Teeth Tips – ମାତ୍ର ୨ ମିନିଟ ରେ ଗନ୍ଧାଉଥିବା ଅପରିଷ୍କାର ଦାନ୍ତ ହୀରା ଭଳି ଚମକିବ, କରନ୍ତୁ ଏହି ଛୋଟିଆ ଉପାୟ…

ମାତ୍ର ସାତ ରୁ ଆଠ ଟୋପା ଲେମ୍ବୁ ରସ ଆପଣଙ୍କ ମଇଳା ହଳଦିଆ ଦାନ୍ତ କୁ ପୁରା ମୋତି ପରି ଚମକାଇ ଦେମାତ୍ର ୨ ମିନିଟ୍ ରେ। ହଁ ଆଜ୍ଞା ଆପଣ ଯଦି ଆପଣଙ୍କ ଅପରିଷ୍କାର ଦାନ୍ତ, ଦାନ୍ତର ହଳଦିଆ ପଣ କଳା ପଣ ଦୁର୍ଗନ୍ଧ ପାଇଁ ଖୁବ୍ ଚିନ୍ତିତ ରହିଛନ୍ତି ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ତେବେ ଆଜି ଆମେ ଆପଣ ଙ୍କ ପାଇଁ ଏଭଳି ଏକ ଚମତ୍କାରୀ ସହଜ ଓ ସରଳ ଉପାୟ ନେଇ ଆସିଛୁ ଯାହା ଆପଣଙ୍କ ର ଏ ସବୁ ସମସ୍ୟା ଦୂର କରିଦେବ। ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ଏବଂ ଏହାର ପ୍ରୟୋଗ କିପରି କରିବେ।

ପ୍ରସ୍ତୁତି ପ୍ରଣାଳୀ:-

ଏଥିପାଇଁ ଆପଣଙ୍କୁ ପ୍ରଥମେ ଟୁଥ୍ ପେଷ୍ଟ ର ଆବଶ୍ୟକତା ରହିଛି। ଆପଣ ଯେଉଁ ଟୁଥ୍ ପେଷ୍ଟ ୟୂଜ କରନ୍ତି ସେହି ଟୁଥ୍ ପେଷ୍ଟ ନେଇ ପାରିବେ। ଯଦି ଆପଣଙ୍କ ପାଖରେ ହ୍ୱାଇଟ୍ ଟୁଥ୍ ପେଷ୍ଟ ରହିଛି ତ ବେଶ ଭଲ। ତେବେ ଆପଣ ଥରେ ବ୍ରଶ କରିବା ପାଇଁ ଯେତିକି ପରିମାଣ ର ଟୁଥ୍ ପେଷ୍ଟ ଆବଶ୍ୟକ ଆପଣ ସେତିକି ଟୁଥ୍ ପେଷ୍ଟ ନିଅନ୍ତୁ। ଏହା ପରେ ଆପଣଙ୍କୁ ଦ୍ୱିତୀୟ ସାମଗ୍ରୀ ନେବା ପାଇଁ ପଡ଼ିବ ବେକିଂ ସୋଡ଼ା। ଆପଣ ମାତ୍ର ଏକ ଚିମୁଟି ବେକିଂ ସୋଡ଼ା ନିଅନ୍ତୁ। ଆଦୌ ଅଧିକା ନେବେନି। ଆମେ ଯେଉଁ ସୋଡ଼ା ଖାଇବା ରେ ୟୁଜ୍ କରିଥାଉ ଆପଣ ସେହି ସୋଡ଼ା ହିଁ ନେବେ।

ଏହାପରେ ଆପଣ ଏଥିରେ ଲେମ୍ବୁ ରସ ମିଶାନ୍ତୁ। ମାତ୍ର ଆପଣଙ୍କୁ ଏଥିପାଇଁ ୮-୧୦ ଡ୍ରପ୍ ଲେମ୍ବୁ ରସ୍ ନେବା ପାଇଁ ପଡ଼ିବ। ଏବେ ଆପଣ ଏହି ଲେମ୍ବୁ ରସ ସହିତ ବେକିଂ ସୋଡ଼ା ଟୁଥ୍ ପେଷ୍ଟ ସହିତ ଭଲ ଭାବରେ ମିଶାଇ ଦେବେ। ଏବେ ଏହି ପେଷ୍ଟ ରେ ହିଁ ଆପଣଙ୍କୁ ବ୍ରଶ କରିବା ପାଇଁ ପଡ଼ିବ।

ପ୍ରୟୋଗ:-

ଆପଣ ଏହାକୁ ଆପଣଙ୍କ ବ୍ରଶ ରେ ନେଇ ଯେପରି ପ୍ରତିଦିନ ବ୍ରଶ କରନ୍ତି ସେହିପରି କରିବେ। ତେବେ ବ୍ରଶ କଲା ବେଳେ ଧ୍ୟାନ ଦେବେ ଆପଣ ଏହାକୁ ମାଢିରେ ଅଧିକ ୟୁଜ କରିବେ ନାହିଁ ଦାନ୍ତରେ ହିଁ ପ୍ରୟୋଗ କରିବେ। ଏହାକୁ ଆପଣଙ୍କୁ ସପ୍ତାହ ରେ ଦୁଇ ଥର କରିବାର ଅଛି।୩-୪ ସପ୍ତାହ ୟୁଜ୍ କଲା ପରେ ଆପଣ ସପ୍ତାହ କୁ ମାତ୍ର ଥରେ ଏହାର ୟୁଜ୍ କରିବେ।

ଏହାକୁ ବ୍ୟବହାର କରିବାର ପ୍ରଥମ ଦିନରୁ ହିଁ ଆପଣ ଏହାର ଫାଇଦା ବାବଦରେ ଜାଣି ପାରିବେ। ଗୋଟିଏ ଥର ୟୁଜ୍ ରେ ହିଁ ଆପଣ ପଚାଶ ପ୍ରତିଶତ ରେଜଲ୍ଟ ପାଇ ପାରିବେ। ଆଉ ଆପଣଙ୍କ ଙ୍କ ଦାନ୍ତ ର ଅପରିଷ୍କାର,ଦାନ୍ତ ର ହଳଦିଆ ପଣ କଳା ପଣ ଦୁର୍ଗନ୍ଧ ଦୂର ହୋଇ ମୋତି ପରି ଚମକି ଉଠିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment