Odisha News Portal

Health Tips – ମାତ୍ର 7 ଦିନରେ 5 କିଲୋ ପର୍ଯ୍ୟନ୍ତ ଓଜନ କମିଯିବ, କେବଳ କରନ୍ତୁ ଏହି ଛୋଟିଆ ଉପାୟ

ପୃଥିବୀ ପୃଷ୍ଠରେ ପ୍ରତ୍ୟେକ ବ୍ୟକ୍ତି ଯଥା ସେ ପୁରୁଷ ହେଉ ବା ନାରୀ ସମସ୍ତେ ନିଜକୁ ସୁନ୍ଦର ରଖିବା ପାଇଁ ସର୍ବଦା ପ୍ରୟାସ କରିଥାନ୍ତି । ସେଥିପାଇଁ ସେମାନଙ୍କୁ ଅନେକ ପ୍ରକାର ପଦକ୍ଷେପ ମାନ ମଧ୍ୟ ମାନି ଚଳିଥାନ୍ତି । କିନ୍ତୁ ଅନେକ ସମୟରେ କିଛି ବ୍ୟକ୍ତି ମାନଙ୍କର ମୋଟାପଣ ଯୋଗୁଁ ସେମାନଙ୍କ ସୁନ୍ଦରତା ହରାଇ ବସିଥାନ୍ତି ଏବଂ ସେଥିପାଇଁ ବହୁତ ଚିନ୍ତିତ ମଧ୍ୟ ରହିଥାନ୍ତି । ମୋଟା ହେବାର ଅନେକ କାରଣ ମାନ ରହିଥାଏ । ମୋଟା ବ୍ୟକ୍ତି ମାନଙ୍କର ଚର୍ମ ଜନୀତ ରୋଗ ର ସମସ୍ୟା ଅଧିକ ରହିଥାଏ ।

ଏହି ମୋଟା ହେବା ଦ୍ୱାରା ସେମାନେ ମେଦବହୁଳତା ରୋଗର ଶୀକାର ହୋଇଥାନ୍ତି ଏବଂ ଏହାର କାରଣ ପାଇଁ କଲେଷ୍ଟରେଲ ଓ ଚର୍ବି ଜନିତ ରୋଗରେ ଅନେକ ଲୋକ ଶିକାର ହେଉଛନ୍ତି ।ଏହା ଦ୍ୱାରା ମଧ୍ୟ ରକ୍ତ ସଞ୍ଚାଳନ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ । ଅନେକ ରୋଗର ସମସ୍ୟା ଦେଖାଯାଇଥାଏ । କିନ୍ତୁ ଆଜିର ସମୟରେ ମୋଟା ହେଲେ କୌଣସି ଚିନ୍ତା କରିବାର ନାହିଁ , କାରଣ ମୋଟା ପଣ କମାଇବା ପାଇଁ ବିଭିନ୍ନ ପ୍ରକାର ଔଷଧ ବାହରିଲାଣି । ଏହା ସହିତ ଘରୋଇ ଉପଚାର ମାଧ୍ୟମରେ ମଧ୍ୟ ଆମେ ନିଜର ମୋଟାପଣ କୁ ଦୂର କରି ପାରିବା । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପାଚାର ବିଷୟରେ ।

ଏହି ଘରୋଇ ଉପଚାରକୁ ପ୍ରସ୍ତୁତ କରିବା ପାଇଁ କଳା ଜିରାର ଆବଶ୍ୟକତା ରହିଛି , ଏହି କଳା ଜିରା ଆମ ଶରୀରର ଶାରୀରିକ ଅକ୍ଷମତାକୁ ଦୂରିଭୂତ କରିବାରେ ସହାୟକ ହୋଇଥାଏ । ଡାଇବେଟିସ ଭଳି ରୋଗକୁ ମଧ୍ୟ ରୋକିବାରେ ସହାୟକ ହୋଇଥାଏ , ଏହାକୁ ଅନେକ କ୍ଷେତ୍ରରେ ଔଷଧ ରୂପେ ବ୍ୟବହାର କରାଯାଏ । ତେବେ ପ୍ରଥମେ ଆପଣ ଏକ ଗ୍ଲାସ ପାଣି ଆଣିବେ ଏବଂ ସେଥିରେ କିଛି କଳା ଜିରାକୁ ଭଲ ଭାବରେ ମିଶେଇ ଦେବେ ଏବଂ ସେହି ପାଣି କୁ ପିଇଦେବେ । ଏହି ପରି ଭାବରେ ଆପଣମାନେ ପ୍ରତ୍ୟେକ ଦିନ ଜିରା ପାଣିକୁ ପାନ କରିବା ଦ୍ୱାରା ଧୀରେ ଧୀରେ ଆପଣଙ୍କର ମୋଟାପଣ କମିବାକୁ ଲାଗିବ ।

କିନ୍ତୁ ଆପଣ ଧ୍ୟାନ ରଖିବେ ଏହାକୁ ଖାଦ୍ୟ ଖାଇବାର 2 ଘଣ୍ଟା ପୂର୍ବରୁ ପାନ କରିପାରିବେ । ଏହା ସହ କଳା ଜିରା ମିଶ୍ରିତ ପାଣିରେ ଆପଣ ମଧ୍ୟ ମହୁ ମିଶେଇ ପାରିବେ , ତେଣୁ ଏହି କଳା ଜିରା ଓ ମହୁ ମିଶ୍ରିତ ପାଣିକୁ ଆପଣ ମାନେ ଖାଲି ପେଟରେ ପ୍ରତ୍ୟେକ ଦିନ ପିଇବା ଦ୍ୱାରା ଆପଣଙ୍କର ଓଜନ ଚାରୁ ରୁ ପାଞ୍ଚ କେଜି କମିଯିବ । ଏହା ଦ୍ୱାରା ଆପଣଙ୍କର ମୋଟାପଣ ଧୀରେ ଧୀରେ ଲିଭିଯିବ ।

ମୋଟାପଣକୁ କାମାଇବା ପାଇଁ ଆପଣ ମାନେ ଦେଶୀ ମହୁ କୁ ବ୍ୟବହାର କରି ପାରିବେ , ଏଥିପାଇଁ ପ୍ରଥମେ ଗୋଟିଏ ଗ୍ଲାସ ଉଷମ ଗରମ ପାଣି ନେବେ ସେଥିରେ ଏକ ଚାମଚ ଦେଶୀ ମହୁ ମିଶେଇବେ । ଏହାପରେ ଏହି ପାଣିକୁ ପାନ କରିବେ , ଏହା ଦ୍ୱାରା ଆପଣଙ୍କର ମୋଟାପଣ କମିବାକୁ ଲାଗିବ । ଆପଣ ସୁସ୍ଥ ଅନୁଭବ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।