ମାସିକ ଧର୍ମ ବା ପିରିୟଡ଼ ମହିଳା ମାନଙ୍କ ଶରୀରର ଏକ ଏମିତି ସ୍ଥିତି ଯେଉଁ ସମୟରେ ସେମାନଙ୍କ ପାଖରେ ଅନେକ ପ୍ରକାର ପରିବର୍ତ୍ତନ ଦେଖା ଯାଇଥାଏ। ପିରିୟଡ଼ ପ୍ରତ୍ୟେକ ମହିଳାଙ୍କ ଜୀବନର ଏକ ଅଂଶ ହୋଇଥାଏ। କିନ୍ତୁ ଅଧିକାଂଶ ସମୟରେ ଏହା ଦ୍ବାରା ହେଉଥିବା ଯନ୍ତ୍ରଣା ବହୁତ୍ ବଡ ସମସ୍ୟା ହୋଇ ଯାଇଥାଏ। ଏମିତିରେ ପିରିୟଡ଼ ସମୟରେ ହେଉଥିବା ଯନ୍ତ୍ରଣା ସ୍ଵାଭାବିକ ହୋଇଥାଏ। କିନ୍ତୁ ଯଦି ଏହି ଯନ୍ତ୍ରଣା ଅସହ୍ୟ ହୋଇ ପଡେ ତେବେ ଏହା ଦୈନଦିନ ଜୀବନରେ ପ୍ରଭାବ ପକାଇ ଥାଏ। ଆଜି ଆମେ ଆପଣ ମାନଙ୍କୁ ମାସିକ ଧର୍ମ ବା ପିରିୟଡ଼ ସମୟରେ ହେଉଥିବା ଯନ୍ତ୍ରଣା ରୁ କିପରି ମୁକ୍ତି ପାଇବେ ତାର କିଛି ସହଜ ଓ ସରଳ ଘରୋଇ ଉପଚାର ବାବଦରେ ଜଣାଇବୁ। ତେବେ ଆସନ୍ତୁ ଜାଣିବା ସେହି ଚମତ୍କାରୀ ଉପାୟମାନ।
୧.ପ୍ରଥମେ ଏକ ଗ୍ଲାସ୍ ପାଣି ନିଅନ୍ତୁ। ଏବେ ଏଥିରେ ଦୁଇଟି ପୋଦିନା ପତ୍ର ୧୦ ଟି ତୁଳସୀ ପତ୍ରକୁ ପକାଇ ଦିଅନ୍ତୁ। ଏହାପରେ ଏକ ଛୋଟ ଚାମଚ ପାନମଧୁରୀ ଏଥିରେ ପକାନ୍ତୁ। ଏବେ ଏହି ମିଶ୍ରଣ କୁ ପାଞ୍ଚ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାଇ ଦିଅନ୍ତୁ। ଏହାପରେ ଏକ ଗ୍ଲାସ୍ କୁ ଏହି ମିଶ୍ରଣ ବାହାର୍ କରି ନିଅନ୍ତୁ । ଥଣ୍ଡା ହେଲା ପରେ ଆପଣ ଏହାକୁ ସେବନ କରି ପାରିବେ।ମନେ ରଖନ୍ତୁ କି ତୁଳସୀ ପତ୍ର ବଡ ସାଇଜର ନେବେ କାରଣ ବଡ ସାଇଜ୍ ର ତୁଳସୀ ପତ୍ରର ସେବନ ହିଁ ଯନ୍ତ୍ରଣାରୁ ଉପଶମ ଦେଇଥାଏ ଆଉ ଛୋଟ ପତ୍ର ପେଟକୁ ଗରମ କରିଥାଏ।
୨. ଗୋଟିଏ ଗ୍ଲାସ୍ ପାଣିରେ ଗୋଟିଏ ବଡ ଚାମଚ ଅଦାର ପେଷ୍ଟ ଏବଂ ଅଧା ଚାମଚ ଡାଲଚିନି ଗୁଣ୍ଡ ମିଶାଇ ଏହାକୁ ୫ ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାନ୍ତୁ। ଏହା ପରେ ଏହାକୁ ଛାଣି ନିଅନ୍ତୁ। ଏହା ଥଣ୍ଡା ହୋଇ ଗଲା ପରେ ଏଥିରେ ଗୋଟିଏ ଚାମଚ୍ ମହୁ ମିଶାଇଏହାର ସେବନ କରନ୍ତୁ।
୩. ତୃତୀୟ ଉପଚାର ବନାଇବା ପାଇଁ ଆପଣଙ୍କୁ ଅଶୋକ ଫୁଲ ଗଛର ପତ୍ରର ଆବଶ୍ୟକତା ରହିଛି। ତେବେ ଆପଣ ପାଞ୍ଚତି ଅଶୋକ ପତ୍ର କୁ ନେଇ ଗ୍ରାଇଣ୍ଡରରେ ଭଲ କରି ପେଷ୍ଟ କରି ନିଅନ୍ତୁ। ଏବେ ଏହାକୁ ଗୋଟିଏ ଗ୍ଲାସ୍ ପାଣି ରେ ମିଶାଇ ଫୁଟାନ୍ତୁ। ଯେପର୍ଯ୍ୟନ୍ତ ଏହା ଫୁଟି ଫୁଟି ଅଧା ନୋ ହୋଇଛି। ଏହାପରେ ଥଣ୍ଡା କରି ଏହାର ସେବନ କରନ୍ତୁ। ଏହି ଡ୍ରିଙ୍କସର ସେବନ ପିରିୟଡ଼ ହେବା ପୂର୍ବରୁ ବା ପରେ ଥରେ ସେବନ କରିବା ଉଚିତ୍।
୪. ଅମୃତଭଣ୍ଡା ମଞ୍ଜି କୁ ଶୁଖାଇ ଏହାର ଗୁଣ୍ଡ କରି ନିଅନ୍ତୁ। ଏହାକୁ ଆପଣ ଗୋଟିଏ ଗ୍ଲାସ୍ ଉଷୁମ ପାଣିରେ ପକାଇ ସେବନ କରି ପାରିବେ।
୫. ଏହା ବ୍ୟତୀତ ପିରିୟଡ଼ ସମୟରେ ଆପଣ ଖାଇବା ପିଇବା ରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ। ଅଧିକ ପରିମାଣ ରେ ପାଣି ପିଅନ୍ତୁ। ଏହି ସମୟରେ ଚାହା କଫି ଏବଂ ନନଭେଜ୍ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ। ଏହା ସହିତ ଆପଣ ଟ୍ରେସ୍ ରୁ ଦୂରେଇ ରୁହନ୍ତୁ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।