ଦିନକୁ କେବେଳ ୨ ଥର ଏହାକୁ ପିଅନ୍ତୁ, ଛାତି ଏବଂ ଗଳାରେ ଜମା କଫ ( Cough ) ଘିଅ ଭଳି ତରଳିଜିବ – Health Tips

ସମୟର ପରିବର୍ତ୍ତନ ସହିତ ଋତୁ ମଧ୍ୟ ପରିବର୍ତ୍ତନ ହେଉଛି। ଏହା ସହିତ ଜଳବାୟୁର ମଧ୍ୟ ପରିବର୍ତ୍ତନ ଲାଗି ରହିଛି। ଆଉ ଏହି ଜଳବାୟୁ ପରିବର୍ତ୍ତନ କାରଣରୁ ଅନେକ ଲୋକଙ୍କ ପାଖରେ ଥଣ୍ଡା ,ଜ୍ଵର ,କାଶ ,ଛିଙ୍କ ,ନାକ ବନ୍ଦ ଗଳା ବସିଯିବା ଭଳି ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଏହି ସମସ୍ୟାକୁ ଏକ ସାଧାଣ ସମସ୍ୟା ଭାବିବା ଆଦୌ ଉଚିତ୍ ନୁହେଁ। ଥଣ୍ଡା ହେଲେ ଆମକୁ ଏସବୁ ହେବା ଦ୍ଵାରା ଖୁବ୍ ବିଚଳିତ ମନେ ହୋଇଥାଏ ମୁଣ୍ଡ ବିନ୍ଧିବା ସହ ଶରୀରକୁ ଦୁର୍ବଳ ଅନୁଭବ ହୋଇଥାଏ।

ତେବେ ଏଥିପାଇଁ ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ କାରଣ ଆମେ ଆଜି ଆପଣ ମାନଙ୍କୁ ଏମିତି ଏକ ହୋମ୍ ରେମେଡି ବାବଦରେ କହିବୁ ଯାହାକୁ ଆପଣ ବ୍ୟବହାର କରିବା ଦ୍ଵାରା ଆପଣଙ୍କର ଥଣ୍ଡା କାଶ ଭଳି ସମସ୍ୟା ମୂଳରୁ ଶେଷ ହୋଇ ଯିବ। ଏହା ସହିତ ଏଥିରେ କିଛି ସାଇଡ ଇଫେକ୍ଟ ମଧ୍ୟ ନାହିଁ। ତେବେ ଆସନ୍ତୁ ଏହି ହୋମ୍ ରେମେଡି ପାଇଁ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତି ପ୍ରଣାଳୀ ଏବଂ ଏହାର ପ୍ରୟୋଗ କିପରି କରିବା ସ ବାବଦରେ ଜାଣିବା।

ଆବଶ୍ୟକ ସାମଗ୍ରୀ:-ଅଦା, ତୁଳସୀ ପତ୍ର, ଲବଙ୍ଗ, ଗୋଲ ମରିଚ, ତେଜପତ୍ର, ମହୁ ବା ଗୁଡ଼
ପ୍ରସ୍ତୁତି ପ୍ରଣାଳୀ:-ପ୍ରଥମେ ଗ୍ୟାସ ଅନ୍ କରି ଏକ କଢେଇ ବସାଇ ଏଥିରେ ଏକ ଗ୍ଲାସ୍ ପାଣି ଦିଅନ୍ତୁ। ଏହା ପରେ ଏକ ଇଞ୍ଚ ଅଦାକୁ ନେଇ ଛୋଟ୍ ଛୋଟ୍ କରି କାଟି ଏଥିରେ ପକାଇ ଦିଅନ୍ତୁ। ଏହାପରେ ଏଥିରେ ୪-୫ ଟି ତୁଳସୀ ପତ୍ରକୁ ନେଇ ପକାଇ ଦିଅନ୍ତୁ। କିଛି ସମୟ ଏହା ଫୁଟିବା ପରେ ଫୁଲ୍ ଥିବା ଏକ ଲବଙ୍ଗ ଓ ଦୁଇ ରୁ ତିନିଟି ଗୋଲ ମରିଚ ଏବଂ ଗୋଟିଏ ତେଜ ପତ୍ରକୁ ଛିଣ୍ଡି ଏଥିରେ ପକାଇ ଦିଅନ୍ତୁ। ଯେ ପର୍ଯ୍ୟନ୍ତ ଏହା ଏକ ଗ୍ଲାସ୍ ରୁ ଅଧ ଗ୍ଲାସ୍ ପାଣି ନ ହୋଇ ଯାଇଛି ସେ ପର୍ଯ୍ୟନ୍ତ ଏହି କାଢ଼ା ଫୁଟାନ୍ତୁ। ଏହାପରେ ଗ୍ୟାସ ବନ୍ଦ କରି ଏହି କାଢ଼ାକୁ ଏକ କପ୍ କୁ ଏହି ଛାଣି ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ କାଢ଼ା।

ପ୍ରୟୋଗ:-
ଏବେ ଏହି କାଢ଼ାରେ ଆପଣ ଏକ ଚାମଚ ମହୁ ବା ଏକ ଚାମଚ ଗୁଡ଼ ମିଶାଇ ସେବନ କରି ପାରିବେ। କିନ୍ତୁ ମନେ ରଖନ୍ତୁ ଏଥିରେ ଚିନିର ପ୍ରୟୋଗ କରନ୍ତୁ ନାହିଁ। ଆପଣ ଏହି କାଢ଼ାକୁ ସକାଳେ ଚାହା ପିଇବା ବଦଳରେ ପିଇ ପାରିବେ। ଏହାକୁ ଆପଣଙ୍କୁ ଦିନରେ ୨-୩ ଥର ପିଇବା ପାଇଁ ପଡ଼ିବ। ଆପଣ ଏହି ଚମତ୍କାରୀ ଘରୋଇ ଉପଚାର କୁ ଘରେ ନିଶ୍ଚିତ ଟ୍ରାଇ କରାନ୍ତୁ। ଆପଣ ନିଜେ ଏହାର ରେଜଲ୍ଟ ଜାଣି ପାରିବେ।ୟ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment