ମେରୁଦଣ୍ଡ ଯନ୍ତ୍ରଣା (Spinal Problems ) କାହିଁକି ହୁଏ ? Dr. Swapna Chukari

ବନ୍ଧୁଗଣ ଆମକୁ ହେଉଥିବା ଅନେକ ସ୍ବାସ୍ଥ୍ୟ ଜନିତ ସମସ୍ୟା ଗୁଡ଼ିକ ମଧ୍ୟରୁ ବ୍ଯାକ ପେନ୍ ବା ମେରୁଦଣ୍ଡ ରେ ଯନ୍ତ୍ରଣା ଅନୁଭବ କରିବା ଏକ ଅନ୍ଯ ମାରାତ୍ମକ ରୋଗ ଅଟେ। ତେବେ ଯଦିଓ ଏହି ଯନ୍ତ୍ରଣା ଅନେକାଂଶରେ ଛୋଟ ଛୋଟ ପିଲା ମାନଙ୍କୁ ମଧ୍ୟ ହେଉଛି କିନ୍ତୁ ଅଧିକତର ମେରୁଦଣ୍ଡ ଯନ୍ତ୍ରଣା ପ୍ରଥମ ଥର ପାଇଁ ୨୦ ରୁ ୪୦ ବର୍ଷ ବୟସର ବ୍ୟକ୍ତି ବିଶେଷ ମାନଙ୍କ ପାଖରେ ପ୍ରଥମ ଥର ପାଇଁ ଦେଖା ଦେଇଥାଏ। ତେବେ ଛୋଟ ପିଲା ମାନଙ୍କ କ୍ଷେତ୍ରରେ ଏହା ସ୍କୁଲ୍ ବେଗ ବହିବା କାରଣରୁ ହୋଇଥାଏ। ସେମାନେ ଏଥିପାଇଁ ମେରୁଦଣ୍ଡ ଯନ୍ତ୍ରଣା ର ଶିକାର ଯଦିଓ ହୁଅନ୍ତି ସେମାନଙ୍କ କ୍ଷେତ୍ରରେ ବ୍ୟାଗ୍ ର ଓଜନ କମାଇଦେଲେ ଏହା ଠିକ ହୋଇଯାଏ।

କିନ୍ତୁ ୨୦ ରୁ ୪୦ ବର୍ଷ ବୟସର ଲୋକଙ୍କ ପାଖରେ ଏହି ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇଥାଏ, ଯେମିତିକି କୌଣସି ଭାରି ଜିନିସ ଉଠାଇ ଦେଲେ, ଜୋର୍ ରେ କାଶିଲେ।ତେବେ ଏସବୁ ନର୍ମାଲ ହୋଇ ଥିବାରୁ ଦୁଇ ତିନି ଦିନ ଭିତରେ ଠିକ ହୋଇଥାଏ, ସେଗୁଡିକ ପାଇଁ ଆମକୁ ଚିକିତ୍ସା ନେବାକୁ ପଡ଼ିଥାଏ। ଏହାଛଡା ୪୦ କିମ୍ୱା ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ବିଶେଷ ମାନଙ୍କ ପାଖରେ ଏହି ବ୍ୟାକ୍ ପେନ୍ ସିଭିଆର୍ ହୋଇଥାଏ। ହାଡ଼ ଦୁର୍ବଳ ହେବା କାରଣରୁ ଏବଂ ବୟସ ବଢିଲେ ଖରାପ ହେଉଥିବାରୁ ଏହା ସ୍ପାଇନାଲ୍ କର୍ଡ ଭିତରେ ଚିପି ହୋଇ ଯାଏ। ଫଳରେ ଅଧିକ ଯନ୍ତ୍ରଣା ଅନୁଭବ ହୋଇଥାଏ।

ତେବେ ୨୦ ରୁ ୪୦ ବର୍ଷ ବୟସରେ ମେକାନିକାଲ ପ୍ୟାନ ଅଧିକ ହୋଇଥାଏ। କାରଣ ଆପଣ କେଉଁଠି କ୍ରମାଗତ ଭାବରେ କାମ କରନ୍ତି, ଷ୍ଟାଣ୍ଡିଂ କରନ୍ତି ଆଦି କାରଣରୁ ଏହା ହୋଇଥାଏ।ବୟସ ବଢିଲେ କାହିଁକି ହୋଇଥାଏ ତାହା ଆପଣ ଏହି ଭିଡିଓ ରେ ଡାକ୍ତରଙ୍କ କହିବା ଅନୁସାରେ ଜାଣିଲେ ବୁଝି ପାରିବେ। ତେବେ ଏହାକୁ ଆପଣ ଦେଖିଲେ ଏହା ବୁଝି ପାରିବେ ଯେ କିପରି ଭାବରେ ବୟସ ବଢିବା ପରେ ଏହି ରୋଗ ବୟସ୍କ ଙ୍କ ପାଖରେ ଅନେକ ସଂଖ୍ୟାରେ ଦେଖା ଦେଇଥାଏ। ତେଣୁ ଆପଣ ଏଥିପାଇଁ ଚିନ୍ତା ନକରି ଡାକ୍ତରଙ୍କ କହିବା ଅନୁସାରେ ନିଜକୁ ଚିକିତ୍ସା ପଦ୍ଧତି ଭିତରେ ନିୟୋଜିତ କଲେ ନିଶ୍ଚିତ ଭାବରେ ଏହି ରୋଗରୁ ମୁକ୍ତି ପାଇବେ।

ତେବେ ଏହି ରୋଗର ଯେଉଁ ସବୁ ଲକ୍ଷଣ ଦେଖା ଦେଇଥାଏ, ସେସବୁ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ହେଉଛି ଵ୍ୟାକ୍ ପ୍ୟାନ୍ ହେବା। ଯଦି ଏହା ଅଧିକ ଦିନ ଧରି ଲାଗିରହେ।୬ ମାସରୁ ଅଧିକ ସମୟ ଧରି ବି ଔଷଧ ଖାଇଲା ପରେ ବି ଯଦି ଏହା ଭଲ ନହୁଏ ତେବେ ଏହା କ୍ରନିକ ବ୍ଯାକ୍ ପ୍ୟାନ କୁ କନଭାର୍ଟ ହୋଇ ସାରିଲାଣି ବୋଲି ଆପଣଙ୍କୁ ଜାଣି ନେବାକୁ ହେବ। ତେଣୁ ନିଶ୍ଚିତ ଭାବରେ ଏହାପରେ ଆପଣଙ୍କୁ ଏଥିପାଇଁ ଜଣେ ଏହି ରୋଗର ବିଶେଷଜ୍ଞ ଙ୍କ ପାଖରେ ଦେଖାଇବାକୁ ହେବ ଆଦୌ ଅବହେଳା ନକରି। ଯାହା ପରେ ଆପଣ ଏହିଭଳି କଷ୍ଟ ବା ଯନ୍ତ୍ରଣା ରୁ ଆଶ୍ୱସ୍ତି ପାଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment