Odisha News Portal

ମହିଳା ଜଣଙ୍କ କହିଲେ ମୋ ସ୍ବାମୀର 20 ଟି ସ୍ତ୍ରୀ ! ଜାଣନ୍ତୁ ଏହି ଘଟଣାର ସମ୍ପୂର୍ଣ୍ଣ ବିବରଣୀ , କଣ ସତରେ ଏହି ବ୍ୟକ୍ତିଙ୍କର 20 ଜଣ ସ୍ତ୍ରୀ ଅଛନ୍ତି !

ଜୟପୁର ଟାଉନ ଥାନାରେ ହାୟ୍ ଭଲଟେଜ୍ ଡ୍ରାମା । ଉଭୟେ ଉଭୟଙ୍କ ଚରିତ୍ର ସଂହାର କରି ଥାନାରେ ପହଞ୍ଚିଲେ ସ୍ବାମୀ ଏବଂ ସ୍ତ୍ରୀ । ତେବେ ସ୍ତ୍ରୀ ସଂଯୁକ୍ତା ପାତ୍ର ନିଜ ସ୍ବାମୀ ପ୍ରଭାତଙ୍କ ନାଁରେ ଆଣିଛନ୍ତି ସଂଙ୍ଗୀନ ଅଭିଯୋଗ । ନିଜ ସ୍ବାମୀ ଅନେକ ମହିଳାଙ୍କୁ ପ୍ରଭାବିତ କରି ନିଜ ପ୍ରେମ ଜାଲରେ ଫସାଉଛନ୍ତି । ଏପରିକି ତାଙ୍କର 20 ରୁ ଉର୍ଦ୍ଧ ପତ୍ନୀ ଅଛନ୍ତି , ଆଉ ଏଥିପାଇଁ ସେ ତାଙ୍କୁ ନିର୍ଯ୍ୟାତନା ଦେଇ ଘରୁ ବାହର କରି ଦେଇଥିବା ଅଭିଯୋଗ କରି ଜୟପୁର ଟାଉନ ଥାନାର ଦ୍ବାରସ୍ଥ ହୋଇଛନ୍ତି । ତେବେ ଏସବୁ ବର୍ତ୍ତମାନ ଜୟପୁର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି୍ଛି ।

କେବଳ ଏତିକି ନୁହେଁ, ପ୍ରଭାତଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ଝିଅ ଏବଂ ପୁଅ, ବୋହୂ । ବାପା ଜାଲ ନୋଟର କିଙ୍ଗ୍ ପିଙ୍ଗ୍ । ତେବେ ସେ ଏହି ଜାଲ ନୋଟ ମାଧ୍ୟମରେ ଅନେକ ମହିଳାଙ୍କୁ ଫସାଉଛନ୍ତି । ଅନେକ ଠକାମି ଏବଂ ଡକାୟତରେ ସେ ମଧ୍ୟ ଜଡିତ ଅଛନ୍ତି । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଏମାନେ । ଆଉ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏପରି ଅଭିଯୋଗ ଆଣି ପରିବାରର ସବୁ ସଦସ୍ୟ ଥାନାରେ ଦ୍ବାରସ୍ଥ ହେବା ଜୟପୁର ରେ ଏବଂ ଚର୍ଚ୍ଚାର ବିଷୟ ପାଲଟିଛି ।

ସେପଟେ ଏ ନେଇ ଉଭୟଙ୍କ ପକ୍ଷରୁ ଜୟପୁର ଟାଉନ ଥାନାରେ ଅଭିଯୋଗ ଦାୟର ହୋଇଛି । ତେବେ ସବୁ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ପ୍ରଭାତ କୁମାର ଚେଟେଇ । ନିଜର 20 ଟି ସ୍ତ୍ରୀ ଥିବା କଥାକୁ ସେ ହାସ୍ୟାସ୍ପଦ ବୋଲି ସେ କହିବା ସହ ସଂଯୁକ୍ତାଙ୍କ ଚରିତ୍ରକୁ ନେଇ ଓଲଟା ଅଭିଯୋଗ କରିଛନ୍ତି ।

ସଂଯୁକ୍ତାଙ୍କୁ ସେ ଦ୍ବିତୀୟ ବିବାହ କରିଥିଲେ ବି, ସେ ଡକାୟତରେ ଜଡିତ ଥିବାରୁ ତାଙ୍କ ଠାରୁ ସବୁ ସଂପର୍କ ସେ ଛିନ୍ନ କରିଥିବା କହିଛନ୍ତି । ଏପରିକି ସଂଯୁକ୍ତା ତାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିବା ଏବଂ ଚଞ୍ଚକତା କରି ଘର ନିଜ ନାଁ ରେ କରିଥିବା ଅଭିଯୋଗ ହୋଇଛି ।

 

ତେବେ ସବୁ ବିବାଦ ଘରକୁ ନେଇ ଓ ସେ ଖୁିବ୍ ଶିଘ୍ର କୋର୍ଟ ନିର୍ଦ୍ଦେଶ ମୁତାବକ ଘର ଛାଡିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି । ତେବେ ଏହା ପାରିବାରିକ ଅଭିଯୋଗ ହୋଇ ଥିବାରୁ ଧାରା 107 ରେ ପୋଲିସ ଉଭୟ ପକ୍ଷଙ୍କୁ ନୋଟିସ ଜାରି କରି ଥିବା କହିଛନ୍ତି ଜୟପୁର ଟାଉନ ଥାନା ଅଧିକାରୀ ।

ଉଭୟ ସ୍ବାମୀ ଏବଂ ସ୍ତ୍ରୀ ପରସ୍ପର ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲେ ମଧ୍ୟ ଏହା ହେଉଛି ଏକ ପାରିବାରିକ ମାମଲା । ତେଣୁ ଏହି ପାରିବାରିକ ମାମଲା ଆପୋସ ଆଲୋଚନା ମାଧ୍ୟମରେ କିପରି ସମାଧାନ ହୋଇ ପାରିବ , ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଉଛି ଜୟପୁର ଟାଉନ ଥାନା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।