ପ୍ରଦିପ ମହାରଥୀ ତାଙ୍କ ପରିବାର , ରାଜ୍ୟ ଏବଂ ପିପିଲି ମାଟିକୁ ଛାଡି ଚାଲି ଯାଇ ଥିବା କଥା ବିଶ୍ବାସ କାହାର ବି ହେଉ ନାହିଁ । ଆପଣ ମାନେ ସମସ୍ତେ ଜାଣିଥିବେ ପିପିଲି ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କର ମୃତ୍ୟୁକୁ ପ୍ରାୟ ମାସେ ପୂରିବାକୁ ଗଲାଣି । ଗତ ଅକ୍ଟୋବର ମାସ 4 ତାରିଖ ବିଳମ୍ବିତ ରାତି 12 ଟା 36 ମିନିଟରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ 65 ବର୍ଷ ବୟସରେ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ ।
ତେବେ ବିଜେଡିର ସୁଦୃଢ ତଥା ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କର ବିୟୋଗ ସାରା ଓଡିଶାବାସୀଙ୍କ ମୁହଁରେ ଶୋକର ଲହରୀ ଖେଳାଇ ଦେଇଥିବା ବେଳେ ପିପିଲି ବାସିନ୍ଦା ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁକୁ ଭଲି ପାରି ନାହାଁନ୍ତି ।
ତେବେ ବିଧାୟକ ପ୍ରଦିପ ମହାରଥୀଙ୍କ ମୃତ୍ୟୁକୁ ପିପିଲି ବାସିନ୍ଦା ଏପର୍ଯ୍ୟନ୍ତ ଭୁଲି ପାରୁ ନ ଥିବା ବେଳେ ବର୍ତ୍ତମାନ ପିପିଲିରେ ମହାରଥୀଙ୍କ ସ୍ଥାନ କିଏ ନେବ ସେ ନେଇ ଚର୍ଚ୍ଚା ଜୋର୍ ଧରିଛି । ମହାରଥୀଙ୍କ ବିୟୋଗରେ ପିପିଲିର ମଙ୍ଗ କିଏ ଧରିବ ଏପର୍ଯ୍ୟନ୍ତ ଜଣାପଡି ନାହିଁ ।
କିନ୍ତୁ ପ୍ରଦିପ ମହାରଥୀଙ୍କର ଏକାଦଶାହରେ ଏନେକ ରାଜନେତା ମାନେ ତାଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ବୁଝାସୁଝା କରିଥିଲେ । ଏହା ସହିତ ବାପାଙ୍କ ସ୍ଥାନ ଦେବା ଲାଗି ଅନେକ ମଧ୍ୟ ପ୍ରତିଶୃତି ଦେଇ ଥିବାର କିଛି ଗୁପ୍ତ ତଥ୍ୟରୁ ଶୁଣିବାକୁ ମିଳିଥିଲା । କିନ୍ତୁ ବର୍ତ୍ତମାନ କଥା ଅନ୍ୟ କିଛି ଚର୍ଚ୍ଚା ହେଉଛି । ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ ।
ପ୍ରଦୀପ ମହାରଥୀଙ୍କର ଜ୍ବାଇଁ ତଥା ଅଭିନେତା ଅର୍ଦ୍ଧେନ୍ଦୁ ଆସନ୍ତା ନିର୍ବାଚନ ପିପିଲି ପାଇଁ ଲଢିବେ ଏବଂ ମହାରଥୀଙ୍କର ସ୍ଥାନ ନେବେ ବୋଲି ବର୍ତ୍ତମାନ ବେଶ୍ ଚର୍ଚ୍ଚା ହେଉଛି । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମହାରଥୀଙ୍କର ଏକ ମାତ୍ର ଅଲିଅଳି ଝିଅ ପଲ୍ଲବୀ ଏହି ଚର୍ଚ୍ଚାକୁ ଆହୁରି ମଜବୁତ କରିଛନ୍ତି । ସେ ଅର୍ଧେନ୍ଦୁ ଙ୍କ ଜନ୍ମଦିନରେ ଲେଖିଥିବା ଏକ ପୋଷ୍ଟରୁ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି । ତେବେ ଚାଲନ୍ତୁ ଜାଣିବା କଣ ଲେଖିଛନ୍ତି ପଲ୍ଲବୀ ଅର୍ଦ୍ଧେନ୍ଦୁଙ୍କ ପାଇଁ ତାଙ୍କ ଜନ୍ମ ଦିବସରେ ।
ତେବେ ଅର୍ଦ୍ଧେନ୍ଦୁଙ୍କ ଜନ୍ମ ଦିବସରେ ପଲ୍ଲବୀ ଲେଖିଛନ୍ତି, ‘ଡିଅର୍ ଅର୍ଦ୍ଧେନ୍ଦୁ ତମେ ଏମିତି ଜଣେ ବ୍ୟକ୍ତି ଯିଏ କି ଦୟା ,ସାହାଯ୍ୟ ,ଏବଂ ଲୋକଙ୍କ ପାଇଁ କାମ କରିବାରେ ମୋ ବାପାଙ୍କ ସହିତ ଅଧିକାଂଶ ସାମଞ୍ଜସ୍ୟ ରହିଛି। ଯିଏ ତାଙ୍କ ଦାୟିତ୍ୱର ଯତ୍ନ ନିଏ ସମସ୍ତଙ୍କୁ ସମ୍ମାନ କରେ ମୁଁ ବହୁତ ଖୁସି ଯେ ବାବା ମୋତେ ତୁମକୁ ଉପହାର ଦେଇଛନ୍ତି .. ସେ ଆଜି ଆମ ସହିତ ନାହାଁନ୍ତି କିନ୍ତୁ ତାଙ୍କ ଆଶୀର୍ବାଦ ସବୁବେଳେ ଆମ ପାଖରେ ରହିବ .. ସେ ତମକୁ ଭଲ ପାଉଥିଲେ ଏବଂ ମୁଁ ନିଶ୍ଚିତ ଯେ ସେ ତୁମକୁ ଉପରୁ ଦେଖୁଛନ୍ତି, ତୁମକୁ ଆହୁରି ଅଧିକ ଗର୍ବ ଆଣିବାକୁ ହେବ ବାପା ଙ୍କ ପାଇଁ, ବାପା ସବୁବେଳେ କହୁଥିଲେ ଜ୍ବାଇଁ ବାବୁ ମୋର ଗୋଟେ ହୀରା ।’
ମହାରଥୀଙ୍କ ପରେ ପୁଅ ପୂର୍ବରୁ ବିଜେଡିରେ ଥିବାରୁ ପିପିଲିର ଭାର ସେ ସମ୍ଭାଳୀ ପାରନ୍ତି ବୋଲି ଚର୍ଚ୍ଚା ଭିତରେ ଝିଅ ପଲ୍ଲବୀ ଅର୍ଦ୍ଧେନ୍ଦୁଙ୍କୁ ଏପରି ପୋଷ୍ଟ ସମସ୍ତଙ୍କୁ ଟିକେ ଆଶ୍ଚର୍ଯ୍ୟ କରିଛି ଏବଂ ମହାରଥୀଙ୍କ ଆଗାମୀ ରାଜନୈତିକ ଉତ୍ତରଦାୟାଦକୁ ନେଇ ଚର୍ଚ୍ଚା ଚାଲିଛି । ବର୍ତ୍ତମାନ କେବଳ ଅପେକ୍ଷା ଆଗକୁ ଉପ ନିର୍ବାଚନରେ କିଏ ନିର୍ବାଚନ ମୈଦାନକୁ ଓହ୍ଲାଇବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।