ଲଭ୍ ସେକ୍ସ ଏବଂ ଧୋକାକୁ ନେଇ ପ୍ରତିଦିନ ଆମ ସମାଜରେ ବିଭିନ୍ନ ଖବର ପ୍ରକାଶ ପାଇବାରେ ଲାଗିଛି। ପ୍ରତିଦିନ ଏହିଭଳି ଖବର ସୋସିଆଲ ମିଡିଆ ଟିଭି ଖବର କାଗଜରେ ହେଡ୍ ଲାଇନ୍ ଲାଇନ୍ ହୋଇ ବାହାରୁଛି। ଆପଣ ପ୍ରତିଦିନ ଏହି ଭଳି ଖବର ସଂସ୍ପର୍ଶରେ ଆସୁଥିବେ। ବର୍ତ୍ତମାନ ସମୟରେ ମଧ୍ୟ ସେହିଭଳି ଏକ ଖବର ସାମ୍ନାକୁ ଆସିଛି। ଯେଉଁଥି ପ୍ରେମିକଙ୍କ ନାରେ ପ୍ରେମିକା ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ତେବେ ଆସନ୍ତୁ କଣ ରହିଛି ଘଟଣା ତା ସମ୍ପର୍କରେ ଜାଣିବା।
ମାଲକାନଗିରି ଜିଲ୍ଲାର ଏମଭି ବାସ୍ତରି ଗ୍ରାମର ଯୁବତୀ ତୃପ୍ତି ଦାସ ଆଣିଛନ୍ତି ତାଙ୍କ ପ୍ରେମିକ ସଞ୍ଜୀବଙ୍କ ନାରେ ଏପରି ଅଭିଯୋଗ। ତୃପ୍ତି ତାଙ୍କ ଭାଇଙ୍କୁ ଗୋଟିଏ କିଡନୀ ଦେଇଥିଲେ ଆଉ ସେହି ସମୟରେ ସଞ୍ଜୀବଙ୍କ ସହିତ ସମ୍ପର୍କରେ ଆସିଥିଲେ। ଦିନକୁ ଦିନ ସମ୍ପର୍କ ଅଧିକ ଘନିଷ୍ଠ ହେଉଥିଲା ଆଉ ସଞ୍ଜୀବ ଓ ତୃପ୍ତି ଉଭୟ ପରସ୍ପରକୁ ପ୍ରେମ କରି ଆସୁଥିଲେ। ସଞ୍ଜୀବ ତୃପ୍ତିଙ୍କୁ କହୁଥିଲେ ମୁଁ ତୁମକୁ ବିବାହ କରିବି। ତୁମର ଗୋଟିଏ କିଡନୀ ନଥାଉ ପଛେ ତୁମେ ଦେଖିବାକୁ ଖୁବ୍ ସୁନ୍ଦର୍ ଏବଂ ତୁମ ହୃଦୟ ମଧ୍ୟ ଖୁବ୍ ସୁନ୍ଦର୍। ତୁମେ ବ୍ୟସ୍ତ ହୁଅ ନାହିଁ। ମୁଁ ତୁମକୁ ବିବାହ କରିବି।
ସଞ୍ଜୀବ ତୃପ୍ତିଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରଥମେ ଶାରିରୀକ ସମ୍ପର୍କ ରଖିବା ବୋଲି କହିଥିଲେ ଆଉ ଏହା ପରେ ବାରମ୍ବାର ଶାରିରୀକ ସମ୍ପର୍କ ରଖି ଆସୁଥିଲେ। ଏହାପରେ ଦୀର୍ଘ ତିନି ବର୍ଷ ଧରି ତୃପ୍ତିଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ ସଞ୍ଜୀବ।କିନ୍ତୁ ବିବାହ କଥା କହିଲେ ମୁହଁ ଫେରାଇ ନିଅନ୍ତି ସଞ୍ଜୀବ।ଆଉ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ ତୃପ୍ତିଙ୍କୁ । ତେବେ ବାରମ୍ବାର ଶାରିରୀକ ସମ୍ପର୍କ ପରେ ତୃପ୍ତି ଯେତେ ବେଳେ ପ୍ରେଗ୍ନେଟ ରହିଛନ୍ତି ସେତେବେଳେ ବିବାହ କରିବାକୁ ମନା କରୁଛନ୍ତି ସଞ୍ଜୀବ। ତୃପ୍ତିଙ୍କୁ ସ୍ତ୍ରୀର ପରିଚୟ ଦେବା ପାଇଁ ମନା କରି ଦେଇଛନ୍ତି ସଞ୍ଜୀବ।
ତୃପ୍ତି ବିବାହ ପାଇଁ ଜିଦି କରିବାରୁ ସଞ୍ଜିବୀ ତାଙ୍କୁ ଓଲଟି ଧମକ ଦେଉଛନ୍ତି କି ତୁମେ ଯଦି ବିବାହ ପାଇଁ ଜିଦ୍ ଧର ତେବେ ମୁଁ ଆମ ଅନ୍ତରଙ୍ଗ ମୁହୂର୍ତ୍ତର ଯେଉଁ ଫୋଟ ଭିଡିଓ ରହିଛି ତାକୁ ସବୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେବି। ମୁଁ ତୁମକୁ ସ୍ତ୍ରୀର ମାନ୍ୟତା ଦେବି ନାହିଁ କିନ୍ତୁ ମୁଁ ତୁମ ସହିତ ଶାରିରୀକ ସମ୍ପର୍କ ରଖିବି। ଆଉ ଯଦି ତୁମେ ମୋ ସହ ଶାରିରୀକ ସମ୍ପର୍କ ନ ରଖ ତେବେ ମୁଁ ଆମ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫୋଟ ସବୁ ଇଣ୍ଟରନେଟରେ ଭାଇରାଲ କରି ଦେବି।ଯାହାକୁ ନେଇ ତୃପ୍ତି ଏବେ ଥାନାର ଦ୍ଵାରସ୍ଥ ହୋଇଛନ୍ତି କିନ୍ତୁ ତାଙ୍କୁ ସେଠାରେ କିଛି ନ୍ୟାୟ ନ ମିଳିବାରୁ ତୃପ୍ତି ମାଲକାନଗିରି ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।