ମାତ୍ର ୧୫ ଦିନରେ ଚୁଟି ଝଡ଼ିବା ହୋଇଯିବ ଗାଏବ | World’s Best Faster Remedy

ତେବେ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିଲେ କି ନାରୀ ହେଉ ବା ପୁରୁଷ ଆମର ସୌନ୍ଦର୍ଯ୍ୟ କୁ ଦୁଇ ଗୁଣିତ କରିବାରେ ଆମକୁ ସାହାଯ୍ୟ କରିଥାଏ ଆମର କେଶ | ଆଉ ଯଦି କେଶ ଜନିତ ସମସ୍ୟା ଆମ ମାନଙ୍କ ନିକଟରେ ଦେଖା ଦେଇଥାଏ ତାହେଲେ ଆମର ସୌଦର୍ଯ୍ୟ ମଧ୍ୟ ନଷ୍ଟ ହୋଇ ଯାଇଥାଏ | ତେବେ ଆଜି କାଲି ଦେଖିବାକୁ ମିଳୁଛି କି ଅନେକ ପୁଅ ଝିଅ ମାନଙ୍କର କମ ବୟସରୁ ମୁଣ୍ଡରେ ଚୁଟି ଉପୁଡି ଯାଉଛି ଆଉ ସେମାନେ ଚନ୍ଦା ପଣ ର ମଧ୍ୟ ସ୍ୱୀକାର ହେଉଛନ୍ତି | ଆଉ ଯାହା ଫଳରେ କମ ବୟସ ରେ ସେମାନଙ୍କର କେଶ ଝଡି ଯାଇ ସୌନ୍ଦର୍ଯ୍ୟ ହାନି ଘଟୁଛି | ତେବେ ଆଜି ମୁଁ ଆପଣ ମାନଙ୍କୁ ବତାଇବାକୁ ଯାଉଛି କେତେକ ଘରେଇ ଉପଚାର କୁ ବ୍ୟବହାର କରିକି ଘରେଇ ଉପଚାର ର ପ୍ରସ୍ତୁତି ବିଷୟରେ ଯାହାକୁ ଆମେ ବ୍ୟବହାର କରିକି କେଶ ଜନିତ ସମସ୍ୟା ରୁ ମୁକ୍ତି ପାଇପାରିବା |

ତେବେ ଆଜିକାଲି ଅଧିକ ପରିମାଣରେ ଯୁବ ପିଢ଼ି ମାନେ ବଜାରରେ ମିଳୁଥିବା କେମିକାଲ ଯୁକ୍ତ ତେଲ ର ବ୍ୟବହାର କରୁଛନ୍ତି ଆଉ ଖାଦ୍ୟ ଜନିତ କେତେକ ସମସ୍ୟା ମଧ୍ୟ ଆମର ଦେଖା ଯାଉଛି ଆଉ ଯାହା ଫଳରେ ଚୁଟି ଉପୁଡି ଯାଉଛି | ତାହେଲେ ଆସନ୍ତୁ ଘରେଇ ଉପଚାରର ପ୍ରସ୍ତୁତି ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

ମେଥି, ନଡ଼ିଆ ତେଲ, ଜଡା ତେଲ

ପ୍ରସ୍ତୁତି ପ୍ରଣାଳୀ :-

ତେବେ ଏହି ଘରେଇ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ମେଥି ର ଆବଶ୍ୟକତା ରହିଛି | ଆମେ ପ୍ରଥମେ ମେଥି କୁ ନେଇକି ତାହାକୁ ଗ୍ରାଇଣ୍ଡୋର ସାହାଯ୍ୟରେ ପେଷ୍ଟ କରିବା | ତାହା ପରେ ଆମେ ନଡ଼ିଆ ତେଲ 2-3 ଚାମଚ ଓ କଷ୍ଟର୍ଡ଼ ଅଏଲ 2-3 ଚାମଚ ନେବା | ଆଉ ସେଥିରେ ମେଥିର ପେଷ୍ଟ କୁ ଭଲ ଭାବରେ ମିଶାଇ ଗୋଳାଇ ଦେବା | ତାହା ପରେ କଢେଇରେ କିଛି ପାଣି ନେବା ଆଉ ତାହାକୁ ଗରମ କରିବା | ତାହା ପରେ ଡବଲ ଫ୍ରେମ ପ୍ରୋସେସ ରେ ସେହି ତେଲ କୁ ପାଣି ଉପରେ ଗୋଟିଏ ପାତ୍ର ରେ ରଖିକି ଗରମ କରିବା | ତେବେ ଏହା ଛଡା ଆମେ ଖୋରରେ ମଧ୍ୟ ସେହି ତେଲ କୁ ବସେଇକି ଗରମ କରି ପାରିବା |ତାହା ପରେ ଗୋଟିଏ କାଚର ଡବା ରେ ରଖିବା |

ବ୍ୟବହାର :-

ଏହି ତେଲ କୁ ବ୍ୟବହାର କରିବା ପୂର୍ବରୁ ଟିକିଏ ଗରମ କରିଦେବା | ଆଉ ତାହା ପରେ ଆମ ଚୁଟି ର ସ୍କାଳ୍ଭ ରେ ତାହାକୁ ଭଲ ଭାବରେ ଲଗେଇକି ମସାଜ କରିବା | ଆଉ ଯାହା ପରେ ସେହିଭଳି 2 ଘଣ୍ଟା ଛାଡ଼ିଦେବା ନହେଲେ ଏହାକୁ ରାତିସାରା ମଧ୍ୟ ରଖି ପାରିବା |ତାହା ପରେ ସେମ୍ପୁ ରେ ମୁଣ୍ଡ କୁ ଧୋଇଦେବା |

ତେବେ ଏହିଭଳି ସହଜ ଘରେଇ ଉପଚାର କୁ ବ୍ୟବହାର କରିକି ଆମେ କେଶ ଜନିତ ସମସ୍ୟା ରୁ ସବୁଦିନ ପାଇଁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment