Odisha News Portal

ମାତ୍ର ୯ ବର୍ଷରେ କୋଟିପତି, ୨୦୨୦ରେ ପିଲାଟି କଲା ଏମିତି କିଛି କାମ ଯେ ଧନୀ ଲୋକଙ୍କୁ ପକାଇଦେଲା ପଛରେ

ଆଜିର ଏହି ଡିଜିଟାଲ ଯୁଗରେ ସ୍ମାର୍ଟ୍ ଫୋନ୍ ର ଚାହିଦା ସାଙ୍ଗକୁ କିଛି ଆପ୍ଲିକେସନ ର ଚାହିଦା ମଧ୍ୟ ବଢ଼ିବାରେ ଲାଗିଚି। ଧୀରେ ଧୀରେ ଲୋକେ ଅଫ୍ ଲାଇନ୍ ରୁ ଅନ୍ ଲାଇନ୍ ଆଡ଼କୁ ମନ ବଳାଇ ବାରେ ଲାଗିଛନ୍ତି।ଆଉ ଏହାର ସବୁଠୁ ଭଲ ମାଧ୍ୟମ ସାଜିଛି ୟୁ ଟ୍ୟୁବ୍। ବର୍ତ୍ତମାନ ଯୁଗ ଅନ୍ ଲାଇନ୍ କୁ ସିଫ୍ଟ୍ ହେଉ ଥିବାରୁ ୟୁ ଟ୍ୟୁବ୍ ଏକ ବିଶାଳ ପ୍ଲାଟଫର୍ମ ତିଆରି କରିଛି ଏବଂ ଏହାର ବହୁଳ ବ୍ୟବହାର ହେବାରେ ଲାଗିଛି। ଶିକ୍ଷା,ସ୍ବାସ୍ଥ୍ୟ, ବାଣିଜ୍ୟ, କୃଷି, ମନୋରଞ୍ଜନ ସମ୍ବନ୍ଧୀୟ ଅନେକ କିଛି ଖବର ଏବଂ ଟିପ୍ସ ଆମେ ଏଥିରୁ ପାଇଥାଉ। ତେବେ ଏବେ ଏହାର ଚାହିଦା ବହୁତ୍ ମାତ୍ରାରେ ବଢ଼ିବାରେ ଲାଗିଛି। ଅନେକ ଏହାକୁ ବ୍ୟବସାୟ ଭିତ୍ତିରେ ମଧ୍ୟ କରିବା ଆରମ୍ଭ କରିଛନ୍ତି।

ୟୁ ଟ୍ୟୁବ୍ ଉପରେ ନିର୍ଭର କାରୀ ଅନେକ ୟୁ ଟ୍ୟୁବର ମାନେ ନିଜକୁ ଆତ୍ମନିର୍ଭରଶୀଳ କରିବା ସହିତ ସ୍ୱାବଲମ୍ବୀ ମଧ୍ୟ କରି ପାରିଛନ୍ତି। ତେବେ ଏହାରି ଭିତରେ ଜଣେ 9 ବର୍ଷର ବାଳକଙ୍କ ନାମ ସାମ୍ନାକୁ ଆସିଛି ଯିଏକି ଏବର୍ଷର 1 ନମ୍ୱର୍ ୟୁ ଟ୍ୟୁବର ଭାବରେ ଆଗରେ ରହିଛନ୍ତି ଏବଂ ହାଇଏଷ୍ଟ ପେଡ୍ ୟୁ ଟ୍ୟୁବର ର ଟାଇଟଲ ବହନ କରିଛନ୍ତିି। କ୍ରମାଗତ 3 ବର୍ଷ ଧରି ସେ ଏହାକୁ ଗ୍ରହଣ କରି ଆସୁଛନ୍ତି। ତାଙ୍କର ନାମ ହେଉଛି ରିଆନ୍ କାଜି। ଯାହାଙ୍କ ଘର ହେଉଛି ଟେଗ୍ସାସ୍ ଏବଂ ସେ କ୍ରମାଗତ ଭାବରେ ଏହି ସଫଳତା ହାସଲ କରି ରେକର୍ଡ ସୃଷ୍ଟି କରିଛନ୍ତି।

ସେ ତାଙ୍କ ୟୁ ଟ୍ୟୁବ୍ ଚାନେଲ୍ ରୁ 22 ମିଲିଆନ୍ ଡ଼ଲାର କମେଇ ଛନ୍ତି। ତାଙ୍କ ୟୁ ଟ୍ୟୁବ୍ ଚନେଲ୍ ର ନାମ ହେଉଛି ରିଆନ ସ ୱାର୍ଲ୍ଡ (Ryan’s world)। ତେବେ ଅନ୍ୟ ପକ୍ଷରେ ତାଙ୍କର ଏହି ନାମରେ ଥିବା ବ୍ରାଣ୍ଡେଡ୍ ଖେଳନା ଏବଂ ପୋଷାକ ଉପରୁ ମଧ୍ୟ ସେ ଏକ ବଡ଼ ଧରଣର ଆୟ କରିଛନ୍ତି। ଯାହା ପାଖାପାଖି 200 ମିଲିଅନ୍ ହେବ। ଏହିସବୁ ପୋଷାକ ପ୍ରାୟତଃ ପିଲା ମାନଙ୍କ ସହିତ ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରସ୍ତୁତ ହୋଇଥାଏ। ଏଗୁଡ଼ିକ ଅଧିକାଂଶ ପାଇଜାମା ଅଟେ।ତେବେ ଏହାଛଡା ରିଆନ୍ ତାଙ୍କର ନିଜର ଏକ ଟିଭି ଚ୍ୟାନେଲ ଯାହାର ନାମ Nickelodeon ସେଥିରୁ ସେ ମଲ୍ଟି ମିଲିଆନ ଡ଼ଲାର ର ଏକ ବ୍ୟବସାୟ କୁ ଆରମ୍ଭ କରିଛନ୍ତି।

ତେବେ ସୂଚନା ଥାଉ କି ରିଅନ୍ କାଜୀ, ଯିଏକି ଜଣେ ଚାଇଲ୍ଡ ଇନଫ୍ଲୁଏନସର୍ ଭାବରେ ମଧ୍ୟ କାର୍ଯ୍ୟ କରିଥାନ୍ତି।ସେ ତାଙ୍କର ପ୍ରଥମ ୟୁ ଟ୍ୟୁବ୍ ଭିଡିଓ ମାର୍ଚ୍ଚ 2015 ମସିହା ରେ କରିଥିଲେ। ଯେତେବେଳେ ସେ ଛୋଟ ଛୋଟ ପିଲା ମାନଙ୍କୁ ଅନେକ ମଜା, କୌତୁହଳ ଏବଂ ବିଭିନ୍ନ ଖେଳନା ଆଦିର ଭିଡିଓ କରିଥିବାର ଦେଖିବାକୁ ପାଇଲେ ୟୁ ଟ୍ୟୁବ୍ ରେ ସେତେବେଳେ ସେ ତାଙ୍କ ମାଆ ଙ୍କୁ ଏ ବିଷୟରେ ଯାଇ କହିଥିଲେ ଯେ, ଯଦି ଅନ୍ୟ ମାନେ ୟୁ ଟ୍ୟୁବ୍ ରେ ଏହାକୁ କରି ପାରୁଛନ୍ତି ତେବେ ମୁଁ କାହିଁକି ନୁହେଁ। ଆଉ ସେହି ଦିନଠାରୁ ତାଙ୍କର ଏହି ଯାତ୍ରା ଆରମ୍ଭ ହୋଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।