12 ଟଙ୍କା ଦେଲେ ମିଳିବ 2 ଲକ୍ଷ ଟଙ୍କା । ଉଜ୍ଜଳ ହେବ ଆପଣଙ୍କ ଭବିଷ୍ୟତ । ମାତ୍ର 12 ଟଙ୍କା ଦେଇ ନିଜର ଭବିଷ୍ୟତକୁ ସୁରକ୍ଷିତ ରଖନ୍ତୁ । କାରଣ ବାର୍ଷିକ 12 ଟଙ୍କା ଦେଲେ ଆପଣଙ୍କୁ କେନ୍ଦ୍ର ସରକାର ଦେବେ 2 ଲକ୍ଷ ଟଙ୍କା । ମୋଦି ସରକାର ସାଧାରଣ ଜନତାଙ୍କ ପାଇଁ ଏମିତି ତିନୋଟି ଯୋଜନା କରିଛନ୍ତି ଯାହାଦ୍ବାରା ଆପଣ ମାତ୍ର କେତେ ଟଙ୍କା ଖର୍ଚ୍ଚ କରି ନିଜ ଭବିଷ୍ୟତକୁ ସୁରକ୍ଷିତ ରଖି ପାରିବେ । କେନ୍ଦ୍ର ସରକାର ବିଭିନ୍ନ ଶ୍ରେଣୀର ଲୋକଙ୍କୁ ଦୃଷ୍ଟିରେ ରଖି ଅନେକ ଗୁଡିଏ ଯୋଜନା କରିଛନ୍ତି ।
କେନ୍ଦ୍ର ସରକାରଙ୍କ ଏମିତି କିଛି ଯୋଜନା ଅଛି ଯାହା ଦ୍ବାରା ଆପଣ ଅଳ୍ପ ଟଙ୍କା ଖର୍ଚ୍ଚ କରି ସମସ୍ତ ସୁବିଧା ସିଧାସଳଖ ଲାଭ ପାଇ ପାରିବେ । ତେବେ କେନ୍ଦ୍ର ଏହି 3 ଯୋଜନା ଜାଣି ରଖନ୍ତୁ , ଯେଉଁ ଯୋଜନାର ଫାଇଦା ପାଇବାକୁ ଆପଣଙ୍କୁ 400 ଟଙ୍କାରୁ ବି କମ୍ ଅର୍ଥ ଖର୍ଚ୍ଚ କରିବାକୁ ପଡିବ ।
1. ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା –
ସରକାରଙ୍କ ପକ୍ଷରୁ 2015 ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ସରକାରଙ୍କ ଟର୍ମ ବୀମା ଯୋଜନା । ତେବେ ଟର୍ମ ପ୍ଲାନ୍ ର ଅର୍ଥ ହେଉଛି ଯଦି ପଲିସି ଧାରୀଙ୍କ ମୃତ୍ୟୁ ହୋଇଯାଏ ତେବେ ବୀମା କଂପାନୀ ପକ୍ଷରୁ ସଂପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ପଲିସି ଟଙ୍କା ମିଳିବ । ଯଦି ଜୀବନ ଜ୍ୟୋତି ବୀମା ଯୋଜନାର ଅବଧୀ ସମାପ୍ତ ହେବା ପରେ ମଧ୍ୟ ପଲିସିଧାରୀ ଠିକ୍ ରୁହନ୍ତି ତେବେ ତାଙ୍କୁ ଏହି ଯୋଜନାରେ କୌଣସି ଲାଭ ମିଳିବ ନାହିଁ ।
ଜୀବନଜ୍ୟୋତି ବୀମା ପଲିସିର ପରିପକ୍ବତା ବୟସ 55 ବର୍ଷ ଧାର୍ଯ୍ୟ ହୋଇଛି । ଆଉ ଏହି ଯୋଜନାକୁ ପ୍ରତିବର୍ଷ ନବିକରଣ କରପିବାକୁ ମଧ୍ୟ ପଡିଥାଏ । ଯୋଜନାର ନିଶ୍ଚିତ ପରିମାଣ ରାଶି 2 ଲକ୍ଷ ଟଙ୍କା ରହିଛି । ଏହି ଯୋଜନା ପାଇଁ ବାର୍ଷିକ ପ୍ରିମିୟମ 330 ଟଙ୍କା ରହିଛି । ଏହି ଯୋଜନା 18-50 ବର୍ଷ ମଧ୍ୟରେ ଯେକୌଣସି ଭାରତୀୟ ନାଗରୀକ ପାଇପାରିବେ ।
2 ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା –
ଦେଶରେ ପ୍ରଚଳିତ ହୋଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ବାର୍ଷିକ ମାତ୍ର 12ଟଙ୍କା ଦେବାକୁ ପଡିଥାଏ । ଏହି ବୀମା ଯୋଜନାର ଲାଭ କେବଳ 18-70 ବର୍ଷ ନାଗରୀକ ମାନଙ୍କ ପାଇଁ ଉପଲବ୍ଧ । ଯେଜନାରେ ସାମିଲ ଥିବା ବୀମାଧାରୀଙ୍କ ମୃତ୍ୟୁ ହେଲେ ନିକଟ ସଂପର୍କିୟଙ୍କୁ ବୀମା କଂପାନୀ ପକ୍ଷରୁ 2ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ କରାଯାଇଥାଏ ।
3, ଅଟଳ ପେନସନ୍ ଯୋଜନା –
ସୁରକ୍ଷିତ ଭବିଷ୍ୟତ ପାଇଁ କେନ୍ଦ୍ର ସରକାରଙ୍କ ଅଟଳ ପେନସନ ଯୋଜନା ବେଶ୍ ଲୋକପ୍ରିୟ ହୋଇପାରିଛି । ଏହି ଯୋଜନାରେ ଆପଣ ଅଳ୍ପ ଟଙ୍କା ବିନିଯୋଗ କରି ବୃଦ୍ଧାବସ୍ଥା ପାଇଁ ଏକ ସ୍ଥିର ପେନସନ୍ ବ୍ୟବସ୍ଥା କରିପାରିବେ । ଆପଣ 18ବର୍ଷ ବୟସରୁ ଏହି ଯୋଜନାରେ ନିଜକୁ ସାମିଲ୍ କରିପାରିବେ । ପ୍ରଥମେ 42 ଟଙ୍କା ଦେଇ ଆପଣ ବି ହୋଇପାରିବେ ସାମିଲ୍ ।
ଆପଣଙ୍କୁ ଯେତେବେଳେ 60 ବର୍ଷ ହେବ ତାହାପରେ ସରକାରଙ୍କ ତରଫରୁ ପେନସନ୍ ମିଳିବ । ଯଦି ପଲିସିଧାରୀଙ୍କ ମୃତ୍ୟୁ ହୁଏ ତେବେ ପରିବାରକୁ ବୀମାରାଶି ଟଙ୍କା ମିଳିବ । ବୀମା ଯୋଜନା ସଂପର୍କରେ ଅଧିକ ଜାଣିବା ପାଇଁ jansuraksha.gov.in ରେ କ୍ଲିକ କରି ସମସ୍ତ ସୂଚନା ପାଇପାରିବେ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।