଁ ସଙ୍କୋଚ କରି ଥାଏ। ସେମାନେ ସଫଳ କିନ୍ତୁ ଭିନ୍ନ ସଂଘର୍ଷ କରି ଆଗକୁ ବଢି ଛନ୍ତି ଏହି ଭିନ୍ନ ମଣିଷ ମାନେ। ସେ ସଙ୍ଘର୍ଷ ମଧ୍ୟ ଅସାଧାରଣ।ସେମାନଙ୍କର ଜୀବନର କଥା ଗାଥା ଓ ବ୍ୟଥା ସବୁଠୁ ଅଲଗା। ସମାଜର ଟାହି ଟାପରା ସହି ଏମାନଙ୍କୁ ଜୀବନ ରେ ଆଗକୁ ବଢ଼ିବା ପାଇଁ ପଡ଼ିଥାଏ। ସେମାନେ ହେଉଛନ୍ତି କିନ୍ନ

ତେବେ ଆଜିର ଦିନରେ ଏହି କିନ୍ନର ମାନେ ତାଙ୍କ ଜୀବନରେ ଅନେକ ସଂଘର୍ଷ କରି ଆଗକୁ ବଢିଛନ୍ତି। ସର୍ଜରୀ ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନ କରି ସେମାନେ ନିଜକୁ ସମାଜ ସହ ଖାପ ଖୁଆଇ ଚଳିବା ପାଇଁ ବହୁତ୍ ସଙ୍ଘର୍ଷ କରିଛନ୍ତି। ତେବେ ଆଜି ଆମେ କିନ୍ନର ମାନଙ୍କ କିଛି ଭିନ୍ନ କାଥା କହିବୁ ଯାହା ଜାଣିଲେ ଆପଣ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯିବେ।
ତେବେ କିନ୍ନର ମାନଙ୍କ ଭିତରେ ଥାଏ ଗୋଟିଏ ମାର ମନ। ମା ହେବାକୁ କିଏ ବା ନ ଚାହିଁଥାଏ। ମା ଶବ୍ଦ ହେଉଛି ଦୁନିଆର ସବୁଠୁ ମଧୁର ଶବ୍ଦ। କିନ୍ତୁ ଏହି କିନ୍ନର ମାନେ ତାଙ୍କ ଜୀବନର କେବେ ମା ହୋଇ ପାରନ୍ତି ନାହିଁ। ଯାହା ତାଙ୍କ ଜୀବନର ସବୁଠୁ ବଡ ଦୁଃଖ। ସେମାନେଙ୍କ ମଧ୍ୟରେ ଲୁଚି ରହିଥାଏ ଏକ ମାର ହୃଦୟ। ସର୍ଜରୀ ମାଧ୍ୟମରେ ସେମାନେ ତାଙ୍କର ଲିଙ୍ଗ ପରିବର୍ତ୍ତନ କରିଥାନ୍ତି ଏକଥା ସତ କିନ୍ତୁ ଗର୍ଭ ଧାରଣ କରିବାର କ୍ଷମତା ତାଙ୍କ ପାଖରେ ନଥାଏ।

ତେବେ ଏହାକୁ ନେଇ ଜଣେ କିନ୍ନର କହିଛନ୍ତି କି, ଆମେ ଜେଣ୍ଡର ଚେଞ୍ଜ କରିବା ପରେ ଆମେ ପାଞ୍ଚ ଜଣଙ୍କ ସହିତ ରହି ପାରିବୁ ମିଶିପାରିବୁ। ସେମାନେ ତାଙ୍କ ସଉକ ପାଇଁ ସର୍ଜରୀ କରିଥାନ୍ତି କିନ୍ତୁ ସେମାନେ ଗର୍ଭ ଧାରଣ କରି ପାରନ୍ତି ନାହିଁ। ସେମାନଙ୍କ ଭିତରେ ଯଦି ମା ହେବାର କ୍ଷମତା ରହି ଥାନ୍ତା ତେବେ ସେମାନେ କିନ୍ନର ନ ହୋଇ ସଂପୂର୍ଣ୍ଣ ନାରୀ ହୋଇଥାନ୍ତେ।

କିନ୍ନର ଜଣକ ଏକଥା ମଧ୍ୟ କହିଛନ୍ତି କି ଆମେ ଦେବକି ସିନା ହୋଇ ପାରିବେ ନାହିଁ କିନ୍ତୁ ଯୋଶଦା ଟିଏ ନିଶ୍ଚିତ ହୋଇ ପାରିବା। ସନ୍ତାନକୁ ଆମେ ପାଳି ପାରିବୁ ଗୋଟିଏ ମାର ସ୍ନେହ ମମତା ଆନେ ସନ୍ତାନକୁ ଦେଇ ପାରିବୁ କିନ୍ତୁ ସନ୍ତାନ ଜନ୍ମ କରି ପାରିବି ନାହିଁ। ତେବେ ସେମାନେ ତାଙ୍କ ସଉକ ପାଇଁ ଆଉ ସମାଜରେ ଚଳିବା ପାଇଁ ଜୀବନରେ ବହୁତ୍ ଷ୍ଟ୍ରଗଲ କରି ସର୍ଜରୀ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment