ଦର୍ଶକ ବନ୍ଧୁ ଆଜି କାଲି ସମୟରେ ମହିଳା ହୁଅନ୍ତୁ ବା ପୁରୁଷ ପିରିୟଡ଼ ବିଷୟରେ ପ୍ରାୟତଃ ସମସ୍ତଙ୍କୁ ଜଣା ଅଛି | ହଁ ଆଜ୍ଞା ତେବେ ପ୍ରତ୍ୟେକ ମହିଳା ଙ୍କୁ ଜୀବନରେ ପିରିୟଡ଼ ଏକ ନିର୍ଦ୍ଦିଷ୍ଟ ବୟସରୁ ଆରମ୍ଭ ହେଇ ଶେଷ ହେଇଥାଏ | ହେଲେ ବହୁତ ସମୟରେ ଦେଖା ଯାଏ ଯେ ଏହି ପିରିୟଡ଼ ବିଷୟରେ ସମସ୍ତଙ୍କୁ ଭଲ ଭାବରେ ଜଣା ନଥାଏ | ତେଣୁ ଏହି ସମୟରେ ବହୁତ ଅସୁବିଧା ର ସମୁଖୀନ ମଧ୍ୟ ହେବାକୁ ପଡ଼ିଥାଏ | ତେବେ ମହିଳାଙ୍କ ର ଏହି କାରଣ ପାଇଁ ଠିକ ସମୟରେ ପିରିୟଡ଼ ଆସି ହିଁ ନଥାଏ, ଆଉ ଯାହା ଫଳରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ମଧ୍ୟ ଉପୁଜିଥାଏ ବୋଲି କୁହାଯାଉଛି | ତେବେ ଏହି ପିରିୟଡ଼ସ ଜନିତ ସମସ୍ୟା କାହିଁକି ମହିଳା ମାନଙ୍କ ନିକଟରେ ଦେଖାଯାଏ ଆସନ୍ତୁ ଜାଣିବା |ତାହା ସହିତ ସହଜ ଘରେଇ ଉପଚାର ବିଷୟରେ ମଧ୍ୟ ଜାଣିବା |
ତେବେ ଆପଣ ମାନେ ଜାଣିଥିବେ ପ୍ରତ୍ୟେକ ଝିଅ ଜୀବନରେ ପିରିୟଡ଼ 12 ରୁ 15 ବର୍ଷ ବୟସରେ ଆରମ୍ଭ ହୋଇ 50 ରୁ 55 ବର୍ଷ ବୟସ ଯାଏ ରହିଥାଏ | ତାହ ସହିତ ଏହା ପ୍ରତି 28 ଦିନ କୁ ଥରେ ଏହା ଆସିଥାଏ ଆଉ 7 ଦିନ ଯାଏ ବିଲ୍ଡିଂ ଚାଲିଥାଏ ତେବେ ବିଜ୍ଞାନ ଏହାକୁ ମେନ୍ସଷ୍ଟ୍ରକ୍ସନ ସାଇକେଲ କହିଥାଏ, ତେବେ ଯେତେବେଳେ ଶରୀରରେ ପିଟ୍ୟୁଟାରୀ ହୋରମୋନ ଓ ହାଇପୋଥାଲାମସ ହୋରମୋନ କ୍ଷରଣ ପାଇଁ ହୋଇଥାଏ | ତେବେ ପିରିୟଡ଼ ଠିକ ସମୟରେ ନ ଆସିବା ପଛରେ ଅନେକ କାରଣ ମଧ୍ୟ ରହିଥାଏ | ଯେମିତିକି ଶରୀର ରେ ହୋରମୋନ ର ପରିବର୍ତ୍ତନ ଦେଖା ଦେଲେ ପିରିୟଡ଼ ଆସିବାରେ ବିଳମ୍ବ ହେଇଥାଏ |
ଏହା ବ୍ୟତୀତ ବହୁତ ସମୟରେ ଦେଖା ଯାଏ ଯେ ଖାଦ୍ୟପେୟ ତ୍ରୁଟି ଯୋଗୁ ବି ଏହି ସମସ୍ୟା ଦେଖାଯାଏ | ଷ୍ଟ୍ରେସ ବା ଡିପ୍ରେସନ ଥିଲେ ଆପଣଙ୍କ ପିରିୟଡ଼ ଠିକ ସମୟରେ ଆସି ନଥାଏ ବୋଲି କୁହାଯାଏ | ଏହା ବ୍ୟତୀତ ଆପଣଙ୍କର ପରିୟଡ଼ କେମିତି ଠିକ ସମୟରେ ତାହା ବିଷୟରେ ଜାଣନ୍ତୁ | ଦର୍ଶକ ବନ୍ଧୁ ଠିକ ସମୟରେ ପିରିୟଡ଼ ଆସିବ ଆଉ ଅନିୟମିତତା କୁ ଦୂର କରିବା ପାଇଁ ଆପଣ ଏହି ଉପାୟ ଗୁଡିକୁ ପାଳନ କରନ୍ତୁ | ଯାହା କରିବା ଦ୍ୱାରା ଆପଣ ପରିୟଡ଼ର ଅନିମୟତା କୁ ଦୂର କରିପାରିବେ |
ଆବଶ୍ୟକୀୟ ଉପକରଣ :-ଜିରା, ଅଦା
ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର :-1)ଦର୍ଶକ ବନ୍ଧୁ ଏହି ଉପାୟ କରିବା ପାଇଁ ଆପଣ କିଛି ଜିରା କୁ ନେଇ ପାଣିରେ ପକାନ୍ତୁ ଆଉ ଏବେ ତାହାକୁ ଫୁଟାଇ ନିଅନ୍ତୁ ଆଉ ତାକୁ ଟିକିଏ ଥଣ୍ଡା କରି ଛାଣି ନିଅନ୍ତୁ | ଏବେ ଆପଣ ସେହି ଛଣା ଜାଣିଥିବା ପାଣିକୁ ଦିନକୁ ଦୁଇ ଥର କରି ପିଅନ୍ତୁ | ଏମିତି କରିବାର ଦୁଇ ଦିନ ଭିତରେ ଦେଖିବେ ଆପଣଙ୍କର ପିରିୟଡ଼ ନିଶ୍ଚିତ ଭାବେ ଆସିଯିବ |
(2) ଏହି ଉପାୟ ପାଇଁ ଆପଣ ଏକ ଇଂଚ ର ଏକ ଛୋଟ ଅଦା ଖଣ୍ଡକୁ ନିଅନ୍ତୁ ତାପରେ ତାହାକୁ ଧୋଇ ଛୋଟ ଛୋଟ କରି କାଟି ଏକ ଗ୍ଲାସ ପାଣିରେ ପକାଇ ଦିଅନ୍ତୁ | ତାପରେ ତାହାକୁ କିଛି ସମୟ ଫୁଟାଇ ନେଇସେହି ପାଣି କୁ ଛାଣି ନିଅନ୍ତୁ | ତାପରେ ସେହି ପାଣିକୁ ଥଣ୍ଡା କରି ତାକୁ ପିଅନ୍ତୁ ଦେଖିବେ ଆପଣଙ୍କ ପିରିୟଡ଼ କୁ ନେଇ ଯେଉଁ ବିଳମ୍ବ ହେଉଥିଲା ତାହା ସମ୍ପୂର୍ଣ୍ଣ ଦୂର ହେଇଯିବ |
ତେବେ ଏହା ଥିଲା ପିରିୟଡ଼ସ ସମ୍ବଧୀୟ ସମ୍ପୂର୍ଣ୍ଣ ତଥ୍ୟ ଯାହାକୁ ଜାଣି ରଖିବା ଆବଶ୍ୟକ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।