ଆଜି ଆମେ ଆପଣଙ୍କୁ ଏପରି ଦୁଇଟି ଘରୋଇ ଉପଚାର ବାବଦରେ ଜଣାଇବୁ ଯାହା ଆପଣଙ୍କର ଅନିୟମିତ ପିରିୟଡ଼କୁ ନିୟମିତ କରିଦେବ। ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ।୧.ପ୍ରଥମେ ଏକ ଇଞ୍ଚ୍ ଅଦାକୁ ଚୋପା ଛଡ଼ାଇ ଭଲ ଭାବରେ ଧୋଇ ଦିଅନ୍ତୁ ଏବେ ଏହି ଅଦାକୁ ଛୋଟ ଛୋଟ ପିସ୍ ରେ କାଟି ନିଅନ୍ତୁ। ଗ୍ୟାସ ଅନ୍ କରି ଏକ ଗ୍ଲାସ୍ ପାଣିକୁ ଏକ ପାତ୍ରରେ ବଏଲ୍ କରି ନିଅନ୍ତୁ।
ଏହାପରେ ଏଥିରେ କାଟି ରଖିଥିବା ଅଦାକୁ ପକାଇ ଦିଅନ୍ତୁ। ଏବେ ଏଥିରେ ଏକ ଢାଙ୍କୁଣି ଲଗାଇ ୨-୩ ମିନିଟ୍ ପର୍ଯ୍ୟନ୍ତ ଭଲ ଫୁଟାଇ ନିଅନ୍ତୁ। ଏହାପରେ ଆପଣ ଏହାକୁ ଏକ ଗ୍ଲାସ୍ କୁ ଛାଣି ରଖନ୍ତୁ। ଏହା ଅଳ୍ପ ଥଣ୍ଡା ହୋଇଯିବା ପରେ ଆପଣ ଏଥିରେ ଏକ ଚାମଚ୍ ମହୁ ମିଶାଇ ଦିଅନ୍ତୁ।ଏବେ ଆପଣଙ୍କର ଏହି ଡ୍ରିଙ୍କ ବନି ପ୍ରସ୍ତୁତ। ତେବେ ଆପଣ ଏହାକୁ ରାତିରେ ଶୋଇବା ବେଳେ ଏହାର ସେବନ କରନ୍ତୁ। ସକାଳେ ଉଠିବା ବେଳକୁ ଆପଣଙ୍କର ଏହି ସମସ୍ୟା ଠିକ୍ ହୋଇ ଯାଇଥିବ।
୨.ପ୍ରଥମେ ଆପଣ ଗ୍ୟାସ ଅନ୍ କରି ଏକ ଗ୍ଲାସ୍ ପାଣିକୁ ଏକ ପାତ୍ରରେ ବଏଲ୍ କରି ନିଅନ୍ତୁ। ଏବେ ଏଥିରେ ଏକ ଚାମଚ୍ ଜୀରା ପାଉଡର ପକାଇ ଦିଅନ୍ତୁ। ଏବେ ଏହାକୁ ଦୁଇ ରୁ ତିନି ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାନ୍ତୁ ଯେମିତି ଜୀରାର ସବୁ ଅଂଶ ପାଣିରେ ଭଲ ଭାବରେ ମିଶି ଯିବ। ଏବେ ଆପଣ ଏଥିର ଏକ ଚାମଚ୍ ବ୍ରାଉନ କଲରର ସୁଗାର୍ ଏଥିରେ ମିଶାଇ ଦିଅନ୍ତୁ। ଯଦି ଆପଣଙ୍କ ପାଖରେ ବ୍ରାଉନ କଲରର ସୁଗାର୍ ନାହିଁ ତେବେ ଆପଣ ଏକ ଚାମଚ୍ ନର୍ମାଲ ଚିନର ପ୍ରୟୋଗ ମଧ୍ୟ ଆପଣ କରି ପାରିବେ। ଏବେ ଏ ସବୁ କୁ ଭଲ ଭାବରେ ମିଶାଇ ଦିଅନ୍ତୁ। ଏବେ ଆପଣଙ୍କର ଏହି ଡ୍ରିଙ୍କ ବନି ପ୍ରସ୍ତୁତ।
ଏବେ ଜାଣିବ ଏହି ସବୁ ରେମିଡି ଆପଣ କେବେ ପିଇବା ଆବଶ୍ୟକ:-
ଯଦି ଆପଣଙ୍କ ପିରିୟଡ଼ ଲାଷ୍ଟ ଦୁଇରୁ ତିନି ମାସ ମଧ୍ୟରେ ହୋଇ ନାହିଁ ବା ଠିକ୍ ଭାବେ ହେଉ ନାହିଁ ତେବେ ଆପଣ ଏହି ଏହି ଅଦାରେ ପ୍ରସ୍ତୁତ ପାନୀୟକୁ ରାତିରେ ଶୋଇବା ବେଳେ ସେବନ କରନ୍ତୁ। ଏହା ଦ୍ବାରା ଆପଣଙ୍କୁ କୌଣସି ପ୍ରକାର ସାଇଡ ଇଫେକ୍ଟ ମଧ୍ୟ ଦେଖିବାକୁ ମିଳିବ ନାହିଁ। କିନ୍ତୁ ମନେ ରଖନ୍ତୁ ହୋର୍ମନାଲ ଇନବଲାନ୍ସ କାରଣରୁ ଯଦି ଆପଣଙ୍କ ପିରିୟଡ଼ ଅନିୟମିତ ହେଉଛି ତେବେ ଏହି ରେମେଡି ସବୁକୁ ଦୁଇ ରୁ ତିନି ଦିନ ସେବନ କରିବା ଦ୍ୱାରା ଆପଣଙ୍କ ପିରିୟଡ଼ ନିୟମିତ ହୋଇଯିବ। ଯଦି ଆପଣଙ୍କ ପିରିୟଡ଼ ଏକ ସପ୍ତାହ ଦୁଇ ସପ୍ତାହ ପର୍ଯ୍ୟନ୍ତ ବିଳମ୍ବ ହେଉଛି ତେବେ ଆପଣ ଦ୍ୱିତୀୟ ରେମେଡିକୁ ରାତିରେ ଶୋଇବା ପୂର୍ବରୁ ସେବନ କରି ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।