Odisha News Portal

ମହାଭାରତର ‘ବସ୍ତ୍ର ହରଣ’ ଦୃଶ୍ୟ ପରେ ଅଧଘଣ୍ଟା ଭୋଭୋ ହୋଇ କାନ୍ଦିଥିଲେ ଦ୍ରୌପଦୀ, ଦୁଃଶାସନଙ୍କ ସହ ହୋଇନଥିଲେ କଥା, ସୁଟିଂ ସେଟରେ ରୁପା ଗାଙ୍ଗୁଲିଙ୍କ ସହ ହୋଇଥିଲା କ’ଣ ?

0 3

ଆପଣ ମାନେ ସମସ୍ତେ ତ ନିଶ୍ଚିତ ଭାବରେ ଟିଭିରେ ମହାଭାରତ ଧାରାବିହକ ଦେଖି ଥିବେ । ତେବେ ସେଥିରେ ଳିଡ୍ କ୍ୟାରେକ୍ଟର ଭବାରେ ଅଭିନୟ କରି ଥିବା ଦ୍ରୌପଦୀଙ୍କୁ ତ ବହୁତ ଭଲ ଭାବରେ ଜାଣି ଥିବେ । ତେବେ ଆଜି ତହେଉଛି ସେହି ମହାଭାରତ ଧାରାବାହିକର ଦ୍ରୌପଦୀ ତଥା ରୁପା ଗାଙ୍ଗୁଲିଙ୍କର ଜନ୍ମ ଦିନ । ରୂପା ଗାଙ୍କୁଲୀ ହେଉଛନ୍ତି ଜଣେ ବହୁତ ଉଚ୍ଚ କୋଟିର ଅଭିନେତ୍ରୀ ଅଟନ୍ତି । ତାଙ୍କର ସେହି ମହାଭାରତ ଧାରାବିହକରେ ଅଭିନୟରେ ତାଙ୍କୁ ଲୋକମାନେ ଏତେ ଭଲ ପାଇ ଯାଇଥିଲେ ଏବଂ ତାଙ୍କର ଏତେ ପ୍ରଶଂସା କରି ଥିଲେ ତାହା କତହିଲେ ନ ସରେ ।

ତେବେ ରୁପା ଗାଙ୍ଗୁଲିଙ୍କର ପରିଚୟ ବି.ଆର ଚୋପ୍ରାଙ୍କ ଶୋ ମହାଭାରତରୁ ମିଳିଥିଲା । ଟିଭି ଏବଂ ହିନ୍ଦୀ ଚଳଚ୍ଚିତ୍ର ବ୍ୟତୀତ ରୁପା ଗାଙ୍ଗୁଲି ବଙ୍ଗାଳୀ ଚଳଚ୍ଚିତ୍ର ପାଇଁ ମଧ୍ୟ ଏକ ଜଣାଶୁଣା ନାମ । ତେବେ ରୂପା ଗାଙ୍ଗୁଲିଙ୍କ ପୂର୍ବରୁ ମହାଭାରତ ଧାରାବାହିକରେ ଦ୍ରୌପଦୀଙ୍କ ଭୂମିକା ପ୍ରଥମେ ଜୁହି ଚାୱଲାଙ୍କୁ ଦିଆଯାଇଥିଲା ।

ଜୁହି ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର କୟାମତ ସେ କୟାମତ ତକ ପାଇଁ ସୁଟିଂରେ ବ୍ୟସ୍ତ ଥିଲେ । ଜୁହି ଚାୱଲାଙ୍କ ବ୍ୟତୀତ ରାମ୍ୟା କୃଷ୍ଣନଙ୍କୁ ମଧ୍ୟ ଏକ ଭୂମିକା ପାଇଁ ଅଫର କରାଯାଇଥିଲା । ଆଉ ମହାଭାରତରେ ‘ବସ୍ତ୍ର ହରଣ’ ଦୃଶ୍ୟ ସବୁଠୁ ଗୁରୁତ୍ବପୂର୍ଣ୍ଣ ସିନ୍‌ ଥିଲା ।ଆଉ ଏହି ଦୃଶ୍ୟ ପରେ ରୂପା ସୁଟିଂ ସେଟ୍‌ରେ ଅଧି ଘଣ୍ଟା ପର୍ଯ୍ୟନ୍ତ ଭୋ ଭୋ ହୋଇ କାନ୍ଦିଥିଲେ । ତେବେ ରୁପା ଗାଙ୍ଗୁଲି କହିଥିଲେ ଯେ- ‘ବସ୍ତ୍ର ହରଣ’ ଦୃଶ୍ୟ ପରେ ମୁଁ ଦୂଃଶାସନଙ୍କ ସହ କଥା ହୋଇନଥିଲି।’ ଏହି ମହାଭାରତର ଭିଡିଓ ରବି ଚୋପ୍ରା ପ୍ରସ୍ତୁତ କରିଥିଲେ । ଘଟଣା ସୁଟିଂ ପୂର୍ବରୁ ସେ ରୂପା ଗାଙ୍ଗୁଲିଙ୍କୁ ରିପ୍-ଅଫ୍ ବିଷୟରେ ସମ୍ପୂର୍ଣ୍ଣ ଭାବେ ବୁଝାଇ ଥିଲେ ।

ଏହା ବ୍ୟତୀତ ବି.ଆର ଚୋପ୍ରା କହିଥିଲେ ଯେ, ଏହି ଦୃଶ୍ୟର ସୁଟିଂ କରିବା ବେଳେ ଏହାକୁ ମନେ ରଖିବାକୁ ହେବ ଯେ, ଏହା ଯେପରି ଅଶ୍ଳୀଳ ଦେଖା ଯିବା ଉଚିତ ନୁହେଁ । ଆଉ ଏହାସହ ଏହି ସମୟ ମଧ୍ୟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦ୍ରୌପଦୀଙ୍କୁ ସଭାକୁ ଟାଣିବା ଠାରୁ ବସ୍ତ୍ର ହରଣ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଦୃଶ୍ୟକୁ ଗୋଟିଏ ସ୍କ୍ରିନରେ ସୁଟିଂ କରାଯାଇଥିଲା ।

ତେବେ ରୁପା ଗାଙ୍ଗୁଲିଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଏବେ ବହୁ ବିବାଦ ତଥା ସମସ୍ୟା ଘେର ମଧ୍ୟରେ ରହିଛି। ରୁପା 1992 ରେ ଧ୍ରୁବୋ ମୁଖାର୍ଜୀଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ଫିଲ୍ମ ଦୁନିଆରୁ ସବୁଦିନ ପାଇଁ ଦୂରେଇ ଯାଇଥିଲେ । କାହିଁକି ନାଁ ବିବାହ ପରେ ଜଣେ ଗୃହିଣୀ ଭାବେ ରହିବାକୁ ସେ ପସନ୍ଦ କରିଥିଲେ ।

କେବଳ ସେତିକି ନୁହେଁ, 3 ଥର ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ ରୁପା ଗାଙ୍ଗୁଲି । ପ୍ରଥମ ଥର ତାଙ୍କ ପୁଅ ଆକାଶ ଜନ୍ମ ହେବା ପୂର୍ବରୁ ଏବଂ ଦୁଇ ଥର ତାଙ୍କ ପୁଅ ଜନ୍ମ ହେବା ପରେ । ତେବେ ରୁପା ଏବଂ ତାଙ୍କ ସ୍ବାମୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା । ତେଣୁ 2006 ରେ ଦୁହେଁ ପରଷ୍ପରକୁ ଛାଡ଼ପତ୍ର ଦେଇ ବର୍ତ୍ତମାନ ଅଲଗା ହୋଇ ଯାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।