ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ହେଲଦି ଆଉ ସୁନ୍ଦର ରହିବା ପାଇଁ ସବୁବେଳେ ଚାହିଁଥାନ୍ତି | ଆଉ ସ୍ଲିମ ଆଉ ସୁନ୍ଦର କରିବା ପାଇଁ ଇଚ୍ଛା କରିଥାନ୍ତି | ତେବେ କୁହାଯାଉଛି କି ଆଜିର ବିଭିନ୍ନ ପ୍ରକାରର ଫାଷ୍ଟ ଫୁଡ ର ଅଧିକ ସେବନତାହା ସହିତ ଖାଦ୍ୟ ଓ ପେୟ ର ଅସୁବିଧା କାରଣ ରୁ ଆଜିର ଯୁବପିଢ଼ି ମାନେ ଅନେକ ସମୟରେ ମେଦ ବହୁଳତାର ଶିକାର ହେବାକୁ ଲାଗୁଛନ୍ତି | ଆଉ ଯାହା ଯୋଗୁ ସେମାନେ ଅନେକ ସମୟରେ ବିଭିନ୍ନ ପ୍ରକାରର ଅସୁବିଧା କୁ ସମ୍ମୁଖୀନ କରୁଛନ୍ତି | ତେବେ ଆଜି ମୁଁ ଆପଣ ମାନଙ୍କୁ ସେହି ମୋଟା ପଣ ରୁ ମୁକ୍ତ ହେବା ପାଇଁ ଉପାୟ ବତାଇବି ଓ ତାହା ଆପଣ ଙ୍କ ଶରୀରରେ କଣ ସବୁ କ୍ଷତି କରିଥାଏ ତାହା ମଧ୍ୟ ଆଲୋଚନା କରିବା |
କେଉଁ ସବୁ କାରଣ ରୁ ଆପଣଙ୍କ ଶରୀରରେ ଫେଟ ଜମା ହେଉଛି :-
1- ତେବେ ଯାହା କୁହାଯାଉଛି କି ଆମ ଶରୀରରେ ଯଦି ମେଲାଟନିନ ନାମକ ହର୍ମନ କ୍ଷରଣ ରେ ବାଧା ହେବ ତାହେଲେ ଆପଣଙ୍କ ଶରୀରରେ ମେଦ ବହୁଳତାର ସମ୍ଭାବନା ଥାଏ ବୋଲି କୁହାଯାଉଛି |
2- ତାହା ସହିତ ଯଦି ଆପଣଙ୍କ ଶରୀରରେ ମେଟାବଲିଜିମ ଜନିତ ସମସ୍ୟା ଉପୁଜିଥାଏ ତାହେଲେ ମଧ୍ୟ ଆପଣ ମାନେ ମୋଟା ପଣ ର ଶିକାର ହୋଇଥାନ୍ତି ବୋଲି କୁହାଯାଉଛି |
3- ଏହା ଛଡା ଆପଣଙ୍କର ଯଦି ନିଦ୍ରା ଠିକ ଭାବରେ ହେଉନାହିଁ ବା ଆପଣ ଯଦି ଅଧିକ ପରିମାଣ ରେ ଜଙ୍ଗ ଫୁଡ ବା ଫାଷ୍ଟ ଫୁଡ ଖାଉଛନ୍ତି ତାହେଲେ ମଧ୍ୟ ଆପଣଙ୍କର ଶରୀରରେ ଏହି ଚର୍ବି ଜନିତ ସମସ୍ୟା ଦେଖା ଯାଇଥାଏ ବୋଲି କୁହାଯାଉଛି |
4- ଏହା ବ୍ୟତୀତ ଆହୁରି ମଧ୍ୟ ଗୋଟିଏ କଥା ରହିଛି ତାହା ହେଉଛି ଯଦି ଆପଣ ଖାଉଥିବା ଖାଦ୍ୟ ଠିକ ଭାବରେ ହଜମ ହେଉନାହିଁ ତାହେଲେ ତାହା ଆମକୁ ଶକ୍ତି ଦେବା ବଦଳରେ ଆମ ଶରୀରରେ ତାହା ଚର୍ବି ଆକାରରେ ରହିଥାଏ ବୋଲି କୁହାଯାଉଛି |
ତେବେ ଆଜି ମୁଁ ଆପଣ ମାନଙ୍କୁ ଏଭଳି ଏକ ଡ୍ରିଙ୍କ ର ସେବନ ବିଷୟରେ କହିବାକୁ ଯାଉଛି ଯାହାକୁ ଆପଣ ବ୍ୟବହାର କରିକି ମୋଟା ପଣ ରୁ ମୁକ୍ତି ପାଇପାରିବେ ଆସନ୍ତୁ ତାହେଲେ ଜାଣିବା |
ଆବଶ୍ୟକୀୟ ଉପକରଣ :-
ପାନ ମହୁରୀ
ପ୍ରସ୍ତୁତି ପ୍ରଣାଳୀ :-ଆପଣଙ୍କୁ ଏହି ଘରେଇ ଉପଚାର ପାଇଁ ଆବଶ୍ୟକ ପଡିବ ତାହା ହେଉଛି ଗରମ ପାଣି |ଆପଣ ଗରମ ପାଣିରେ ଗୋଟିଏ ଚାମଚ ପାନ ମହୁରୀ କୁ ପକାଇବେ ଓ ତାହାକୁ 15 ମିନିଟ ପର୍ଯ୍ୟନ୍ତ ଫୁଟାଇବେ ଓ ତାହା ପରେ ପାନ ମହୁରୀ ର ସମସ୍ତ ଉପକାରୀ ଗୁଣ ପାଣି ରେ ମିଶିଗଲା ପରେ ଛାଣି ନେବେ ଏକ ପାତ୍ର କୁ |ବ୍ୟବହାର :-ଏହି ପାଣିକୁ ଆପଣ ମାନେ ପ୍ରତେକ ଦିନ ସକାଳେ ଖାଇବା ପୂର୍ବରୁ ଖାଲି ପେଟ ରେ ସେବନ କରି ପାରିବେ ଆଉ ମୋଟା ପଣ ରୁ ମୁକ୍ତି ପାଇପାରିବେ |ତେବେ ଏହା ଥିଲା ସେହି ଘରେଇଁ ସାମଗ୍ରୀ କୁ ବ୍ୟବହାର କରିକି ପ୍ରସ୍ତୁତ କରୁଥିବା ଘରେଇ ଉପଚାର ଯାହା ଦ୍ୱାରା ମୋଟା ପଣ କୁ କଣ୍ଟ୍ରୋଲ କରିପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।