Odisha News Portal

ପ୍ରବେଶ ପଥ ବା ଘରର ମୁଖ୍ୟ ଦ୍ୱାର କେମିତି କଲେ ଘରେ ମାତା ଲକ୍ଷ୍ମୀଙ୍କର ଆର୍ଶିବାଦ ରହିବ ଏବଂ ଧନ ସମ୍ପତ୍ତିର ପରିପୂର୍ଣ୍ଣ ହେବ ଜାଣନ୍ତୁ….

ଶୁଭ ଶାନ୍ତିର ପ୍ରବେଶ ପଥ ବା ଘରର ମୁଖ୍ୟ ଦ୍ୱାର ଅନ୍ୟ ଦ୍ୱାର ଅପେକ୍ଷା ସୁସଜ୍ଜିତ ରଖିବା ପାଇଁ ପୁରାଣ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ସକାଳର ପ୍ରଥମ କିରଣ ପଡିବା ପୂର୍ବରୁ ମୁଖ୍ୟ ଦ୍ୱାର ଖୋଲା ରଖନ୍ତୁ । ସକାଳେ ମୁଖ୍ୟ ଦ୍ୱାର ବା ଦରଜା ଉପରେ ବା ଅଗଣାରେ ଚାରି ଆଡେ ପାଣି ଚିଞ୍ଚିବା ଉଚିତ । ଏଥିପାଇଁ ଏକ ତମ୍ବା ପାତ୍ରରେ ପାଣି ଭର୍ତ୍ତି କରି ଘରର ଐଶାନ୍ୟ କୋଣରେ ରାତି ସାରା ରକି ଦିଅନ୍ତୁ । ଏହା ପରେ ସକାଳେ ଘରର ଚାରିଆଡେ ସେହି ପାଣିକୁ ଚିଞ୍ଚି ଦିଅନ୍ତୁ । ଘରର କଲିଙ୍ଗ ବେଲ ଘରର ମେନ ଗେଟର ଡାହାଣ ପଟେ ରଖନ୍ତୁ ।

ଯେମିତିକି ଡାହାଣ ହାତରେ ବେଲ ମାରିପାରିବେ । ଆପଣଙ୍କର ମେନ ଗେଟରେ ବା ମେନ ଗେଟର ଉପରେ ହଳଦୀ କିମ୍ବା ସିନ୍ଦୁରରେ ଏକ ସ୍ୱତ୍ତ୍ୱିକ ଚିହ୍ନ ଆଙ୍କି ଦିଅନ୍ତୁ ଅବା ଓମ ଟିଏ ଆଙ୍କି ଦିଅନ୍ତୁ । ଯାହା ଫଳରେ କି ଆପଣଙ୍କର ଘରକୁ କୌଣସି ନକାରାତ୍ମକ ଶକ୍ତି ବା ଉର୍ଜ୍ଜା ପ୍ରବେଶ କରିନଥାଏ ।

ଏହା ସହି ମାତା ଲକ୍ଷ୍ମୀ ସର୍ବଦା ଆପଣଙ୍କ ଘରକୁ ଆକୃଷ୍ଟ ହୋଇଥାନ୍ତି । ଏହା ଦ୍ୱାରା ଆପଣଙ୍କ ଘର ସର୍ବଦା ଧନ ଧାନ୍ୟରେ ପୂରି ଉଟିଥାଏ । ପର୍ବପର୍ବାଣି ଆସିଲେ ଘରର ମୁଖ୍ୟ ଦ୍ୱାରରେ ଅନେକ ପ୍ଲାଷ୍ଟିକ ବା ଜରିରେ ବିକ୍ରି ହେଉଥିବା ତୋରଣ ଆଦି ଟାଙ୍ଗି ଦିଅନ୍ତି ବା ପତକା ଟାଙ୍ଗି ଦିଅନ୍ତି । ମାତ୍ର ଏ ସମସ୍ତ କୌଣସି ଫଳ ପ୍ରଦକ ହୋଇନଥାଏ ବା ଫଳ ଦାୟକ ହୋଇ ନଥାଏ ।

ଘରକୁ ନଜର ଦୋଷ ବା ନକରାତ୍ମକ ଶକ୍ତି ଠାରୁ ରକ୍ଷା କରିବା ପାଇଁ ଅନେକ ଲୋକ ଅନେକ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ଆପଣଙ୍କର ଘରର ମୁଖ୍ୟ ଦ୍ୱାର ସାମ୍ନାରେ ବାହାରପଟୁ ଆପଣ ଏକ ପଞ୍ଚମୁଖୀ ହନୁମାନଙ୍କ ଫଟୋ ଟାଙ୍ଗି ପାରିବେ ବା ପୂଜା କରିପାରିବେ ।

ଏକ ତମ୍ବାର ସୂର୍ଯ୍ୟ ମଧ୍ୟ ଟାଙ୍ଗି ପାରିବେ । ଏହା ସହିତ କିଛି ପିଟିକିରି ଲାଲ କପଡାରେ ବାନ୍ଦି ଆପଣ ମଧ୍ୟ ଟାଙ୍ଗି ପାରିବେ । ଆପଣଙ୍କର ମୁଖ୍ୟ ଦ୍ୱାରା ଆଗରେ ସର୍ବଦା ଚେଷ୍ଟା କରନ୍ତୁ ଏକ ଦୀପ ଟିଏ ଜାଳିବା ପାଇଁ । ଯଦି ଆପଣଙ୍କର ସମୟ ନହୁଏ ତେବେ ଆପଣ ଏକ ଇଲେଟ୍ରିକ ବଲ ମଧ୍ୟ ରାତିରେ ଜାଳି ପାରିବେ । ମୁଖ୍ୟ ଦ୍ୱାର ରାତିରେ ଆଲୋକିତ ରହିଲେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ରହିଥାନ୍ତି । ଘରୁ ଆପଣ ମାନେ ବାହାରକୁ ଯିବା ସମୟରେ ଡାହାଣ ପଟେ ତମ୍ବା ବା ପିତଳର ଏକ ଲୋଟାରେ ସଂପୂର୍ଣ୍ଣ ପାଣି ଭର୍ତ୍ତି କରିଦିଅନ୍ତୁ ଏହଂ ସଦା ସର୍ବଦୀ ରଖିବା ପାଇଁ ଚେଷ୍ଟା କରନ୍ତୁ ।

ସଦା ସର୍ବଦା ଆମ୍ବ ଡାଳ ଏବଂ ପଇଡ ଏସବୁ ସେଥିରେ ରଖନ୍ତୁ । ସେହି ମୁଖ୍ୟ ଦ୍ୱାରର ଦକ୍ଷିଣ ପଟେ ଏକ ସୁଗନ୍ଧିତ ଫୁଲ ଗଛ ମଧ୍ୟ ଲଗାଇ ପାରିବେ ଏବଂ ବୃନ୍ଦାବତୀ ବା ଚଉରାଟିଏ ମଧ୍ୟ ରଖିପାରିବେ । ଏହା ଦ୍ୱାରା ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି । ଉତ୍ତର ଦିଗକୁ ଦରଜାର ମୁଖ ହୋଇଥିଲେ ନୀଳ ରଙ୍ଗ ଏବଂ ପୂର୍ବକୁ ମୁଖ ହୋଇଥିଲେ ହଳଦୀ ରଙ୍ଗ ଏବଂ ଦକ୍ଷିଣକୁ ମୁଖ ହୋଇଥିଲେ ବାଇଗଣି ରଙ୍ଗ ଏବଂ ପଶ୍ଚିମକୁ ହୋଇଥିଲେ ଧଲା ରଙ୍ଗ ହେବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।