Odisha News Portal

Priyanka’s Tips – ମାତ୍ର ୩ ରାତି ଏହାକୁ ଲଗାନ୍ତୁ Eyebro ଏବଂ Eyelashes ଏତେ ଘନ ମୋଟା ହେବକି ଆଶ୍ଚର୍ଯ୍ୟ ହୋଇଯିବେ…

ସୁନ୍ଦ ଦେଖା ଯିବା କାହାକୁ ବା 0ସନ୍ଦ ନୁହେଁ ଆଉ ଆଜିକାଲି ବହୁତ ପ୍ରସାଦନ ସାମଗ୍ରୀ ବହାରିଲାଣି ଯାହାକୁ ଲୋକେ ସୁନ୍ଦରତା ବଡେଇବା ପାଇଁ ବ୍ୟବହାର କରିଥାନ୍ତ ।ତେବେ ଆମ ମୁହଁରେ ଆମ ଆଖି ସୁନର ଦେଖା ଗଲେ ଚେହେରା ସବୁବେଳେ ସମସ୍ତଙ୍କୁ ଆକର୍ଷଣ ଲାଗିଥାଏ କିନ୍ତୁ ଯଦି ଆଇବ୍ରୋ ଓ ଆଇ ଲେସେସ ଚୁଟି କମ ରହିଥାଏ ତାହେଲେ ଜଣେ ଯେତେ ସୁନ୍ଦର ହେଲେ ବି ତାଙ୍କ ଚେହେରା ଏତେଟା ଉଜ୍ଜ୍ବଳ ଦେଖାଯାଏ ନାହିଁ ।ଆମେ ବହୁତ ଉପାୟକୁ କ୍ରିମ ଓ ମେଡ଼ିସିନ ଲଗେଇ ଥାଉ ଏହି ଚୁଟିକୁ ଘନ କରିବା ପାଇଁ ।ତେବେ ଆଜି ଆମେ ଏମିତି ଗୋଟାଏ ଘରୋଇ ଉପାୟ କହିବୁ ଯାହାକୁ ମାନିଲେ ଆପଣଙ୍କ ର ଏହି ସମସ୍ୟା ଖୁବ କମ ଦିନରେ ଦୁର ହେଇଯିବ ।

ଆପଣଙ୍କୁ ଏହି ଉପାୟ ପ୍ରସ୍ତୁତି ପାଇଁ ବିଶେଷ କିଛି ଖର୍ଚ୍ଚ କରିବାକୁ ପଡିବ ନାହିଁ ଆଉ ଏହା ଥରେ ତିଆରି କଲା ପରେ ବହୁତ ଦିନ ଯାଏ ରଖି ପାରିବେ ।ତେଣୁ ବନ୍ଧୁମାନେ ଏହି ଶସ୍ତା ଓ ସୁନ୍ଦର ଉପାୟ ବିଷୟରେ ଜାଣି ରଖନ୍ତୁ ଓ ନିଜର ସୌନ୍ଦର୍ଯ୍ୟ କୁ ଆହୁରି ଉଜ୍ଜ୍ବଳ କରନ୍ତୁ ।ଏବେ ଧ୍ୟାନ ଦେଇ ଏହାର ପ୍ରସ୍ତୁତି ବିଷୟରେ ଜାଣି ନିଅନ୍ତୁ ।

ଆବଶ୍ୟକ ସାମଗ୍ରୀ:-

୧.ଏଲୋଭେରା ଜେଲ

୨.କେଷ୍ଟର ଅଏଲ

୩.ଭିଟାମିନ ଇ କ୍ୟାପସୁଲ

ପେଷ୍ଟ ପ୍ରସ୍ତୁତି ପ୍ରଣାଳୀ:-

-ପ୍ରଥମେ ଆପଣ କିଛି ଏଲୋଭେରା ଜେଲ ନିଅନ୍ତୁ ତେବେ ସେଥିରୁ ଆପଣ ଗୋଟିଏ ଚାମୁଚ ନେଇ ଗୋଟିଏ ବାଉଲରେ ରଖନ୍ତୁ ।ତେବେ ଆପଣ ଯେତିକି ମାସ ପାଇଁ ଜେଲ କରିବାକୁ ଚାହୁଁଛନ୍ତି ସେତିକି ଚାମୁଚ ଏଲୋଭେରା ଜେଲ ନେବେ ।ତେବେ ଏହି ଜେଲକୁ ଆପଣ ଯେତେକି ଦିନ ରଖିଲେ ବି ଏହା ଖରାପ ହେଇ ନଥାଏ ।

-ଏହାପରେ ଆପଣ କେଷ୍ଟର ଅଏଲ ନିଅନ୍ତୁ ଆଉ ସେଥରୁ ଅଧା ଚାମୁଚ କେଷ୍ଟର ଅଏଲ କୁ ନେଇ ସେହି ବାଉଲରେ ରଖନ୍ତୁ ।ତାପରେ ଗୋଟିଏ ଭିଟାମିନ ଇ କ୍ୟାପସୁଲ ନିଅନ୍ତୁ ଆଉ ତାକୁ ଖୋଲି ସେହି ଜେଲକୁ ସେହି ବାଉଲରେ ପକେଇ କିଛି ସମୟ ଯାଏ ସେହି ସବୁକୁ ମିଶାନ୍ତୁ ଯେପରି ତାହା ଧଳା ରଙ୍ଗ ଦେଖାଯିବା ସହ ହେଇଯିବ ଓ ଏକ ପେଷ୍ଟ ତିଆରି ହେଇଯିବ ।

-ତେବେ ସେହି ପେଷ୍ଟକୁ ଗୋଟିଏ ଛୋଟ ଡବାରେ ପୁରେଇ ରଖନ୍ତୁ ଆଉ ପ୍ରତିଦିନ ଆଙ୍ଗୁଳି ବା ଇଅର ଷ୍ଟିକ ସାହାଯ୍ୟରେ ନିଜ ଆଇବ୍ରୋ ଓ ଆଇ ଲେସେସରେ ଲଗାନ୍ତୁ । ଦେଖିବେ ଖୁବ କମ ଦିନ ଯେପରି ଗୋଟିଏ ରୁ ଦୁଇ ସପ୍ତାହ ପରେ ଆପଣଙ୍କ ଆଇବ୍ରୋ ଓ ଆଇ ଲେସେସ ର ଚୁଟି କଳା ଓ ଘନ ହେବାକୁ ଲାଗିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।