Special Tips – ମାସିକ ୠତୁସ୍ରାବରେ ଅନିୟମିତତା ହେଉଛି କି ? କରନ୍ତୁ ଏହି ସହଜ ଘରୋଇ ଉପାୟ , ଶୀଘ୍ର ହେବ ଋତୁସ୍ରାବ

ମହିଳା ମାନଙ୍କର ମାସିକ ଧର୍ମ ପ୍ରଜନନ କ୍ଷମତାକୁ ଦର୍ଶାଇଥାଏ ଏବଂ ଶରୀରରେ ଅନେକ କିଛି ପରିବନର୍ତ୍ତନ ମଧ୍ୟ ଆଣିଥାଏ । କିନ୍ତୁ ଆପଣ ମାନେ ନିଶ୍ଚିତ ରୂପେ ଜାଣିଥିବେ ଅନେକ ମହିଳା ମାନଙ୍କ ଠାରେ ପରିୟଡ୍ସରେ ଅନୀୟମିତତା ଦେଖାଯାଇଥାଏ । ପିରିୟଡ୍ସ ରେ ଅନୀୟମିତତା ଦେଖାଯିବାର ଅନେକ କାରଣ ରହିଥାଏ , ଯେମିତିକି ଅଧିକ ଟ୍ରେସ ନେବା , ହରୋମନର ଇନବାଲାନ୍ସ ହେବା , ଅଧିକ ମାତ୍ରାରେ ଜଙ୍କ ଫୁଡ୍ ଖାଇବା ଦ୍ୱାରା ମଧ୍ୟ ପରିୟଡ୍ସରେ ଇନବାଲାନ୍ସ ଦେଖାଯାଇଥାଏ ।

ସେଥିପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପାୟ ନେଇଆସିଛୁ , ଯାହାର ସେବନ କରିବା ଦ୍ୱାରା ଆପଣଙ୍କ ପିରିୟଡ୍ସ ରେଗୁଲାର ହେବାର ଅଧିକ ଚାନ୍ସ ରହିଥାଏ । ତେବେ ଆସନ୍ତୁ ଜାଣିବା ସେହି ସହଜ ସରଳ ଘରୋଉ ଉପାୟ ବିଷୟରେ ।

1. ପ୍ରଥମ ରେମିଡି :-

ପିରିୟଡ୍ସ କୁ ଠିକ୍ ରାସ୍ତାରେ ଆଣିବା ପାଇଁ ଜିରା ଅତ୍ୟନ୍ତ ଜରୁରୀ ଅଟେ , ଏହା ବହୁତ ଇଫେକ୍ଟିଭ ହୋଇଥାଏ । ରେମିଡିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ ଗ୍ଲାସ ପାଣି ଏକ ପାତ୍ରରେ ଢାଳନ୍ତୁ । ଏହାପରେ ସେଥିରେ ଏକ ଚାମଚ ଜିରା ଓ ଏକ ଚାମଚ ଗୁଡର ପ୍ରୟୋଗ କରନ୍ତୁ । ଏହି 2 ଟି ଜିନିଷକୁ ଅତିକମ୍ ରେ 2 ରୁ 3 ମିନିଟ ପର୍ଯ୍ୟନ୍ତ ବଏଲ ହେବା ପାଇଁ ଛାଡି ଦିଅନ୍ତୁ । ଏହାପରେ ଗ୍ୟାସର ଫ୍ଲେମକୁ ବନ୍ଦ କରି ଏକ ଛାଣା ସାହାର୍ଯ୍ୟରେ ଛାଣି ନିଅନ୍ତୁ । ବର୍ତ୍ତମାନ ପ୍ରଥମ ରେମିଡି ଟି ପ୍ରସ୍ତୁତ ହୋଇ ସାରିଛି , ସାମାନ୍ୟ ଉଷମ ଥିବା ଅବସ୍ଥାରେ ଏହାର ସେବନ କରନ୍ତୁ ।

2. ଦ୍ୱିତୀୟ ରେମିଡି :-

ପିରିୟଡ୍ସ କୁ ରେଗୁଲାର କରିବା ପାଇଁ ସେକେଣ୍ଡ ରେମିଡି ଟି ହେଉଛି ଗୋଟା ଧନିଆ । ଏହାକୁ ମଧ୍ୟ ଆମେ ବଲ କରିନେବା , ଏଥିପାଇଁ ପ୍ରଥମେ ଆପଣମାନେ ଏକ ଗ୍ଲାସ ପାଣି ନିଅନ୍ତୁ । ସେଥିରେ 2 ଚାମଚ ଧନିଆ ଆଡ୍ କରନ୍ତୁ , ଏହାକୁ ଆପଣ ମାନେ 5 ମିନିଟ ପର୍ଯ୍ୟନ୍ତ ବଏଲ ହେବା ପାଇଁ ଛାଡି ଦିଅନ୍ତୁ । 5 ମିନିଟ ହୋଇଗଲା ପରେ ଗ୍ୟାସର ଫ୍ଲେମକୁ ବନ୍ଦ କରି ଦିଅନ୍ତୁ ଏବଂ ଦେଖିପାରୁଥିବେ ପାଣିର ରଙ୍ଗରେ ସାମାନ୍ୟ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ଏହାକୁ ଓହ୍ଲାଇ ଆଣି ସାମାନ୍ୟ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ , ସାମାନ୍ୟ ଥଣ୍ଡା ହୋଇଯିବା ପରେ ଛାଣା ସାହାର୍ଯ୍ୟରେ ଛାଣି ନିଅନ୍ତୁ ।

ଏହାପରେ ସେଥିରେ ଏକ ଚାମଚ ମହୁ ଏଡ୍ କରନ୍ତୁ , ଏବେ ଦୁଇଟି ଯାକ ମିଶ୍ରଣକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ଏହାକୁ ଆପଣ ମାନେ ହାଲକା ଗରମ ଥିବା ଆବସ୍ଥାରେ ସେବନ କରନ୍ତୁ । ଏହି 2 ଟି ଯାକ ରେମିଡି ଆପଣଙ୍କ ପିରିୟଡ୍ସ କୁ ରେଗୁରାଲ କରିବା ପାଇଁ ବହୁତ ଲାଭଦାୟକ ଅଟେ । ଏହି ରେମିଡି କୁ ଆପଣଙ୍କ ପିରିୟଡ୍ସର 5 ରୁ 6 ଦିନ ପୂର୍ବରୁ ଏହାକୁ ପିଇବା ଆରମ୍ଭ କରି ଦିଅନ୍ତୁ । ଦେଖିବେ ଆପଣଙ୍କ ପିରିୟଡ୍ସ ଠିକ୍ ଟାଇମରେ ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment