Odisha News Portal

ମହାପଞ୍ଚପୁକ ଓ କାର୍ତ୍ତିକ ପୂର୍ଣ୍ଣିମା ଏହି ପାଞ୍ଚ ଦିନରେ ଭୂଲରେ ବି କରନ୍ତୁ ନାହିଁ ଏହି ସାତଟି କାମ । ନଚେତ ଆସିପାରେ ଭୟଙ୍କର ବିପତ୍ତି….

ମହାପଞ୍ଚପୁକ ଓ କାର୍ତ୍ତିକ ପୂର୍ଣ୍ଣିମା ଏହି ପାଞ୍ଚ ଦିନରେ ଭୂଲରେ ବି କରନ୍ତୁ ନାହିଁ ଏହି ସାତଟି କାମ । ନଚେତ ଆସିପାରେ ଭୟଙ୍କର ବିପତ୍ତି । କାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏହି ପାଞ୍ଚ ଦିନକୁ ମହାପଞ୍ଚୁକ କୁହାଯାଇଥାଏ । ଏହି ପାଞ୍ଚ ଦିନକୁ ବହୁତ ପବିତ୍ର ମାନାଯାଇଥାଏ ।ଏହି ଦିନ ମାନଙ୍କରେ ଲୋକମାନେ ଦାନ ଧର୍ମକର୍ମରେ ସମୟ ଅତିବାହିତ କରିଥାନ୍ତି । ଏହି ଦିନ ଶୁଭ ହୋଇଥିବାରୁ ଏହି ଦିନମାନଙ୍କରେ ଧନର ଦେବୀ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟ ମଧ୍ୟ କରାଯାଇଥାଏ ।

ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ସମୟରେ ଗୃହରେ ପୂଜାପାଠ କରିଲେ ଶୁଭଫଳ ମିଳିଥାଏ । ତେଣୁ ଯଦି ଏହି ଶୁଭ ସମୟରେ ଆମେ କିଛି ଅଶୁଭ କାମ କରି ଦେଉଛେ ତେ୍ବେ ଆମେ କରିଥିବା ସବୁ କର୍ମ ଓ ଧର୍ମର ଫଳ ଅଶୁଭ ହୋଇଥାଏ । ଆଜି ଆମେ ଜାଣିବା ପଞ୍ଚୁକ ପାଞ୍ଚ ଦିନ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଦିନ କେଉଁ 7ଟି କାର୍ଯ୍ୟ କରିବା ଅନୁଚିତ ।

1. ସକାଳ ଡେରି ଯାଏ ଶୋଇବା ଅନୁଚିତ –

ଏହି ଦିନ ବହୁତ ପବିତ୍ର ହୋଇଥାଏ ତେଣୁ ଏହି ସମୟରେ ବ୍ରହ୍ମ ମୂହୂର୍ତ୍ତରେ ହିଁ ଉଠିବା ଉଚିତ । ଯେଉଁଲୋକ ଏହି ଦିନରେ ସୂର୍ଯ୍ୟଦୋୟ ପରେ ଶୋଇ ରହିଥାନ୍ତି ତାଙ୍କୁ ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇନଥାଏ ।

2. କ୍ରୋଧ କରନ୍ତୁ ନାହିଁ –

କ୍ରୋଧ କରନ୍ତୁ ନାହିଁ ଏବଂ ଘର ପରିବେଶକୁ ଶାନ୍ତ ରଖନ୍ତୁ । ଏହାସହିତ ଏହି ଦିନମାନଙ୍କରେ ଜୋରରେ ମଧ୍ୟ ଚିତ୍କାର କରନ୍ତୁ ନାହିଁ । ଏପରି କରିବା ଅଶୁଭ ହୋଇଥାଏ , ଯେଉଁଲୋକ ଏହି ଦିନରେ ଏପରି କରିଥାଏ ତାଙ୍କୁ ମାତା ଲକ୍ଷ୍ମୀକୃପା ମିଳିନଥାଏ ।

3. ବାଦବିବାଦ କରନ୍ତୁ ନାହିଁ –

ଏହି ଦିନ ମାନଙ୍କରେ ଘରେ କିମ୍ବା କୌଣସି ବି ସ୍ଥାନରେ କଳହି କିମ୍ବା ଝଗଡା କରନ୍ତୁ ନାହିଁ । ଯେଉଂଠି ଝଗଡା କିମ୍ବା କଳହ ରହିଥାଏ ସେଠାରେ ମାଁଙ୍କର କୃପା ରହେ ନାହିଁ ।

4. ଘରକୁ ଅପରିଷ୍କାର କରନ୍ତୁି ନାହିଁ –
ଏହି ସମୟରେ ସଫାସୁତୁରା କରିବାର ବିଶେଷ ମହତ୍ବ ରହିଥାଏ । ଘରେ ଓଳିଆ ରହିବା ଉଚିତ ନୁହେଁ ଏବଂ କୌଣସି ପ୍ରକାରର ଦୁର୍ଗନ୍ଧ ଘରେ କିମ୍ବା ଆଖପାଖରେ ରହିବା ଉଚିତ ନୁହେଁ ।

5. ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ –

ଏହି ଶୁଭ ସମୟରେ କୌଣସି ପ୍ରକାର ନିଶାଦ୍ରବ୍ୟ ସେବନ କରିବା ଅନୁଚିତ । ଯେଉଁମାନେ ନିଶାଦ୍ରବ୍ୟ ସେବନ କରିଥାନ୍ତି ତାଙ୍କର ସବୁବେଳେ ଅସୁବିଧା ରହିଥାଏ । ଏହି କାରଣରୁ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ।

6. ବୟଷ୍କ ଲୋକମାନଙ୍କୁ ଅପମାନ କରନ୍ତୁ ନାହିଁ –
ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ ଯେ କୌଣସି ବି ପରିସ୍ଥିତିରେ ମାଁ ବାପା ଏବଂ ଅନ୍ୟଗୁରୁଜନ ମାନଙ୍କର ଅପମାନ କେବେ କରନ୍ତୁ ନାହିଁ । ଯେଉଁ ଲୋକମାନେ ଏମାନଙ୍କର ଅପମାନ କରନ୍ତି ସେମାନଙ୍କ ଉପରେ ଦେବାଦେବୀ କ୍ରୋଧ କରିଥାନ୍ତି ଏବଂ ସେମାନେ ସବୁବେଳେ ଦାରିଦ୍ର୍ୟ ହୋଇ ରହିଥାନ୍ତି ।

7. ଦ୍ବିପହରରେ, ସୂର୍ଯ୍ୟାସ୍ତ ସମୟରେ କିମ୍ବା ସୂ୍ର୍ଯ୍ୟଦୋୟ ପରେ ଶୋଇବା ଅନୁଚିତ । ଗର୍ଭବତୀ, ବୃଦ୍ଧ କିମ୍ବା ରୋଗାଗ୍ରସ୍ଥ ଥିଲେ ଦିନରେ କିମ୍ବା ସଂନ୍ଧ୍ୟା ସମୟରେ ଶୋଇପାରିବେ କିନ୍ତୁ ସୁସ୍ଥଲୋକ ଦିନରେ କତିମ୍ବା ସଂନ୍ଧ୍ୟା ସମୟରେ ବିନା କାରଣରେ ଶୋଇବା ଅନୁଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।