Odisha News Portal

ମାତ୍ର 25 ବର୍ଷ ବୟସରେ ଦେଶ ପାଇଁ ଜୀବନ ଦେଲା ପୁଅ ,ହେଲେ ମା’ଙ୍କୁ କେହି ଜଣେଇ ନଥିଲେ ..ଆଉ ମା ଅପେକ୍ଷା କରି ବସିଥିଲା ପୁଅର ଫେରିବା ବାଟକୁ… ଦେଖନ୍ତୁ Video

ଆମ ସମାଜରେ ମାଆ ଏହି ଦୁଇଟି ଶବ୍ଦର ଅଭାବ କେହି କେବେ ପୂରଣ କରି ପାରିବେ ନାହିଁ, କାରଣ ଜଣେ ମାଆ ହିଁ ଭଲ ଭାବରେ ଜାଣି ଥାଏ ନିଜ ପିଲାର ସବୁ ଦୁଃଖ, କଷ୍ଟ ,ଯନ୍ତ୍ରଣା ଓ ହସଖୁସି ବିଷୟରେ ।ତେବେ ସମସ୍ତ ମାଆ ମାନଙ୍କ ପାଇଁ ତାଙ୍କର ପ୍ରଥମ ସନ୍ତାନ ଖୁବ ଖାସ ହେଇଥାଏ ।କାରଣ ସେହି ପ୍ରଥମ ପିଲା ସହ ନାରୀ ମାଆ ରୂପରେ ଅନ୍ୟ ଏକ ଜନ୍ମ ନେଇଥାଏ ଆଉ ଏମିତି କିଛି ନୂଆ ଅନୁଭୂତି ସେହି ପ୍ରଥମ ଶିଶୁ ସହିତ ଯୋଡି ହେଇ ରହିଥାଏ ।ତେଣୁ ସବୁବେଳେ ପ୍ରତ୍ୟେକ ମାଆ ପାଇଁ ତାଙ୍କର ପ୍ରଥମ ପିଲାକୁ ଖୁବ ଯତ୍ନ ନେଇଥାନ୍ତି ।

ତେବେ ଆମେ ଆଜି ଏମିତି ଏକ ମାଆଙ୍କ ବିଷୟରେ କହିବୁ ଯିଏ ଆଜି 22 ବର୍ଷ ପରେ ବି ନିଜର ପ୍ରଥମ ପିଲାକୁ ଭୁଲି ପାରୁନାହିଁ ଓ ନୀତି ଦିନ ଓ କିଛି ଖାସ ସମୟରେ ଝୁରି ହେଉଛି ନିଜ ପୁଅକୁ ।ତେବେ କାଲି ପୁଆର ଦୁନିଆ ମାତୃ ଦିବସ ପାଳନ କରୁଥିଲା ବେଳେ ଆମେ ପାଇଥିଲୁ ଏହି ମାଆଙ୍କୁ ଯିଏ ନିଜର ଲୁହକୁ ଆଖି ପଣତ ଭିତରେ ଆଜି ଲୁଚେଇ ପାରି ନାହାନ୍ତି ।ତେବେ ଆପଣ ଏହି ଭିଡ଼ିଓରେ ଆପଣ ଦେଖିପାରିବେ ଏହି ମାଆ ଜନଙ୍କ ନିଜ ପୁଅର କଥାକୁ କହି ବି ଲୁହକୁ ଲୁଚେଇ ପାରି ନାହାନ୍ତି ।

ଦୀର୍ଘ 22 ବର୍ଷ ତଳେ ପୁଅ ନିଜ ଦେଶ ପାଇଁ ଜୀବନ ଦେଇଥିଲା ଆଉ ପର କରିଥିଲା ନିଜ ଜନ୍ମକଳା ମାଆକୁ ।ତେବେ ସିଗନାଲ ମେନ ଭାବରେ ସୀମାରେ ଡିଉଟି କରୁଥିବା ଆତଙ୍କି ଗୁଳିରେ ସହିଡ଼ ହେଇଥିଲେ ସହିତ ମନୋରଞ୍ଜନ ସାହୁ ।ତେବେ ସେ ମାତ୍ର 19 ବର୍ଷରେ ଦେଶ ମାଆ ସେବାରେ ଯୋଗ ଦେଇଥିଲେ ଆଉ 25 ବର୍ଷରେ କାଶ୍ମୀରରେ ଡିଉଟି ସମୟରେ ସହିଦ ହେଇଥିଲେ ।ତେବେ ସେହି ପୁଅକୁ ନେଇ କେତେ ସ୍ୱପ୍ନ ଦେଖିଥିଲେ ମାଆ ବଡ଼ ପୁଅ ବାହା ହେବ ନାତି ନାତୁଣୀ ଦେଖିବି ।

ଆଉ ସେହି ସମୟ ଫାନି ଫୋଟକା ପରି ଫାଟି ଯାଇଥିଲା ଯେତେବେଳେ ପୁଅର ମୃତ୍ୟ ଖବର ଆସି ପହଞ୍ଚିଥିଲା ମାଆ ପାଖରେ ।ଆଉ ସେହ ଦୁଃଖରେ ଆଜି ବି ମାଆ ପୁଅର ଫୋଟକୁ ଓ ମୃତ୍ତି କୁ ଦେଖି ଝୁରି ହେଉଛି ।ତେବେ ଜାଣି ଆଶ୍ଚର୍ଯ୍ୟ ହେବେ କି ପୁଅର ମୃତ୍ୟୁ ର ଖର୍ବର ସବୁଠାରୁ ଶେଷରେ ପାଇଥିଲେ ସେହି କରୁଣ ମାଆ ।ତେବେ ଆଜିର ମାଆ ଓ ସନ୍ତାନ ର ସମ୍ପର୍କ କୁ କେହି ବୁଝିବାକୁ ଚାହୁଁଥିଲେ ଏହି ଭିଡ଼ିଓକୁ ନିଶ୍ଚିତ ଦେଖିବା ଦରକାର ।ତେବେ ସମୟ ଅନୁସାରେ ମାଆ ସବୁବେଳେ ନିଜର କର୍ତ୍ତବ୍ୟ କରି ଚାଲୁଚି କିନ୍ତୁ ଏବେକାର ପିଲା ମାନେ ବୃଦ୍ଧାବସ୍ତାରେ ମାଆ କୁ ପର କଟି ଦେଉଥିବାର ଅନେକ ଦୃଶ୍ୟ ଆମ ଆଖି ଆଗକୁ ଆସିଥାଏ ।କିନ୍ତୁ ଏହିପରି ମାଆ ଓ ପୁଅର ସମ୍ପର୍କ ଖୁବ କମ ଦେଖିବାକୁ ମିଳିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।