T-20 World Cup 2021: ଶେଷରେ ସେମି ଫାଇନାଲ ଯିବା ଆଶାରୁ ବାଦ ପଡିଲା ଭାରତ….ଦେଖନ୍ତୁ ଭିଡ଼ିଓ

ଆମ ଭାରତର ଜାତୀୟ ଖେଳ ହକି, କିନ୍ତୁ ହକି ଅପେକ୍ଷା କ୍ରିକେଟକୁ ଆମ ଲୋକମାନେ ଅଧିକ ପ୍ରାଧନ୍ୟ ଦେଇଥାନ୍ତି। ତେବେ ନିକଟରେ IPL ଖେଳ ସରିଛି, ବର୍ତ୍ତମାନ ସମୟରେ ଟି-୨୦ ବିଶ୍ୱକପ ଦୁବାଇରେ ଚାଲିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ରହିଥିଲା, ସାରା ଭାରତ ବାସୀ ଭାରତ ବିଜୟୀ ଆଶାରେ ଜଗି ରହିଥିଲେ। କିନ୍ତୁ ଭାରତ ପାକିସ୍ତାନ ଠାରୁ ମ୍ୟାଚ ରେ ହାରି ଯାଇଥିଲା। ଏହାପରେ ସାରା ଭାରତ ବର୍ଷରେ ଏକ ପ୍ରକାର ଦୁଃଖର ବାତାବରଣ ଖେଳି ଯାଇଥିଲା। ଏହା ପରେ ନିଉଜିଲାଣ୍ଡ ଏବଂ ଭାରତ ମଧ୍ୟରେ ହେବାକୁ ଥିବା ମ୍ୟାଚ ଉପରେ ସମସ୍ତ କ୍ରିକେଟ ପ୍ରେମୀ ବହୁତ ଆଶା ଭରସା ରଖିଥିଲେ, ଏଥିରେ ମଧ୍ୟ ଭାରତ ଭାରତ ନିଜର ଭଲ ପ୍ରଦର୍ଶନ ଦେଖାଇ ପାରିଲା ନାହିଁ। ନିଉଜିଲାଣ୍ଡ ଠାରୁ ମଧ୍ୟ ପରାସ୍ତ ହୋଇଥିଲା।

ଭାରତର ଏଭଳି ପ୍ରଦର୍ଶନକୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଟ୍ରୋଲ ମଧ୍ୟ କରାଯାଇଥିଲା। ଏହା ପରେ ସ୍କଟଲାଣ୍ଡ ଏବଂ ଭାରତ ମଧ୍ୟରେ ହୋଇଥିବା ମ୍ୟାଚ ରେ ଭାରତ ବିଜୟୀ ହୋଇଥିଲା। ସମସ୍ତଙ୍କ ମନ ମଧ୍ୟରେ ଗୋଟିଏ କଥା ରହିଥିଲା, ଯେ ଟିମ ଇଣ୍ଡିଆ ସେମିରେ ଖେଳିବ କି ନାହିଁ। କିନ୍ତୁ କ୍ରିକେଟ ବିଶେଷଜ୍ଞଙ୍କ ମତ ରଖିଥିଲେ, ଯେ ଯଦି ନିଉଜିଲାଣ୍ଡ ଏବଂ ଆଫଗାନିସ୍ତାନ ମ୍ୟାଚ ରେ ନିଉଜିଲାଣ୍ଡ ହାରିବା ପରେ ହିଁ ଟିମ ଇଣ୍ଡିଆ ସେମିରେ ଖେଳିବ।

୧୨୫ ରନର ସହଜ ଟାର୍ଗେଟକୁ ୨ ୱକେଟ ରେ ହରାଇ ବିଜୟୀ ଲାଭ କରିଥିଲା ନିଉଜିଲାଣ୍ଡ। ଆଫଗାନିସ୍ତାନ ଠାରୁ ନିଉଜିଲାଣ୍ଡ ପରାସ୍ତ ପରେ ବାଦ ପଡ଼ିଲା ନିଉଜିଲାଣ୍ଡ। ଏହା ପରେ ସେମି ଫାଇନାଲକୁ ଗଲା ନିଉଜିଲାଣ୍ଡ। ଏହା ପରେ ଶେଷ ହୋଇଛି ଭାରତର ସେମି ଫାଇନାଲ ଅଭିଯାନ। ଭାରତ ଆଉ ଏକ ମ୍ୟାଚ ଖେଳିବ ତେବେ ଏହା ଏକ ସନମାନ ପ୍ରଦର୍ଶନ। ଗ୍ରୁପ ୨ ରୁ ପାକିସ୍ତାନ ସହିତ ନିଉଜିଲାଣ୍ଡ ଗଲା ସେମିକୁ।

ତେବେ ସମସ୍ତ କ୍ରିକେଟ ପ୍ରେମୀଙ୍କ କହିବା କଥା ଟିମ ଇଣ୍ଡିଆ ଉପଯୁକ୍ତ ଷ୍ଟ୍ରଟେଜି ଅନୁସରଣ କରିନଥିଲା। ଟିମ ଇଣ୍ଡିଆ ଯାହା ଫଳରେ ପ୍ରଥମେ ଭାରତ ପାକିସ୍ତାନ ଠାରୁ ପରାସ୍ତ ହେବାକୁ ପଡିଥିଲା। ଯଦି ପ୍ରଥମ ମ୍ୟାଚ୍ ରେ ଭାରତ ନିଜର ଷ୍ଟ୍ରଟେଜି ଠିକ କରିଥାନ୍ତେ। ତାହାଲେ ନିଶ୍ଚିତ ଭାବରେ ଭାରତ ପାକିସ୍ତାନ ଠାରୁ ବିଜୟୀ ଲାଭ କରିଥାନ୍ତା। ଟିମ ଇଣ୍ଡିଆ ସେମିକୁ ଯିବାର ଆଶା ଉଜୀବିତ ହୋଇପାରିଥାନ୍ତା। ପାକିସ୍ତାନ ଠାରୁ ପରାସ୍ତ ହେବା ପରେ ସେବେଠାରୁ ହିଁ ଭାରତ ସେମିକୁ ଯିବାର ଆଶା କେଉଁଠି ନା କେଉଁଠି ମରିଯାଇଥିଲା। ଯାହାବି ହେଉ ଭାରତ ଦୁଇଟା ମ୍ୟାଚରେ ଭଲ ପ୍ରଦର୍ଶନ କରିପାରିନଥିଲା। ବହୁତ ଖରାପ ପ୍ରଦର୍ଶନ କରିଥିଲେ। ଟିମ ଇଣ୍ଡିଆ ରେ ବଲିଂ ବହୁତ ଖରାପ ଥିଲା, ଯଦି ଦେଖିବା ବେଟିଂ ରେ ମଧ୍ୟ ଏତେ ଭଲ ପ୍ରଦର୍ଶନ ନଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment