Odisha News Portal

ହେ ଭଗବାନ ! ମହାପ୍ରଭୁଙ୍କ ମହାପ୍ରସାଦକୁ ଅପମାନ, ଜୋତା ପିନ୍ଧି ଅବଢ଼ା ଖାଉଥିବା ପୁଲିସ୍‌ ଦୁଇଜଣ ଏବେ ନଜର ଆସିଛନ୍ତି , ଏମାନଙ୍କୁ କିପରି ଦଣ୍ଡ ମିଳିବା ଦରକାର , କମେଣ୍ଟ କରନ୍ତୁ….

0 6

ସଂସ୍କୃତି ତଥା ଆଧ୍ୟାତ୍ମିକତା ର ଦେଶ ହେଉଛି ଭାରତ । ଆମ ଦେଶର ପ୍ରତ୍ୟେକ ନାଗରୀକ ମାନେ ଧାର୍ମିକ କାର୍ଯ୍ୟ କ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି । ପ୍ରତେକ ଲୋକ ଭଗବାନ ଙ୍କୁ ପୂଜା କରନ୍ତି , ଭକ୍ତି କରନ୍ତି। କିନ୍ତୁ ବେଳେ ବେକେ ପୂର୍ଣ୍ଣ୍ୟଭୂମି ,ଦେବଭୂମି ଭାରତବର୍ଷରେ ଏପରି କିଛି ଘଟଣା ଦେଖିବାକୁ ମିଳେ ଯାହା ବହୁତ ଆଶ୍ଚର୍ଯ୍ୟଜନକ ହୋଇ ଥାଏ,ଆଉ ଏହି ଘଟଣା ଆମେ ଭଗବାନ ଙ୍କ ଲୀଳା ଭାବି ଥାଉ। ଆଉ ସମୟେ ସମୟରେ ଏହା ବହୁତ ରହସ୍ୟ୍ ମୟ ହୋଇ ଥାଏ, ଯାହାର କାରଣ ଆମେ ଜାଣି ପରିନଥାଉ । ତେବେ ଦେବଭୂମିରେ ଅନେକ ସ୍ୱତନ୍ତ୍ରତା ଓ ଭିନ୍ନତା ମଧ୍ୟରେ ବିଭିନ୍ନତା ପରିଲଖିତ୍ ହୁଏ । ଆମ ଦେଶ ଏଭଳି ଅଜବ ଘଟଣାରେ ଭରି ରହିଛି, ଆଉ ଭଗବାନଙ୍କ ଉପରେ ଲୋକଙ୍କର ମଧ୍ୟ ବହୁତ ବିଶ୍ବାସ ତଥା ଭରସା ରହିଛି ।

ଆଉ ଏହି ଦେବଭୂମି ଭାରତ ବର୍ଷରେ ରହିଛି ଅନେକ ମନ୍ଦିର ଆଉ ମସଜିଦ୍ । ତେବେ ଭାରତର ଓଡିଶାରେ ରହିଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଯାହା ବିଶ୍ବ ପ୍ରସିଦ୍ଧ । ସାରା ବିଶ୍ବର ଲୋକମାନେ ଏହି ମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି ଆଉ ଏଠାରେ ମହାପ୍ରସାଦ ସେବନ କରି ନିଜ ନିଜ ଦେଶକୁ ଫେରି ଯାଇଥାନ୍ତି ।

ଆଉ ଯେଉଁ ମହାପ୍ରସାଦକୁ ପାଇବା ପାଇଁ ଲୋକାମାନେ କାହିଁ କେତେ ଦୂରୁ କାହିଁ କେତେ ଦିନୁ ଅପେକ୍ଷା କରିଥାନ୍ତି ସେହି ମହାପ୍ରସାଦକୁ ଅବମାନନା କରିଥିବାର ଅଭିଯୋଗ ଆସିଛି । ତେବେ ଚାଲନ୍ତୁ ଜାଣିବା କଣ ରହିଛି ସଂମ୍ପୂର୍ଣ୍ଣ ବିବରଣୀ ବିଷୟରେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପ୍ରତି ଅବମାନନା ଅଭିଯୋଗ ହୋଇଛି ।

ତେବେ ଦୁଇ ଜଣ ପୁଲିସ କର୍ମଚାରୀ ଏକ ବେଂଚ ଉପରେ ବସି ଜୋତା ପିନ୍ଧି ମହାପ୍ରସାଦ ଖାଉ ଥିବାର ଦୃଶ୍ୟ ନିିକଟରେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା ହେଉଛି । ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ଏହାକୁ ନିନ୍ଦା କରା ଯାଇ ସିଂହଦ୍ୱାର ଥାନା ରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ଏତଲା ଦିଆ ଯାଇଛି ।

ତେବେ ସୂଚନା ଅନୁସାରେ ଗତ ରଥଯାତ୍ରା ସମୟରେ ମଧ୍ୟ କିଛି ପୁଲିସ କର୍ମଚାରୀ ଗୁଣ୍ଡିଚା ମନ୍ଦିରରେ ଏଭଳି ମହାପ୍ରସାଦ ସେବନ କରୁ ଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇ ଥିଲା । କିନ୍ତୁ ସେମାନଙ୍କ ବିରୋଧରେ ଏ ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନାହିଁ । ଆଉ ଯଦି ବର୍ତ୍ତମାନ ର ଘଟଣା ସମ୍ପର୍କରେ ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତେବେ ଏସପି ଅଫିସ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛି ଶ୍ରୀଜଗନ୍ନାଥ ଭକ୍ତ ପରିଷଦ । ତେବେ ଏହା ନିଶ୍ଚିତ ଭାବରେ ଏକ ନିନ୍ଦନୀୟ ଘଟଣା ଏବଂ ଏହା ଉପରେ ଯଥାଶିଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।