Odisha News Portal

ମାତ୍ର 4 ଦିନ କାମ କରିବେ କର୍ମଚାରୀ ! ମୋଦି ସରକାରଙ୍କ ପୁଣି ଆରମ୍ଭ ହୋଇଛି ନୂଆ ଲେବର ରୁଲ

ସମସ୍ତ କର୍ମଚାରୀ ମାନଙ୍କ ପାଇଁ ବହୁତ ଶୀଘ୍ର ନୂଆ ନିୟମ ନେଇପାରନ୍ତି କେନ୍ଦ୍ରସରକାର ଏବଂ କେନ୍ଦ୍ରସରକାର ଶ୍ରମ ଆଇନରେ ସଂଶୋଧନ କରିବା ପାଇଁ ଯୋଜନା କରୁଥିବାର ସୂଚନା ମିଳିଛି । ଏହି ଯୋଜନାରେ ଗୋଟିଏ ବ୍ୟକ୍ତି ସର୍ବାଧିକ 48 ଘଣ୍ଟା କାମ କରିବ ବୋଲି ପ୍ରସ୍ତାବ ଦିଆଯାଇଛି । ଏହା ସହିତ ଅନେକ ନୀତି ନିୟମକୁ କୋଳହ କରିବା ଲାଗି ସରକାର ଯୋଜନା କରିବାର ସୂଚନା ମିଳିଛି। ଏମିତିରେ ଗୋଟିଏ ବ୍ୟକ୍ତି ସପ୍ତାହରେ 4 ଦିନ କାମ କରିବ ଏବଂ ପ୍ରତିଦିନ ସର୍ବାଧିକ 12 ଘଣ୍ଟା କାମ କରିବାକୁ ହେବ । ଏହା ବ୍ୟତୀତ ଆଉ 3 ଦିନ କର୍ମଚାରୀ ମାନଙ୍କ ପାଇଁ ଛୁଟି ରହିବ ଏନେଇ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଉଛି ଏବଂ ଏଥିପାଇଁ ଦୈନିକ କାମର ସମୟ ସୀମା 8 ଘଣ୍ଟାୁ 12 ଘଣ୍ଟାକୁ ବୃଦ୍ଦି କରିବାକୁ ହେବ ।

ଜାତୀୟ ଗଣମାଧ୍ୟମ ସଚୀବ ସୂଚନା ଅନୁଯାୟୀ କହିଛନ୍ତି ଯେ କର୍ମଚାରୀ ମାନଙ୍କ ପାଇଁ ସପ୍ତାହରେ ସର୍ବାଧିକ 48 ଘଣ୍ଟା କାମ କରିବାକୁ ହେବ । ଏହା ସହ କର୍ମଚାରୀ ମାନେ ନିଜର ଦୌନିକ କାର୍ଯ୍ୟ ପରିବର୍ତ୍ତନ କରି ପାରିବେ ଅର୍ଥାତ୍ ଗୋଟିଏ ଦିନ ଜଣେ କର୍ମଚାରୀ 10 ରୁ 12 ଘଣ୍ଟା କାମ କରି ଅନ୍ୟ ଦିନରେ 6 ଘଣ୍ଟା କାମ କରି ପାରିବେ । ଏହା ସହ ସପ୍ତାହର 6 ଦିନ ବଦଳରେ 5 ଦିନ କାମ କରି ନିଜର ଟାର୍ଗେଟ ମଧ୍ୟ ପୂରଣ କରି ପାରିବେ । ବର୍ତ୍ତମାନ ସମୟରେ କାମ କରିବାର ସମୟ ଦୈନିକ 8 ଘଣ୍ଟା ଥିବା ବେଳେ 6 ଦିନ କାର୍ଯ୍ୟ ଦିବସ ରହିଛି ଏହା ସହ ସପ୍ତାହରେ ଗୋଟିଏ ଦିନ ଛୁଟି ମଧ୍ୟ ରହୁଛି ।

ତେବେ ଶ୍ରମ ଓ ରୋଜକାର ମନ୍ତ୍ରାଳୟ 4ଟି ଲେବରକୋର୍ଡ ନିୟମକୁ ଅନ୍ତିମ ରୂପ ଦେଇପାରେ ବୋଲି ସୂଚନା ଦେଇଛି । ତେବେ ମୋଟ ଉପରେ କହିବାକୁ ଗଲେ ଯଦି ଶ୍ରମ ବିଭାଗ ଏପରି ନିୟମ କରିବ ତେବେ ଏହା ସମସ୍ତ କର୍ମଚାରୀ ମାନଙ୍କ ପାଇଁ ଅତ୍ୟନ୍ତ ଖୁସୀ ଖବର । କିନ୍ତୁ ସାଧାରଣ ଦିନରେ ଯେଉଁମାନେ 8 ଘଣ୍ଟା କାମ କରୁଥିଲେ ସେମାନେ ନିଜର କାର୍ଯ୍ୟ ସମୟ ବଢାଇବେ ବୋଲି ସୂଚନା ରହିଛି । କାରଣ ସପ୍ତାହକୁ ମୋଟ 48 ଘଣ୍ଟା କାମ କରିବାକୁ ପଡିବ , ତେଣୁ ଆପଣ ଯଦି ସପ୍ତାହରେ 48 ଘଣ୍ଟା କାମ କରିବେ ଆଉ ତାହା ପୁଣି 4 ଦିନ ମଧ୍ୟରେ , ତେବେ ଆପଣଙ୍କୁ ପ୍ରତିଦିନ 12 ଘଣ୍ଟା କାମ କରିବାକୁ ପଡିବ ।

ଏହି ନିୟମଟି ଆଇନରେ ପରିଣତ ହୋଇ ନାହିଁ କିନ୍ତୁ ଏହାକୁ ନେଇ ସରକାର ଆଗାମୀ ସମୟରେ ଚିନ୍ତା କରୁଥିବାର ସୂଚନା ମିଳିଛି । ଯେଉଁ ଥିରେ କର୍ମଚାରୀ ମାନେ ଉପକୃତ ହୋଇ ପାରିବେ ଏବଂ ନିଜ କାର୍ଯ୍ୟରୁ ଅଧିକ ସମୟ ପାଇଁ ପାରିବେ । ତା ସହିତ ସପ୍ତାହରେ ଦୁଇ ଦିନ ଛୁଟି ପାଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।