ଆପଣଙ୍କ ସ୍ମରଣଶକ୍ତି ( Memory and Brain Power ) କେମିତି ବଢେଇବେ ଜଣାନ୍ତୁ ? Dr.Bhargavi Reddy

ବନ୍ଧୁଗଣ ବର୍ତମାନ ସମସ୍ତେ ସ୍ମରଣ ଶକ୍ତିକୁ ନେଇ ବହୁତ ଚିନ୍ତିତ ରୁହନ୍ତି,ଅନେକ ବ୍ୟକ୍ତି କମ ବୟସରୁ ନିଜର ମନେ ରଖିବାର ଶକ୍ତି ହରାଇ ବସନ୍ତି |ଅନେକ ବାପା ମା ମାନେ ମଧ୍ୟ୍ୟ ସେମାନଙ୍କ ପିଲାମାନଙ୍କ ସ୍ମରଣ ଶକ୍ତିକୁ ନେଇ ଚିନ୍ତିତ ଥାନ୍ତି, ଯଦି ଛୋଟ ପିଲା ପାଠ ଭଲରେ ମନେ ରଖିପାରୁନି ତେବେ ଆପଣ ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ |ସାଧାରଣତଃ ବୟସ ବଢିଲେ ଏବଂ ଛୋଟ ବୟସରେ ହିଁ ସ୍ମରଣ ଶକ୍ତି କମ ଥାଏ ତେଣୁ ଆଜି ଆପଣକୁ ଏମିତି କିଛି ଉପାୟ ବିଷୟରେ କହିବି ଯାହାର ବ୍ୟବହାର ଦ୍ଵାରା ଆପଣଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ |ତେବେ ଆସନ୍ତୁ ଜାଣିବା ଏହି ଉପାୟ ଗୁଡିକ ବିଷୟରେ |

ପିଲାମାନଙ୍କର ସ୍ମରଣ ଶକ୍ତି ବଢିବା ନିହାତି ଆବଶ୍ୟକ କାରଣ ସେମାନଙ୍କର ଲମ୍ବା ଭବିଷ୍ୟତ ରହିଛି |ପ୍ରତ୍ୟେକ ବାପା ମା ସେମାନଙ୍କ ପିଲାମାନଙ୍କୁ ନେଇ ସର୍ବଦା ଚିନ୍ତିତ ଥାନ୍ତି, ପିଲାମାନେ ଅଧିକ ଦୁଷ୍ଟାମୀ କରନ୍ତି ତେଣୁ ସେମାନଙ୍କ ମନ ସ୍ଥିର ହୋଇନଥାଏ କି ସେମାନେ ସବୁ କଥା ମନେ ରଖିପାରନ୍ତି ନାହିଁ |ବୟସ ଧୀରେ ଧୀରେ ବଢିଲେ ମଧ୍ୟ ସ୍ମରଣ ଶକ୍ତି ହ୍ରାସ ପାଇଥାଏ, 40 ରୁ ଉର୍ଦ୍ଧ ବୟସ ହେଲେ ଆମର ମନେ ରଖିବା ଶକ୍ତି କମିଯାଏ |ଯେ କୌଣସି କଥା ହେଉ ତାହା ଶୀଘ୍ର ମନେ ରହେ ନାହିଁ, ତେଣୁ ଏହିପରି ହେଲେ ଆପଣକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ |

1- ସ୍ମରଣ ଶକ୍ତି ବଢାଇବା ପାଇଁ ଆପଣ ଖାଇବା ଚୂନର ବ୍ୟବହାର କରନ୍ତୁ,ପ୍ରତ୍ୟେକ ଦିନ ସକାଳ ଖାଲି ପେଟରେ ଆପଣ ଏକ ଗ୍ରାମ ଚୂନ ଖାଆନ୍ତୁ |ଅର୍ଥାତ ଆପଣ ଏକ ଗ୍ଲାସ ଉଷମ ପାଣି ନିଅନ୍ତୁ ଏବଂ ସେଥିରେ ଗହମ ଦାନ ଆକାରରେ ଏକ ଗ୍ରାମ ଖାଇବା ଚୂନ ଦେଇ ତାହାକୁ ଭଲରେ ମିଶାନ୍ତୁ |ଏହି ପାଣି ହାଲକା ଉଷମ ଥିବା ସମୟରେ ଆପଣ ଏହାକୁ ପିଅନ୍ତୁ |ଏହି ପାଣି ପ୍ରତ୍ୟେକ ଦିନ ପ୍ରସ୍ତୁତ କରି ଆପଣ ଏକ ମାସ ପ୍ରଯ୍ୟନ୍ତ ପିଅନ୍ତୁ ତେବେ ଏହାର ଉପକାରିତା ଆପଣ ଜାଣି ପାରିବେ, ଏହା ପାଣି ଆପଣଙ୍କ ସ୍ମରଣ ଶକ୍ତିକୁ ବଢ଼ାଇବା ସହିତ ଆପଣ ହଠାତ କୌଣସି ଜିନିଷ ବା କଥା ଭୁଲିବେ ନାହିଁ |ଦଶ ବର୍ଷରୁ କମ ପିଲାମାନଙ୍କୁ ଆପଣ ଅଧା ଗ୍ରାମ ଚୂନ ଖାଇବା ପାଇଁ ଦେବେ ଦଶ ବର୍ଷରୁ ଉର୍ଦ୍ଧ ପିଲା ଏକ ଗ୍ରାମ ଖାଇପାରିବେ |

2:-ଦ୍ୱିତୀୟରେ ଆପଣ ସ୍ମରଣ ଶକ୍ତି ବଢିବା ପାଇଁ ଦେଶୀ ଗାଈ ଘିଅ ବ୍ୟବହାର କରନ୍ତୁ, ଆପଣ ରାତିରେ ଶୁଇବା ସମୟରେ ଦେଶୀ ଗାଈ ଘିଅ ନିଅନ୍ତୁ ଏବଂ ତାହାକୁ ହାଲକା ଉଷମ କରି ନାକରେ ପକାନ୍ତୁ |ଏହି ଘିଅକୁ ନିଶ୍ୱାସ ସାହାଯ୍ୟ ହାଲକା ଭାବରେ ଭିତରକୁ ଟାଣି ନିଅନ୍ତୁ |ଏହି ଘିଅ ଆପଣ କିଛି ଦିନ ବ୍ୟବହାର କଲେ ଆପନଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment