ମାତ୍ର ୧୫ ଦିନରେ ମୁଁହରେ କଳା ଦାଗ ଶେଷ କରିବାର 2ଟି ଚମତ୍କାରୀ ଘରୋଇ ଉପଚାର – Beauty Tips

ବନ୍ଧୁମାନେ ଯେତେବେଳେ ଆପଣଙ୍କ ମୁହଁରେ କିଛି କଳା ଦାଗ ଦେଖା ଯାଏ ତେବେ ତାହା ଆପଣଙ୍କ ସୁନ୍ଦର ତ୍ୱଚାକୁ ଅସୁନ୍ଦର କରି ଦିଏ ।ତେବେ ମୁହଁରେ କଳା ଦାଗ ହେବା ପଛରେ ଅନେକ କାରଣ ରହିଥାଏ ଯେପରି.. ମୁହଁରେ ମରଳାଳୀନ ର ମାତ୍ରା ଅଧିକ ହେବା,ଖରାରେ ଅଧିକ ସମୟ ରହିଲେ,ଆଉ ଭିଟାମିନ ର ଅଭାବ ଶରୀରରେ ରହିଥିଲେ ଏବଂ ଗର୍ଭ ଧାରଣ ପରେ ବି କଳା ଦାଗ ମୁହଁରେ ଦେଖିବାକୁ ମିଳିଥାଏ ।ତେବେ ଏହି କଳା ଦଂକୁ ଦିତ କରିବା ପାଇଁ ଆପଣ ବହୁତ ଚେଷ୍ଟା କରିଥିବେ କାରଣ ସେହି କିଛି କଳା ଦାଗ ପାଇଁ ଆପଣଙ୍କ ପୁରା ଚେହେରା ଅସୁନ୍ଦର ଦେଖା ଯାଏ ।ତେବେ ଆମେ ଏମ9ଟି ଦୁଇଟି ଘରୋଇ ଉପଚାର ବିଷୟରେ ଖୀବୁ ଯାହାକୁ ମାନିଲେ ଆପଣଙ୍କ ମୁହଁରେ ଥିବା କଳା ଦାଗ ସମ୍ପୂର୍ଣ୍ଣ ଭଲ ହେଇ ଯିବ ।

ପ୍ରଥମ ଉପାୟ:-

ଆବଶ୍ୟକ ସାମଗ୍ରୀ:- ତୁଳସୀ ପତ୍ର,ଲେମ୍ବୁ ଓ ବେଶନ

ପ୍ରସ୍ତୁତି ପ୍ରଣାଳୀ:-

-ତେବେ ଏହି ପ୍ରଥମ ଉପାୟକୁ ଆପଣ ଦିନରେ ବ୍ୟବହାର କରିବେ,ଆଉ ଏହି ଉପାୟ ପାଇଁ ପ୍ରଥମେ କିଛି ତୁଳସୀ ପତ୍ର ନିଅନ୍ତୁ, ତେବେ ତୁଳସୀ ପତ୍ରରେ ଏମିତି ଔଷଧୀୟ ଗୁଣ ରହିଛି ଯାହା ଶରୀର ପାଇଁ ବହୁତ ହିତକାରୀ ।ତେବେ ସେହି ତୁଳସୀ ପତ୍ରକୁ ଧୋଇ ତାର ଏକ ରସ ବାହାର କରନ୍ତୁ ।

-ଏବେ ଗୋଟିଏ ଲେମ୍ବୁ ନିଅନ୍ତୁ ଆଉ ସେଥରୁ ରସ ବାହାର କରି ସେହି ତୁଳସୀ ପତ୍ର ରସରେ ଏକ ଚାମୁଚ ଲେମ୍ବୁ ରସ ମିଶାନ୍ତୁ ।ତାପରେ ସେହି ମିଶ୍ରଣ ରେ ଏବେ ଏକ ଚାମୁଚ ବେଶନ ମିଶାନ୍ତୁ ଆଉ ସେହି ସଭ ଭଲ କରି ମିଶାଇ ସାରିଲା ପରେ ଏହି ପେଷ୍ଟ ପ୍ରସ୍ତୁତି ହେଇଯିବ ।

-ଏବେ ସେହି ପେଷ୍ଟ କୁ ମୁହଁରେ ଲଗାନ୍ତୁ ଆଉ ସେହିପରି ମୁହଁକୁ ସେମିତି ଛାଡି ଦିଅନ୍ତୁ ଯେତେ ମୁହଁରେ ଲଗାଇଥିବା ପେଷ୍ଟ ଶୁଖିଯିବ ସେତେବେଳେ ଯାଇ ସାଧାରଣ ପାଣିରେ ମୁହଁ ଧୋଇ ଦିଅନ୍ତୁ ।ତାପରେ ମୁହଁକୁ ପୋଛି ନିଜର ନୀତିଦିନ ବ୍ୟବହାର କରୁଥିବା କ୍ରିମ ମୁହଁରେ ଲଗାନ୍ତୁ ।

ଦ୍ଵତୀୟ ଉପାୟ:-

ଆବଶ୍ୟକ ସାମଗ୍ରୀ:- ଏଲୋଭେର ଜେଲ,ଘିଅ

ପ୍ରସ୍ତୁତି ପ୍ରଣାଳୀ:-

-ଏହି ଉପାୟ ପାଇଁ ଆପଣ ପ୍ରଥମେ ଏକ ଚାମୁଚ ଏଲୋଭେର ଜେଲ ନିଅନ୍ତୁ ଗୋଟିଏ ପାତ୍ରକୁ, ତାପରେ ସେହି ପାତ୍ରରେ 2 ରୁ 3 ବୁନ୍ଦା ଘିଅ ପକାନ୍ତୁ । ଆଉ ଏବେ ଏହି ଦୁଇଟିକୁ ଭଲ ଭାବରେ ମିଶାନ୍ତୁ ତାପରେ ଆପଣଙ୍କ ପେଷ୍ଟ ତିଆରି ହେଇଯିବ ।

-ତେବେ ଏହି ଉପାୟକୁ ଆପଣଙ୍କୁ ରାତିରେ ବ୍ୟବହାର କରିବାକୁ ହେବ,ତେବେ ରାତିରେ ଶୋଇବା ଆଗରୁ ଏହାକୁ ମୁହଁରେ ଲଗେଇ 5 ମିନିଟ ଯାଏ ମାଲିସ କରନ୍ତୁ ତାପରେ ଶୋଇ ଯାଆନ୍ତୁ ଆଉ ସକାଳେ ଉଠି ହାଲୁକା ଉଷମ ପାଣିରେ ମୁହଁ ଧୁଅନ୍ତୁ ।

-ତେବେ ଏହି ଦୁଇଟି ଉପାୟକୁ ଏମିତି ଭାବରେ 15 ଦିନ କରନ୍ତୁ ଆଉ ଯଦି ଅଧିକ କଳା ଦାଗ ମୁହଁରେ ରହିଛି ତେବେ ଏକ ମାସ ଯାଏ ଏହାକୁ ବ୍ୟବହାର କରନ୍ତୁ ।ତାପରେ ଦେଖିବେ ଆପଣଙ୍କ ମୁହଁରେ ଆସୁ କିଛି ବି କଳା ଦାଗ ନଥିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment